ମାନବ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ: ଆସନ୍ତା ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ନ ପାରେ

ଲଣ୍ଡନ,୨୪।୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ମାନବ ଶରୀରରେ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି। ତେବେ ଏହା ବ୍ୟବହାର ଲାଗି ଉପଲବ୍ଧ ହେବାକୁ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଲାଗିଯିବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷୀୟ ସୁସ୍ଥ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯିବ। ଏହା ନିରାପଦ ବୋଲି ନିଶ୍ଚିତ ହେବା ପରେ ବରିଷ୍ଠ ନାଗରିକ, ଅଣଶ୍ୱେତାଙ୍ଗ ଏବଂ ଭାରତୀୟଙ୍କ ସମେତ ଏସିଆର ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ପରୀକ୍ଷା କରାଯିବ ବୋଲି ୟୁନିର୍ଭସିଟି ପକ୍ଷରୁ କୁହାଯାଇଛି। ଇଣ୍ଟେନ୍‌ସିଭ କେୟାର ନ୍ୟାଶନାଲ ଅଡିଟ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ତଥ୍ୟ ଅନୁଯାୟୀ ୨୦୦୦ ଅତି ଗୁରୁତର କରୋନା ରୋଗୀଙ୍କ ମଧ୍ୟରୁ ୩୫ ପ୍ରତିଶତ ଅଣଶ୍ୱେତାଙ୍ଗ। ସେମାନେ ମୁଖ୍ୟତଃ ଏସୀୟ ଦେଶର ମୂଳ ବାସିନ୍ଦା।
ମାନବ ଶରୀରରେ କରୋନା ଟିକାର ପରୀକ୍ଷା ଆଶାର କିରଣ ଆଣିଥିବା ବ୍ରିଟିଶ୍‌ ମେଡିକାଲ ଆସୋସିଏଶନର ଉପାଧ୍ୟକ୍ଷ ଡ. କୈଳାସ ଚାନ୍ଦ୍‌ କହିଛନ୍ତି। ତେବେ ଅଣଶ୍ୱେତାଙ୍ଗ ଏବଂ ଏସୀୟ ସମ୍ପ୍ରଦାୟଙ୍କ ଉପରେ ପରୀକ୍ଷା ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। କାରଣ କୋଭିଡ୍‌-୧୯ ସଂକ୍ରମଣରେ ସେମାନଙ୍କର ମୃତ୍ୟୁ ହାର ଅଧିକ। ରୋଗ ପ୍ରତିରୋଧ ଶକ୍ତି ଭିନ୍ନ ହୋଇଥିବାରୁ ଟିକା ପ୍ରତି ସେମାନଙ୍କ ଶରୀରରେ ଭିନ୍ନ ପ୍ରତିକ୍ରିୟା ହୋଇପାରେ ବୋଲି ଡ. ଚାନ୍ଦ୍‌ କହିଛନ୍ତି। ଜେନିର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଅକ୍ସଫୋର୍ଡ ଭାକ୍ସିନ୍‌ ଗ୍ରୁପ୍‌ ପକ୍ଷରୁ ଟିକା ପରୀକ୍ଷା କରାଯାଉଛି। ଏହି ଟିମ୍‌ ଜାନୁୟାରୀ ୨୦ରୁ ଟିକା ପ୍ରସ୍ତୁତି ନେଇ କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରକଳ୍ପର ନେତୃତ୍ୱ ନେଇଥିଲେ ପ୍ରଫେସର ସାରାହ ଗିକବେର୍ଟ, ପ୍ରଫେସର ଆଣ୍ଡ୍ର୍ୟୁ ପୋଲାର୍ଡ, ଟେରେସା ଲାମ୍ବେ, ଡ. ସାଣ୍ଡି ଡୋଗ୍‌ଲାସ, ପ୍ରଫେସର କାଥେରିନ ଗ୍ରୀନ୍‌ ଏବଂ ପ୍ରଫେସର ଆଡ୍ରିନ୍‌ ହିଲ୍‌। ଏହାର କ୍ଲିନିକାଲ ପରୀକ୍ଷା ବିଭିନ୍ନ ସେଣ୍ଟରରେ ହୋଇଥିଲା। ଇମ୍ପେରିଆଲ କଲେଜ ଟିକାର ମାନବ ଶରୀରରେ ପରୀକ୍ଷା ଜୁନ୍‌ ମାସରେ କରିପାରେ ବୋଲି ଜଣାପଡିଛି।
କରୋନା ଭୂତାଣୁ ବିରୋଧରେ ମାନବ ଶରୀରରେ ରୋଗ ପ୍ରତିରୋଧ ବ୍ୟବସ୍ଥା ବଢ଼ାଇବା ଲାଗି ଅକ୍ସଫୋର୍ଡ ୟୁନିଭର୍ସିଟି ସିମ୍ପାଞ୍ଜି ଶରୀରରୁ ସାଧାରଣ ଥଣ୍ଡା ଭୂତାଣୁ ନେଇ ପରୀକ୍ଷା କରୁଥିବାବେଳେ ଇମ୍ପେରିଆଲ କଲେଜ କରୋନା ଭୂତାଣୁର ଜେନେଟିକ୍‌ ଉପାଦାନକୁ ବ୍ୟବହାର କରୁଛି। ସ୍ପାଇକ୍‌ ପ୍ରୋଟିନ୍‌ ସୃଷ୍ଟି କରି ଏହି ସଫଳତା ହାସଲ ଲାଗି ଗବେଷକମାନେ ଉଦ୍ୟମ ଚଳାଇଛନ୍ତି। ଏଥିରେ ସଫଳ ହେଲେ ଭୂତାଣୁ ବିରୋଧରେ ଲଢ଼ିବା ଲାଗି ଶରୀର ଭିତରେ ଆଣ୍ଟିବଡି ସୃଷ୍ଟି କରାଯାଇପାରିବ। ପୂର୍ବରୁ ପ୍ରାଣୀ ଶରୀରରେ ଏହି ଟିକା ପ୍ରୟୋଗ କରାଯାଇ କରୋନା ଭୂତାଣୁ ବିରୋଧରେ ଆଣ୍ଟିବଡିକୁ ନିଷ୍କ୍ରିୟ କରାଯାଇପାରିଛି। ମଣିଷ ଦେହରେ ଅନୁରୂପ ପ୍ରତିକ୍ରିୟା ସୃଷ୍ଟି କରୁଛି କି ନାହିଁ ତାହାର ପରୀକ୍ଷା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

ଭାରତ ସରକାର, ଡୋଭାଲଙ୍କ ନାଁରେ ମାମଲା ଦାଏର କଲେ ପନ୍ନୁନ

ଲଣ୍ଡନ,୨୦ା୯:ଖଲିସ୍ତାନୀ ସଂଗଠନ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ଜେନେରାଲ କାଉନସିଲ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ ତାଙ୍କ ଓକିଲଙ୍କ ଜରିଆରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ...

ଫୁଡ୍‌ ପ୍ୟାକେଜିଂ: ମଣିଷ ଶରୀରରେ ୩୬୦୦ କେମିକାଲ

ଜୁରିଚ୍‌, ୨୦।୯:ଫୁଡ୍‌ ପ୍ୟାକେଜିଂରେ ବ୍ୟବହୃତ ହେଉଥିବା ୩୬୦୦ରୁ ଅଧିକ କେମିକାଲ ମଣିଷ ଶରୀରରେ ଥିବା ନେଇ ବୈଜ୍ଞାନିକମାନଙ୍କର ଏକ ଅଧ୍ୟୟନ ସାମ୍‌ନାକୁ ଆସିଛି। ସୁଇଜରଲାଣ୍ଡର ଜୁରିଚ୍‌ସ୍ଥିତ...

ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ...

ପୃଥିବୀଠାରୁ ୪୦୦ କି.ମି. ଉଚ୍ଚରେ ଜନ୍ମଦିନ ପାଳିଲେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୯ା୯: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଗୁରୁବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ପୃଥିବୀଠାରୁ ୪୦୦ କିଲୋମିଟର ଉପରେ ଅନ୍ତର୍ଜାତୀୟ ମହାକାଶ...

ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା...

ଇସ୍ରାଏଲକୁ ବଡ଼ ଧମକ ଦେଲା ହେଜ୍‌ବୋଲ୍ଲା: ସିରିଜ୍ ବିସ୍ଫୋରଣକୁ କହିଲା ଯୁଦ୍ଧର ଘୋଷଣା

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ସଶସ୍ତ୍ର ସଂଗଠନ ହେଜ୍‌ବୋଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିଜ୍ ବିସ୍ଫୋରଣକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଲଗାତାର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା...

ହିଜବୁଲ୍ଲା ମୁଖ୍ୟଙ୍କ ଭାଷଣ ଶେଷ ହେଉ ହେଉ ବୋମା ବର୍ଷା କଲା ଇସ୍ରାଏଲ, ଆଇଡିଏଫ କହିଲା…

ଜେରୁଜେଲମ,୧୯।୯: ଗତ ଦୁଇ ଦିନ ମଧ୍ୟରେ ଇସ୍ରାଏଲ ଲେବାନନ ଉପରେ ଦୁଇଟି ବଡ଼ ଆକ୍ରମଣ କରିଥିଲା। ପ୍ରଥମେ ମଙ୍ଗଳବାରରେ ଏକ ପେଜର୍‌ ବିସ୍ଫୋରଣ ହୋଇଥିଲା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri