ପ୍ରଶାନ୍ତି ବିହାର ଦୁର୍ଗାପୂଜା କମିଟି : ମା’ଙ୍କ ମଥାରେ ଝଟକିବ ଚାନ୍ଦି ମୁକୁଟ

ଭୁବନେଶ୍ୱର,୩୦।୯(ବ୍ୟୁରୋ) : ଭୁବନେଶ୍ୱରର ଓ୍ବାର୍ଡ ନଂ. ୧ ଅନ୍ତର୍ଗତ ପ୍ରଶାନ୍ତିବିହାର ଦୁର୍ଗାପୂଜା କମିଟି ଚଳିତ ବର୍ଷ ସ୍ବତନ୍ତ୍ର ଭାବେ ପୂଜା ଆୟୋଜନ କରୁଛି। ୨୦ ବର୍ଷ ହେବ ଦୁର୍ଗାପୂଜା କରି ଆସୁଥିବା ଏହି କମିଟି ପ୍ରଥମଥର ଲାଗି ମା’ଙ୍କୁ ଚାନ୍ଦି ମୁକୁଟ ଭେଟି ଦେବ। ମୃଣ୍ମୟୀ ମୂର୍ତ୍ତି ତିଆରିରେ ଏପରି ଭିନ୍ନକିଛି କରାଯାଉଥିବାବେଳେ ମା’ଙ୍କ ମଥାରେ ଚାନ୍ଦି ମୁକୁଟ ଝଟକିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟଭରା ସୁଉଚ୍ଚ ତୋରଣ ପୂଜାର ଶୋଭା ବଢାଇବ। ସେହିଭଳି ରଙ୍ଗବେରଙ୍ଗ ଆଲୋକମାଳା ଓ ଶିଳ୍ପୀଙ୍କ ଦ୍ୱାରା ନୂଆ କାରୁକାର୍ଯ୍ୟ ଅନ୍ୟତମ ଆକର୍ଷଣ ହେବ। ପୂଜା ୪ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କଲୋନୀରେ ଏକ ସୁସ୍ଥ ପରିବେଶ ସହ ବାସିନ୍ଦାଙ୍କ ଭାଇଚାରା ମଧ୍ୟରେ ଏହି ପୂଜା ଆୟୋଜିତ ହେଉଛି ବୋଲି କମିଟି ସଦସ୍ୟମାନେ କହିଛନ୍ତି।
ବିଜୟା ଦଶମୀରେ ଦହି ପାଖଳ
ମହାଅଷ୍ଟମୀ ଦିନ ମା’ଙ୍କ ପାଇଁ ଖେଚୁଡ଼ି ଭୋଗ ଓ ଦଶମୀରେ ଦହି ପଖାଳ ଭୋଗ କରାଯାଇଥାଏ। ଗତ ୫ବର୍ଷ ହେବ ମା’ଙ୍କ ବିଜୟା ଦଶମୀ ଦିନ ସାର୍ବଜନୀନ ଦହି ପଖାଳ ଭୋଗ କରାଯାଇଥାଏ। ଏହାକୁ ସମସ୍ତେ ସେବନ କରିବା ସହିତ ମା’ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି। କମିଟି ପକ୍ଷରୁ କେବଳ ଦୁର୍ଗାପୂଜା ନୁହେଁ, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ମଧ୍ୟ କରାଯାଉଛି। ଆଗାମୀ ଦିନରେ ସମସ୍ତ ପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ।
– ନିରଞ୍ଜନ ବାରିକ, ସଭାପତି
ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ
ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କମିଟି ପକ୍ଷରୁ ଭଲ୍ୟୁଣ୍ଟର ବ୍ୟବସ୍ଥା କରାଯାଇଛି। କଲୋନୀର ଯୁବକମାନେ ମୁଖ୍ୟ ଭୂମିକା ନିର୍ବାହ କରିବେ। ଏହାସହିତ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରି ମା’ଙ୍କ ଭସାଣି ଉତ୍ସବକୁ ଖୁବ୍‌ ଶୃଙ୍ଖଳିତ ଭାବେ ପାଳନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
– ସିତାଂଶୁ ଦାସ, ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ଓଡିଶାରୁ ଓ ଓଡିଶା ମଧ୍ୟଦେଇ ମହାକୁମ୍ଭ ମେଳା-୨୦୨୫ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର, ୧୨।୧: ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁଥିବା ଆଗାମୀ ମହାକୁମ୍ଭ ମେଳା ୨୦୨୫ ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ...

ଏମ୍‌ପି ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ: ଅଭିଲିପ୍ସାଙ୍କୁ ସହାୟତା କରୁଥିଲେ ବିଜେଡିର ଅନେକ…

ଭୁବନେଶ୍ୱର,୧୨।୧: ବରଗଡ଼ର ଭାଜପା ଏମ୍‌ପି ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କଳାହାଣ୍ଡି ଜିଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍‌...

ପୁଣି ଆକ୍ରମଣ ପାଇଁ ମାଓବାଦୀ କରିଥିଲେ ଯୋଜନା, ଶେଷରେ…

ମାଲକାନଗିରି,୧୨।୧ (ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ଜିଲାର ମୋଟୁ ଥାନା ଅନ୍ତର୍ଗତ ଜିନେଲ୍‌ଡ଼ା ଠାରେ ମାଓବାଦୀ ମାନେ ବିସ୍ଫୋରକ...

କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ  

ଭୁବନେଶ୍ୱର,୧୨।୧: ସହଦେବ ହତ୍ୟା ଘଟଣାରେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଛାତି ଥରେଇ ଦେଲା ପରି ସତ ଏବେ ଶୁଣାଯାଉଛି। ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି...

ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି।...

ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର,୧୨।୧: ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ...

ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର...

ଘନ କୁହୁଡ଼ି ସହ ଶୀତ ପ୍ରକୋପ ବଢ଼ିବ

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଘନ କୁହୁଡି ଅସ୍ତବ୍ୟସ୍ତ କରୁଛି। ଶନିବାର ସକାଳେ କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image