ମାଗଣା ଔଷଧ ପାଇଁ ୪୨.୫୨ କୋଟି

କଟକ ଅଫିସ, ୧୯।୬: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବା ପରେ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ପୂର୍ବରୁ ମେଡିକାଲର ବିଭିନ୍ନ ଉତ୍ସରୁ ୟୁଜର୍ସ ଫି ଆଦାୟ କରାଯାଉଥିଲା। ମାତ୍ର ଫେବୃୟାରୀ ପହିଲାରୁ ଏହି ଫି ଆଦାୟ ବନ୍ଦ ରହିଛି। ଏହାପରେ ମାଗଣା ଔଷଧକୁ ନେଇ ଏସ୍‌ସିବି ମେଡିକାଲରେ ଏକପ୍ରକାର ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମେଡିକାଲ ସହିତ ସହବନ୍ଧିତ ଥିବା ୪ଟି ଔଷଧ ଦୋକାନଗୁଡ଼ିକର ଏସ୍‌ସିବି ଉପରେ ବହୁ କୋଟି ଟଙ୍କାର ବିଲ୍‌ ବାକି ପଡ଼ିଛି। ପାଖାପାଖି ୪ ମାସ ହେବ ସହବନ୍ଧିତ ଦୋକାନଗୁଡ଼ିକ ଏହି ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ଏହି ଦୋକାନଗୁଡ଼ିକ ଏବେ ମେଡିକାଲଠାରୁ ୭ କୋଟି ୬୩ ଲକ୍ଷ ୨୩ ହଜାର ୬୬୦ ଟଙ୍କା ପାଇବେ ବୋଲି ଜଣାପଡ଼ିଛି। ମାର୍ଚ୍ଚ ମାସଠାରୁ ଅଦ୍ୟାବଧି ଏହି ଔଷଧ ଦୋକନଗୁଡ଼ିକୁ ସେମାନଙ୍କ ବକେୟା ପଇଠ କରାଯାଇ ନ ଥିବା କେତେଜଣ ଦୋକାନ ମାଲିକ ନାମ ଗୋପନ ରଖି କହିଛନ୍ତି। ଅନ୍ୟପକ୍ଷେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଔଷଧ ଯୋଗାଣ ବାବଦରେ ଉପରୋକ୍ତ ୪ଟି ସହବନ୍ଧିତ ଦୋକାନ ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ୩୦ କୋଟି ୫୨ଲକ୍ଷ ୯୪ହଜାର ୬୪୦ ଟଙ୍କାର ବଜେଟ ଆବଶ୍ୟକ ଥିବାବେଳେ ସେଣ୍ଟ୍ରାଲ ଷ୍ଟୋର ନିମନ୍ତେ ୧୨କୋଟି ଟଙ୍କାର ବଜେଟ ଆବଶ୍ୟକତା ରହିଛି। ମୋଟାମୋଟି ଭାବେ ସହବନ୍ଧିତ ଔଷଧ ଦୋକାନ ଓ ସେଣ୍ଟ୍ରାଲ ଷ୍ଟୋର ପାଇଁ ୪୨ କୋଟି ୫୨ ଲକ୍ଷ ୯୪ହଜାର ୬୪୦ ଟଙ୍କାର ଏକ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ତେବେ ସରକାର ମାଗଣା ଔଷଧ ବାବଦରେ ଏତେ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରୁଥିବା ବେଳେ ମେଡିକାଲ ପରିସରରେ ଥିବା ନିରାମୟ କେନ୍ଦ୍ରରେ କେବଳ ଜ୍ୱର, ଝାଡ଼ା ଔଷଧ ମହଜୁଦ ରହୁଛି। ଯାଜପୁର ଅଞ୍ଚଳରୁ ଆସିଥିବା ରୋଗୀ ମନୋରଞ୍ଜନ ସିଂ କୁହନ୍ତି, ବେକରେ ଯନ୍ତ୍ରଣା ଥିବାରୁ ମେଡିସିନ ଆଉଟ୍‌ଡୋରରେ ଡାକ୍ତରଙ୍କୁ ଦେଖାଇଥିଲି। ଡାକ୍ତର ୫ଟି ଔଷଧ ଲେଖିଥିଲେ। ମାତ୍ର ନିରାମୟ କେନ୍ଦ୍ରରେ ଗୋଟିଏ ଔଷଧ ଉପଲବ୍ଧ ଥିଲା। କେନ୍ଦ୍ରାପଡ଼ା ଅଞ୍ଚଳରୁ ଆସିଥିବା ରୋଗୀ ନାରାୟଣ ମହାନ୍ତି କୁହନ୍ତି, ଗତ ୨ ମାସ ହେବ ନିୟମିତ ଭାବେ ନେଫ୍ରୋଲୋଜି ଆଉଟଡୋରକୁ ଚିକିତ୍ସା ପାଇଁ ଆସୁଛି। ଡାକ୍ତର ଲେଖୁଥିବା ଦାମୀ ମେଡିସିନ କଥାକୁ ବାଦଦେଇ ସାମାନ୍ୟ ଆଇରନ ବଟିକା ମଧ୍ୟ ନିରାମୟ କେନ୍ଦ୍ରରେ ୨ମାସ ହେବ ମିଳୁ ନ ଥିବା କହିଛନ୍ତି। ସେହିପରି ସାଲେପୁର ଅଞ୍ଚଳରୁ ଆସିଥିବା ରୋଗୀ ଆଲୋକ ଭୂୟଁା କୁହନ୍ତି, ସରକାର ମାଗଣା ଚିକିତ୍ସାର ଭେଳିକି ଦେଖାଉଛନ୍ତି। ଯେଉଁଠି କାଜୁଆଲିଟିରେ ବ୍ଲେଡ୍‌ ଓ ପ୍ଲାଷ୍ଟର ମିଳୁନି ସେଠାରେ ମାଗଣା ଔଷଧ କେବଳ ଧୂଅଁାବାଣ ବୋଲି ଭୂୟଁା କହିଛନ୍ତି। ଘଟଣା ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି କୁହନ୍ତି, କେଉଁ ସମୟରେ କେମିତି ଗୋଟିଏ ଦୁଇଟି ମେଡିସିନ ଉପଲବ୍ଧ ହେଉ ନ ଥିବ। କିନ୍ତୁ ନିରାମୟ କେନ୍ଦ୍ରରେ ଭରପୂର ଔଷଧ ମହଜୁଦ ରହୁଛି। ଏହାବାଦ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ଆବଶ୍ୟକ ପରିମାଣର ସମସ୍ତ ସୁବିଧା ପାଉଥିବା ସେ କହିଛନ୍ତି । ଏବେ ମେଡିକାଲ ପାଇଁ ଆବଶ୍ୟକ ଥିବା ଔଷଧ ସମ୍ପର୍କରେ ଆମେ ସରକାରଙ୍କୁ ଅବଗତ କରାଇଛୁ। ସହବନ୍ଧିତ ଔଷଧ ଦୋକାନଗୁଡ଼ିକ ପାଇଁ ଆବଶ୍ୟକ ପାଣ୍ଠି ବାବଦରେ ମଧ୍ୟ ବ୍ୟବସ୍ଥା କରାଯାଉଥିବା ପ୍ରଫେସର ମହାନ୍ତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri