ମାନ୍ଦାବସ୍ଥା ଦୂର ପାଇଁ ସୀତାରାମନ୍‌ଙ୍କ ଘୋଷଣା: ଋଣମେଳାରେ ସାମିଲ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ,୨୭।୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଘରୋଇ ବ୍ୟାଙ୍କ,ଏନ୍‌ବିଏଫ୍‌ସି ଓ ହାଉସିଂ ଫାଇନାନ୍ସ କମ୍ପାନୀ ମୁଖ୍ୟମାନଙ୍କ ସହ ବୈଠକରେ ବସି ଋଣ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ମଧ୍ୟ ବ୍ୟକ୍ତିବିଶେଷ ତଥା ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଋଣ ପ୍ରଦାନ ପାଇଁ ସାରା ଦେଶର ୪୦୦ ଜିଲାରେ ହେବାକୁ ଥିବା ଋଣ ମେଳାରେ ଯୋଗଦେବେ। ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ସୀତାରାମନ୍‌ କହିଛନ୍ତି ଯେ, ବ୍ୟାଙ୍କ ନିକଟରେ ଅର୍ଥର ଅଭାବ ନାହିଁ। ନଗଦ ସଙ୍କଟ ନେଇ ଆଲୋଚନା ହୋଇନାହିଁ। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଋଣର ବ୍ୟାପକ ଚାହିଦା ରହିଛି। ଦେଶରେ ନଗଦ ସଙ୍କଟ ଦୂର କରିବା ଲାଗି ସରକାର ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ ପାଇଁ ପ୍ରବର୍ତ୍ତାଉଛନ୍ତି। ନଗଦ ସଙ୍କଟ କାରଣରୁ ବ୍ୟବସାୟ ଓ ଚାହିଦା ପ୍ରଭାବିତ ହେଉଛି। ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ଆବର୍ତ୍ତନୀୟ ବୋଲି ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଲୋକେ ଏବେ ଗାଡ଼ି କିଣିବାରୁ ବିମୁଖ ହୋଇଥିବାରୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଦେଖାଦେଇଛି। ସେ କହିଛନ୍ତି ଯେ, ପାର୍ବଣ ଋତୁରେ ଅଧିକ ପରିମାଣରେ ଋଣ ବିତରଣ ଓ ବ୍ୟାଙ୍କରୁ ନଗଦ ପ୍ରବାହକୁ ଏନ୍‌ବିଏଫ୍‌ସି ତଥା ଗ୍ରାହକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ପ୍ରୟାସ ଚାଲିଛି। ଶସ୍ତା ହାଉସିଂ ସ୍କିମ୍‌ ପାଇଁ ଋଣ ଚାହିଦା ବଢ଼ିଛି। ଋଣକୁ ୪୫ ଲକ୍ଷରୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲାଗି ବ୍ୟାଙ୍କଗୁଡ଼ିକ ଦାବି କରୁଛନ୍ତି। ସେବା କ୍ଷେତ୍ରରେ ଋଣ ଚାହିଦା ବଢ଼ିବାରେ ଲାଗିଛି। କ୍ଷୁଦ୍ର ଋଣଗ୍ରହୀତାଙ୍କ ଚାହିଦା ବୃଦ୍ଧି କାରଣରୁ ଅର୍ଥନୀତି ବିକାଶ ହେଉଥିବା ଅନୁଭୂତ ହେଉଛି। ଦେଶର ୪୦୦ ଜିଲାରେ ଋଣ ମେଳା ଆୟୋଜନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ବୃଦ୍ଧି କରାଯିବ ବୋଲି ସୀତାରାମନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ କଡ଼ା ଟକ୍କର: ଆଗ-ପଛ ହେଉଛନ୍ତି ଇଣ୍ଡିଆ-ଏନ୍‌ଡିଏ ମେଣ୍ଟ

ରାଞ୍ଚି,୨୩।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ଏବଂ ଏନ୍‌ଡିଏ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।...

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ...

Maharashtra Election Result Live: ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ଆଗରେ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଗଣନା ଚାଲିଛି। ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ପୋଷ୍ଟାଲ ବାଲଟ ଗଣତିରେ ମହାୟୁତି...

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ...

ଆଦାନୀ ଲାଞ୍ଚ: ତଦନ୍ତ ଆରମ୍ଭ କରିନି ସେବି

ମୁମ୍ବାଇ,୨୩ା୧୧:୬୨ ବର୍ଷୀୟ ବିଲିୟନେୟାର ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ମାନେ ନିଜର ଆଦାନୀ ଗ୍ରୁପ୍‌ ଅଧୀନ ଏକ ଅକ୍ଷୟ ଶକ୍ତି...

ପୂର୍ବ ମୁଖ୍ୟମନ୍ତ୍ରୀଙ୍କଠାରୁ ଆତିଶୀ ହଜାରେ ଗୁଣ ଭଲ: ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୩ା୧୧: ଏକ ବିରଳ ଘଟଣାକ୍ରମରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଆତିଶୀ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କଠାରୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri