ମାକ୍ସ ପିନ୍ଧି ଅଖିମୁଠି ଶୁଭଦେଲେ ଚାଷୀ

ନୂଆପଡ଼ା ଅଫିସ,୨୬ା୪- ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି ଅର୍ଥାତ୍‌ ଅକ୍ଷୟ ତୃତୀୟାରେ ଚାଷୀ ଅଖିମୁଠି ପକାଏ ।  ଜମିରେ ପୂଜାର୍ଚ୍ଚନା କରି ଭଲ ଫସଲ ପାଇଁ ମାଟି ମାଆକୁ ବିନତୀ କରେ ।  ହେଲେ ଏଥର ଚାଷୀଙ୍କ ମନରେ ସେହି ଉତ୍ସାହ ନାହିଁ ।  ମହାମାରୀ କରୋନା ଚାଷୀଙ୍କ ମୁହଁରୁ ସେହି ହସକୁ ଛଡାଇ ନେଇଛି ।  ହର୍ଷଉଲ୍ଲାସ ବଦଳରେ ଚାଷୀ ମାକ୍ସ ପିନ୍ଧି ଅଖିମୁଠି ବୁଣି ନିଜର କର୍ତ୍ତବ୍ୟ ସମ୍ପାଦନ କରିଛି ।  ନୂଆପଡା ଜିଲା ପ୍ରଶାସନର ବଦଳରେ କୃଷକ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି ।
ଜିଲା ସଦର ମହକୁମାଠାରୁ ମାତ୍ର ୧୨କିମି ଦୂର କୋମନା ବ୍ଲକର ମୁଣ୍ଡାପଲା ଗାଁରେ ମିଲେଟ ମିଶନ କାର୍ଯ୍ୟକ୍ରମ ସମ୍ଭାଳୁ ଥିବା ଅହିଂସା କ୍ଲବ(କୃଷକ କ୍ଲବ)ଦ୍ୱାରା ରବିବାର ଅକ୍ଷୟ ତୃତୀୟା ପାଳନ କରାଯାଇଥିଲା ।  ଭଗବାନ ଭୋଇଙ୍କ କ୍ଷେତରେ ହାତଗଣତି ୨୦ଜଣ ଚାଷୀ ଉପସ୍ଥିତ ଥିଲେ ।  ସମସ୍ତଙ୍କ ମୁହଁରେ ମାସ୍କ ଥିଲା ।  ପୂର୍ବାହ୍ନ ସାଢେ ୮ଟାବେଳେ ପୂଜାର୍ଚ୍ଚନା ପରେ ଚାଷୀ ଭୋଇ ଅଖିମୁଠି ଶୁଭ ଦେଇଥିଲେ ।  ଏହାପରେ ହଳ କରି ବିହନ ବୁଣାଗଲା ।  କାହାରି ମନରେ ପୂର୍ବବର୍ଷ ଭଳି ଉତ୍ସାହ ନ ଥିଲା ।  ତଥାପି ମହାମାରୀ କରୋନାକୁ ମୁକାବିଲା କରିବା ।  ନିଜକୁ ସୁରକ୍ଷିତ ରଖିବା ସହ ଦେଶବାସୀଙ୍କ ମୁହଁରେ ଅନ୍ନ ଯୋଗାଇବାକୁ ସଂକଳ୍ପ ନେଇଥିଲେ ଉପସ୍ଥିତ ଥିବା ଚାଷୀଭାଇ ।  ଏହି ଅବସରରେ କ୍ଲବ ସଭାପତି ଶିବ ପ୍ରସାଦ ସାହୁ ମାଣ୍ଡିଆ, ଗୁର୍ଜି ଭଳି ଚାଷ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।  ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।  ସରକାର ମଧ୍ୟ କୃଷି ଭିତ୍ତିକ ଉଦ୍ୟୋଗ ସବୁ ସହର ବଦଳରେ ଗାଁରେ ସ୍ଥାପନ କଲେ ଏଭଳି ମହାମାରୀକୁ ସାମନା କରିବା ସହଜ ହେବ ବୋଲି ମତ ରଖିଥିଲେ ।  ଏହି ଅବସରରେ ଉପସ୍ଥିତ ଚାଷୀଙ୍କୁ କ୍ଲବ ତରଫରୁ ବିଭିନ୍ନ ବିହନ ପ୍ୟାକେଟ ବଣ୍ଟନ କରାଯାଇଥିଲା ।
ଅକ୍ଷୟ ତୃତୀୟା ପୂର୍ବରୁ ସରକାର ଚାଷୀଙ୍କ ପାଇଁ ବିଭିନ୍ନ କିସମର ବିହନ, ଚାଷ ସାମଗ୍ରୀ ଯୋଗାଇବା ନିଶ୍ଚିତ କରିଥାନ୍ତି ।  ହେଲେ ଏଥର ସବୁ ପଛରେ ପଡିଛି ।  ଏହା ଆଗାମୀ ଚାଷକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।  ଅକ୍ଷୟ ତୃତୀୟା ଏହା ସୂଚିତ କରୁଛି ବୋଲି ଜିଲା କୃଷକସଂଘ ସଭାପତି ଘାସିରାମ ମାଝି କହିଛନ୍ତି ।  ତେବେ ଚାଷ ଏବଂ ଚାଷୀଙ୍କ ସକାଶେ କୃଷି ବିଭାଗ ସବୁ ପ୍ରକାର ପ୍ରସ୍ତୁତି କରିସାରିଛି ।  କୌଣସି ପ୍ରକାର ଆଶଙ୍କା ନାହିଁ ବୋଲି ସହକାରୀ କୃଷି ଅଧିକାରୀ ହିମାଂଶୁ ଶେଖର ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଜଙ୍ଗଲକୁ ସ୍ବାମୀଙ୍କ ସହ କାଠ ଆଣିବାକୁ ଯାଇଥିଲେ, ଝଗଡା ହେବାରୁ କଲେ ଏଭଳି କାଣ୍ଡ

ଟେନସା,୨୦।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମାଙ୍ଗରି ମୁଣ୍ଡା...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର,୨୦।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri