ମାନ୍ଦାବସ୍ଥାକୁ ନେଇ କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: ସାଂଘାତିକ ହେବ ଏଫ୍‌ଏମ୍‌ସିଜି ସେକ୍ଟର ପ୍ରଦର୍ଶନ

ନୂଆଦିଲ୍ଲୀ,୨୦-୯: ମାନ୍ଦାବସ୍ଥାର ପ୍ରଭାବ ଦେଶର ଅର୍ଥନୀତିକୁ ଏଭଳି ଘେରିଛି ଯେ, ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ଼୍ସ(ଏଫ୍‌ଏମ୍‌ସିଜି) ସେକ୍ଟରର ପ୍ରଦର୍ଶନ ସାଂଘାତିକ ହେବ। ଏହାର ଚଳିତବର୍ଷ ଏହାର ପ୍ରଦର୍ଶନ ୧୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ବ। ସୁଇଜରଲାଣ୍ଡର ମଲ୍ଟିନ୍ୟାଶନାଲ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ କ୍ରେଡିଟ୍‌ ସୁଇସ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରି ଏ ସମ୍ପର୍କରେ ଚେତାବନୀ ଦିଆଯାଇଛି।
କ୍ରେଡିଟ୍‌ ସୁଇସ୍‌ କହିଛି ଯେ, ବଜାରରେ ନଗଦର ଅଭାବ, କୃଷି କ୍ଷେତ୍ରରେ ଆୟ ହ୍ରାସ ପାଇବା ଯୋଗୁ ପ୍ରମୁଖ କଞ୍ଜ୍ୟୁମର ଗୁଡ଼୍ସ ନିର୍ମାଣ କରୁଥିବା କମ୍ପାନୀଙ୍କ ରାଜସ୍ବ ଆୟ ପ୍ରଭାବିତ ହେଉଛି। ଜିଏସ୍‌ଟି ଲାଗୁ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ପରେ କମ୍ପାନୀଗୁଡ଼ିକର ଅପରେଟିଂ ବା କାର୍ଯ୍ୟକାରୀ ଲାଭ ହ୍ରାସ ପାଇବାରେ ଲାଗିଛି। ରିପୋର୍ଟରେ କୁହାଯାଇଛି ଯେ, ଜିଏସ୍‌ଟି ବାବଦରେ ସଞ୍ଚୟ କରି ଏବଂ ତେଲ ଦର ହ୍ରାସର ଲାଭ ଉଠାଇ ଏଫ୍‌ଏମ୍‌ସିଜି କମ୍ପାନୀଗୁଡ଼ିକ ମାନ୍ଦାବସ୍ଥା ସତ୍ତ୍ୱେ ଆର୍ଥିକବର୍ଷ ୨୦୧୬-୧୯ ମଧ୍ୟରେ ସେମାନଙ୍କ ଆୟ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଓ ତୃତୀୟ ତ୍ରୈମାସରେ ରାଜସ୍ବ ଅଭିବୃଦ୍ଧି ହ୍ରାସ ପାଇବ ଏବଂ ଏହା ହାରାହାରି ୫% ରହିବ ବୋଲି ଆଶା କରାଯାଉଥିବା ରିପୋର୍ଟରେ ଦର୍ଶାଯାଇଛି। ଫଳସ୍ବରୂପ ଆର୍ଥିକବର୍ଷ ୨୦୨୦ ଏଫ୍‌ଏମ୍‌ସିଜି ସେକ୍ଟର ପାଇଁ ୧୫ ବର୍ଷ ଭିତରେ ସବୁଠାରୁ ଧିମା ବର୍ଷ ପ୍ରମାଣିତ ହେବ। ୨୦୦୦-୦୩ ମଧ୍ୟରେ ଶେଷ ଥର ପାଇଁ ଏହି କ୍ଷେତ୍ରରେ ଏଭଳି ଧିମାପଣ ଦେଖାଯାଇଥିଲା।
ସେହିଭଳି ହଂକଂସ୍ଥିତ ଇନ୍‌ଭେଷ୍ଟମେଣ୍ଟ କମ୍ପାନୀ ସିଏଲ୍‌ଏସ୍‌ଏ ପକ୍ଷରୁ ସମାନ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ଦିନରେ ଉକ୍ତ ସେକ୍ଟରର ପ୍ରାୟ ସମସ୍ତ ଶ୍ରେଣୀରେ ଅଭିବୃଦ୍ଧି ଆହୁରି ହ୍ରାସ ପାଇବ ବୋଲି ହିନ୍ଦୁସ୍ତାନ ୟୁନିଲିଭରର ଶୀର୍ଷ ଅଧିକାରୀଗଣଙ୍କ ସହ ଆଲୋଚନା ପରେ ହୃଦ୍‌ବୋଧ ହୋଇଛି। ଗ୍ରାମାଞ୍ଚଳରେ ଏଫ୍‌ଏମ୍‌ସିଜି ସେକ୍ଟରର ଅଭିବୃଦ୍ଧି ଚାପରେ ରହିଥିବା ବେଳେ ସହରାଞ୍ଚଳରେ ଏହାର ବିକାଶ ହାର ପଛେଇବାରେ ଲାଗିଥିବା ରିପୋର୍ଟରେ କୁହାଯାଇଛି। ଦେଶର ସାମଗ୍ରିକ ଅର୍ଥବ୍ୟବସ୍ଥା ଠିକ୍‌ ସ୍ଥିତିରେ ନାହିଁ। ମୌସୁମୀ ବର୍ଷା ଏବଂ ବଜେଟରେ ନିଆଯାଇଥିବା ପଦକ୍ଷେପର ଫଳାଫଳ ଅନୁଭବ ହେବାକୁ ସମୟ ଲାଗିବ ବୋଲି ଉଲ୍ଲେଖ କରି ସିଏଲ୍‌ଏସ୍‌ଏ କହିଛି ଯେ, ଦ୍ୱିତୀୟ ତ୍ରୈମାସରେ ମଧ୍ୟ ଏଫ୍‌ଏମ୍‌ସିଜି ସେକ୍ଟରରେ ଅଭିବୃଦ୍ଧି ଆହୁରି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ୨୦୧୬ ନଭେମ୍ବରରେ ଦେଶରେ ବିମୁଦ୍ରୀକରଣ ଲାଗୁ କରିବା ପରେ ଏହା ପଛକୁ ଜିଏସ୍‌ଟି ଲାଗୁ ହୋଇଛି। ଫଳସ୍ବରୂପ ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ସରକାରଙ୍କୁ ଚାପର ସମ୍ମୁଖୀନ ହେବାକୁ ପଡୁଛି। ପାର୍ଲେ ଜିର ସିନିୟର କ୍ୟାଟେଗରି ମୁଖ୍ୟ ବି.କ୍ରିଷ୍ଣା ରାଓ କହିଛନ୍ତି ଯେ, ସାଧାରଣତଃ ପ୍ରଥମ ତ୍ରୈମାସ ଅପେକ୍ଷା ଦ୍ୱିତୀୟ ତ୍ରୈମାସରେ ଏଫ୍‌ଏମ୍‌ସିଜି ସେକ୍ଟରରେ ଅଭିବୃଦ୍ଧି ହାର କମ୍‌ ରହିଥାଏ। ତେବେ ଦର ହ୍ରାସ କରି ବିକ୍ରି ବୃଦ୍ଧି କରିବା ସମ୍ଭବ ନୁହେଁ। କାରଣ ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଥିବା ବେଳେ ଲାଭର ମାତ୍ରା କମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri