ନୂଆଦିଲ୍ଲୀ,୨୮ା୧୨(ପି.ଟି.): ଭାରତୀୟ ସଶସ୍ତ୍ର ବଳ ଅତ୍ୟନ୍ତ ଶୃଙ୍ଖଳିତ ଓ ମାନବାଧିକାର ଆଇନ ପ୍ରତି ଏହାର ଯଥେଷ୍ଟ ସମ୍ମାନ ରହିଥିବା ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ ଶୁକ୍ରବାର କହିଛନ୍ତି। ସେନା କେବଳ ଦେଶବାସୀଙ୍କ ମାନବାଧିକାରର ସୁରକ୍ଷାକୁ ସୁନିଶ୍ଚିତ କରେନାହିଁ, ବରଂ ଏହାକୁ ବିରୋଧରୁ ମଧ୍ୟ ରକ୍ଷାକରେ। ‘ଯୁଦ୍ଧ ବେଳେ ମାନବାଧିକାରର ସୁରକ୍ଷା ଓ ଯୁଦ୍ଧବନ୍ଦୀ’ ଶୀର୍ଷକ ଆଲୋଚନାରେ ଜାତୀୟ ମାନବାଧିକାର ଆୟୋଗ(ଏନଏଚ୍ଆର୍ସି)ର ବରିଷ୍ଠ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ଜେନେରାଲ ରାଓ୍ବତ୍ ଏହା କହିଥିଲେ।