ମାଲକାନଗିରି,୧୨।୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାରେ ବୁଧବାର ପୁଣି ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଚିତ୍ରକୋଣ୍ଡା ଥାନାଠାରୁ ୩୦ କିମି ଦୂର ଗୁମରଉ ଜଙ୍ଗଲରେ ଆନ୍ଧ୍ର ଓଡ଼ିଶା ବର୍ଡରରେ ଜୋନାଲ କମିଟି ପକ୍ଷରୁ ଏକ ବଡ଼ଧରଣର ବୈଠକ ଚାଲୁଥିବା ଖବର ପାଇ ଆନ୍ଧ୍ର ଗ୍ରେ ହାଉଣ୍ଡ ପୋଲିସ କୋମ୍ବିଂ ଅପରେଶନ ଚଳାଇଥିଲା। ତେବେ ଯବାନଙ୍କୁ ସେଠାରେ ଦେଖି ମାଓବାଦୀ ଗୁଳିଚାଳନା କରିଥିଲେ। ପରେ ପୋଲିସର ପାଲଟା ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେଶନ ବେଳେ ଘଟଣାସ୍ଥଳରୁ ୩ଟି ବନ୍ଧୁକ, ବିସ୍ଫୋରକ କିଟ୍ ବ୍ୟାଗ ଓ ମାଓବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି। ରାମ କ୍ରିଷ୍ଣା ଚାଲ୍ପତି ଭଳି ଅନେକ ମାଓନେତା ଖସି ପଳେଇ ଥିବା ପୋଲିସ ସୂଚନା ଦେଇଛି।