Posted inଫୁରସତ

ମାନବବାଦୀ ଲେଖିକା

ବିଶ୍ୱ ସାହିତ୍ୟ ହେଉ କି ଆଞ୍ଚଳିକ ସାହିତ୍ୟ- ତାହାର ଆରମ୍ଭ ହୋଇଥିଲା ଫାଣ୍ଟାସୀ ବା କଳ୍ପନାରୁ। ତେବେ ସମୟକ୍ରମେ ଧୀରେ ଧୀରେ ସାହିତ୍ୟର ଧାରା ବଦଳିଲା। ସାହିତ୍ୟ କଳ୍ପନା ବିଳାସର କଥା କହିବା ବନ୍ଦକରି ସମାଜର କଥା କହିଲା। ସାମାଜିକ ସମସ୍ୟାର କାହାଣୀକୁ ଲୋକଲୋଚନକୁ ଆଣିଲା। ଊନବିଂଶରୁ ବିଂଶଶତାବ୍ଦୀ ମଧ୍ୟରେ ସାହିତ୍ୟ ଜଗତରେ ଏକ ଆମୂଳଚୂଳ ପରିବର୍ତ୍ତନ ଘଟିଲା ବୋଲି କୁହାଯାଇପାରିବ। ବିଶ୍ୱରେ ଦୁଇ ଦୁଇଥର ସଂଘଟିତ ଭୟାନକ ରକ୍ତାକ୍ତ ମହାସମର ବା ବିଶ୍ୱଯୁଦ୍ଧ ହିଁ ସାହିତ୍ୟର ଧାରାକୁ ବଦଳେଇଦେଲା। ସାହିତ୍ୟ କ୍ରମଶଃ ବ୍ୟକ୍ତିମନସ୍କ ହେଲା। ଏହି ସମୟରେ ସୃଷ୍ଟିହେଲା ମାନବବାଦୀ ସାହିତ୍ୟ। ସମାଜରେ ବସବାସ କରୁଥିବା ମଣିଷର ନିଜକଥାକୁ ନେଇ ସୃଷ୍ଟିହେଲା ସାହିତ୍ୟ। ବହୁ ମାନବବାଦୀ ସ୍ରଷ୍ଟା ମାନବ ସମାଜର ଜୟଗାନ କଲେ। ସେମାନଙ୍କର ସୁଖଦୁଃଖର କଥା କହିଲେ। ମାନବବାଦର କଥା କହୁଥିବା ସେହିଭଳି ଚାରିଜଣ ବିଶ୍ୱ ବରେଣ୍ୟା ନାରୀ ସାହିତି୍ୟକା ହେଉଛନ୍ତି ଆଲିସ୍‌ ମୁନ୍‌ରୋ, ସୁସ୍ମିତା ବନ୍ଦୋପାଧ୍ୟାୟ, ରୁଥ୍‌ ପ୍ରୱାର ଝାବ୍‌ୱାଲା ଏବଂ ଏଲିଏନର କ୍ୟାଟନ।

ଆଲିସ୍‌ ମୁନ୍‌ରୋ: ସେ ହେଉଛନ୍ତି କାନାଡ଼ାର ଲେଖିକା। ୧୯୩୧ ମସିହା ଜୁଲାଇ ୧୦ ତାରିଖରେ ତାଙ୍କର ଜନ୍ମ। ମୁନ୍‌ରୋଙ୍କ ଗଳ୍ପ ଉପନ୍ୟାସର କାହାଣୀ ସବୁ ଆରମ୍ଭ ହୁଏ ତାଙ୍କର ବାସସ୍ଥାନ ଓଣ୍ଟାରିଓରୁ। ଆଲିସ୍‌ ହେଉଛନ୍ତି ଜଣେ ପ୍ରଚଣ୍ଡ ମାନବବାଦୀ ଲେଖିକା। ତାଙ୍କର ବହିଗୁଡ଼ିକ ମଧ୍ୟରେ ରହିଛି ନୋ ଲଭ୍‌ ନୋ ଲଷ୍ଟ, ଭିନ୍‌ଟେଜ୍‌ ମୁନ୍‌ରୋ, ସିଲେକ୍‌ଟେଡ୍‌ ଷ୍ଟୋରିଜ୍‌, ଏ ଓ୍ବାଇଲ୍ଡରନେସ୍‌ ଷ୍ଟେଶନ ଏବଂ ଆହୁରି ଅନେକ। ବିଶ୍ୱ ସାହିତ୍ୟରେ ଏହି ବରେଣ୍ୟା ସ୍ରଷ୍ଟାଙ୍କୁ ଆଣ୍ଟୋନ୍‌ ଚେକଭ୍‌ଙ୍କ ରଚନା ସହିତ ତୁଳନା କରାଯାଇଥାଏ। ୨୦୧୩ରେ ସେ ନୋବେଲ ପୁରସ୍କାର ଲାଭ କରିଥିଲେ। ନୋବେଲ କମିଟି ତାଙ୍କୁ ବିଂଶଶତାବ୍ଦୀର କ୍ଷୁଦ୍ରଗଳ୍ପର ମାଷ୍ଟର ବୋଲି ବର୍ଣ୍ଣନା କରିଥିଲା। ସମସ୍ତ ଜଟିଳତା ସତ୍ତ୍ୱେ ମଣିଷର ବିଜୟ ନିଶ୍ଚିତ। ଏହା ହେଉଛି ମୁନ୍‌ରୋଙ୍କ ସାହିତ୍ୟ ପ୍ରମୁଖ ମାନବବାଦୀ ସ୍ବର।

ସୁସ୍ମିତା ବନ୍ଦୋପାଧ୍ୟାୟ : ମାନବର ଅଧିକାର, ମାନବବାଦର ଜୟକାର କରିବାକୁ ଯାଇ ଅନେକ ସ୍ରଷ୍ଟାଙ୍କୁ ବହୁମୂଲ୍ୟ ଦେବାକୁ ହୋଇଛି। ଏମିତିକି ମାନବାଧିକାର ବିରୋଧୀମାନେ ସେମାନଙ୍କୁ ହତ୍ୟା ମଧ୍ୟ କରିଛନ୍ତି। ଏହାର ଏକ ଉଦାହରଣ ହେଉଛନ୍ତି ଲେଖିକା ସୁସ୍ମିତା ବନ୍ଦୋପାଧ୍ୟାୟ। ସୁସ୍ମିତା ଆଫ୍‌ଗାନର ବୋହୂ ହେବା ପରେ ସେଠାରେ ଯାହା ଦେଖିଥିଲେ, ଯାହା ଅନୁଭବ କରିଥିଲେ ତାହାକୁ ନେଇ ରଚନା କରିଥିଲେ ଉପନ୍ୟାସ ‘କାବୁଲିଓ୍ବାଲାର ବେଙ୍ଗ୍‌ଲୀ ବୌ’। ମାତ୍ର ଏହି ଉପନ୍ୟାସ ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ଏଥିରେ ମୌଳବାଦୀ ତାଲିବାନୀମାନଙ୍କର ଅସଲ ମୁଖାକୁ ଖୋଲି ଦିଆଯାଇଥିଲା। ଖାସ୍‌ ଏହି କାରଣ ପାଇଁ ତାଲିବାନୀ ମୌଳବାଦୀମାନେ ତାଙ୍କୁ ମାଡ଼ ମାରିଥିଲେ। ସେତିକିରେ ସେମାନଙ୍କର କ୍ରୋଧ ଶାନ୍ତ ହୋଇ ନ ଥିଲା ଯେ, ତାଙ୍କୁ ବଳାତ୍କାର କରିବା ସହ ନିର୍ମମ ଭାବରେ ଗୁଳିକରି ହତ୍ୟା କରିଥିଲେ।

ରୁଥ୍‌ ପ୍ରୱାର ଝାବ୍‌ଓ୍ବାଲା : ଜର୍ମାନୀରେ ଜନ୍ମ ହୋଇଥିବା ଏହି ମହିଳାଙ୍କୁ ଆମେରିକା ତଥା ବ୍ରିଟିଶ ଲେଖିକା ବୋଲି କୁହାଯାଏ। ମାତ୍ର ମଜାର କଥା ହେଉଛି ଏହି ଲେଖିକାଙ୍କର ସମସ୍ତ ଲେଖା ଭାରତକୁ ନେଇ। ତେଣୁ ବ୍ରିଟେନ୍‌, ଆମେରିକା, ଭାରତ ଏବଂ ଜର୍ମାନୀର ପାଠକମାନଙ୍କ ନିକଟରେ ରୁଥ୍‌ ଆଶା କରିବାଠାରୁ ଅଧିକ ଲୋକପ୍ରିୟ। ତାଙ୍କର ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି – ଏସ୍‌ମଣ୍ଡ ଇନ୍‌ ଇଣ୍ଡିଆ, ଦି ହାଉସ୍‌ ହୋଲ୍‌ଡର, ଗେଟ୍‌ ରେଡି ଫର୍‌ ବ୍ୟାଟଲ, ଲାଇକ୍‌ ବାର୍ଡସ ଲାଇକ୍‌ ଫିସେସ୍‌, ଏ ବ୍ୟାକ୍‌ଓ୍ବାର୍ଡ ପ୍ଲେସ୍‌, ଏ ଷ୍ଟ୍ରଙ୍ଗର କ୍ଲାଇମେଟ୍‌, ଏନ୍‌ ଏକ୍ସପେରିଏନ୍ସ ଅଫ୍‌ ଇଣ୍ଡିଆ, ହିଟ୍‌ ଆଣ୍ଡ ଡଷ୍ଟ, ହାଓ ଆଇ ବିକେମ୍‌ ଏ ହୋଲି ମଦର ଏବଂ ଆହୁରି ଅନେକ। ଏହି ଲେଖିକାଙ୍କର ଜନ୍ମ ୧୯୨୭ ମସିହାରେ ହୋଇଥିବା ବେଳେ ଦେହାନ୍ତ ଘଟିଥିଲା ୨୦୧୩ ଏପ୍ରିଲ ମାସରେ।

ଏଲିଏନର କ୍ୟାଟନ : ମଣିଷର ସବୁଠୁ ବଡ଼ ଆବଶ୍ୟକତା ହେଲା ବଞ୍ଚତ୍ବା। ଆଉ ବଞ୍ଚତ୍ବା ପାଇଁ ମଣିଷ ଜାରି ରଖିଛି ଅହରହ ସଂଗ୍ରାମ। ଏଭଳି ଏକ ସମ୍ବେଦନଶୀଳ ସତ୍ୟର ଲେଖିକା ହେଉଛନ୍ତି ନ୍ୟୁଜିଲାଣ୍ଡର ଲେଖିକା ଏଲିଏନର କ୍ୟାଟନ। ତାଙ୍କୁ ଆମେରିକାନ୍‌ ନ୍ୟୁଜିଲାଣ୍ଡର ଲେଖିକା ବୋଲି ମଧ୍ୟ କୁହାଯାଏ। କାରଣ ତାଙ୍କର ଜନ୍ମ ଆମେରିକାରେ। ‘ଦି ଲୁମିନାରିଜ୍‌’ ହେଉଛି ତାଙ୍କର ପ୍ରସିଦ୍ଧ ଉପନ୍ୟାସ। ଏହି ଉପନ୍ୟାସ ପାଇଁ ସେ ପାଇଥିଲେ ମର୍ଯ୍ୟାଦାଜନକ ବୁକର ସମ୍ମାନ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri