ସୋରଡା,୬ା୪(ଡି.ଏନ୍.ଏ.)- ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଜ୍ୟୋସ୍ନାରାଣୀ ମା’ଙ୍କ ପ୍ରେରଣାରେ ଘରେ ମାସ୍କ ତିଆରି କରୁଛନ୍ତି। ସକାଳୁ ପୋଲିସି ଥାନାର ସମସ୍ତ କର୍ମଚାରୀ, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ମେଡିକାଲ କର୍ମଚାରୀଙ୍କୁ ସେ ଏହା ବଣ୍ଟନ କରୁଛନ୍ତି। ପ୍ରଧାନମନ୍ତ୍ରୀ, ମୂଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲାପାଳ ସମସ୍ତେ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରୁଛନ୍ତି। ତେଣୁ ଜ୍ୟୋସ୍ନାରାଣୀ ନିଜଘରେ ଆବଶ୍ୟକତା ଅନୁଯାୟୀ ମାସ୍କ ତିଆରିରେ ଲାଗିପଡିଛନ୍ତି। ପ୍ରଥମକରି ଏଠିକାର ମହିଳା ନର୍ସଙ୍କ ଏପରି କାର୍ଯ୍ୟକୁ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବହୁ ଅଧିକାରୀ ପ୍ରଶଂସା କରିଥିଲେ।