ମାନ୍ଦା ପଡ଼ିବ ଆଇଟି କମ୍ପାନୀଙ୍କ ନିଯୁକ୍ତି

ବାଙ୍ଗାଲୋର,୨୯।୪: ଚଳିତ ବର୍ଷ ଦେଶର ଆଇଟି କମ୍ପାନୀଗୁଡ଼ିକରେ ନିଯୁକ୍ତି ଫିକା ପଡ଼ିପାରେ। ସେହିଭଳି ବରିଷ୍ଠ କର୍ମଚାରୀଙ୍କ ବେତନ ୨୦ରୁ ୨୫% ହ୍ରାସ ହୋଇ ପାରେ। ମହାମାରୀ ଯୋଗୁ କମ୍ପାନୀଗୁଡିକ ଏଭଳି ନିଷ୍ପତ୍ତି ନେବେ ବୋଲି ଆଇଟି ଶିଳ୍ପ ବିଶେଷଜ୍ଞ ଟି.ଭି.ମୋହନଦାସ ପାଇ ସୂଚନା ଦେଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ଲିମିଟେଡ୍‌ରେ ମୁଖ୍ୟ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ପାଇ କହିଛନ୍ତି ଯେ, ଚଳିତ ବର୍ଷ ଆଇଟି ଶିଳ୍ପରେ ଯେଭଳି ଘଟଣା ସାମ୍ନାକୁ ଆସିଲା ତାହା କେବେ ଦେଖାଯାଇ ନ ଥିଲା। ଶିଳ୍ପର ୯୦% କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। କ୍ଲାଏଣ୍ଟଙ୍କଠାରୁ ଅନୁମତି ନେଇ କମ୍ପାନୀଗୁଡିକ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମକରିବା ସୁବିଧା ଦେଇଛନ୍ତି। ଘରେ ଆଇଟି ଭିତ୍ତିଭୂମି ମଧ୍ୟ ବିକଶିତ ହେବା ସହ କାମ ଚାଲୁ ରହିଛି। ସ୍ଥିତି ଏବେ ଠିକ୍‌ ହୋଇ ନ ଥିବାରୁ କମ୍ପାନୀଗୁଡିକ ଆଗାମୀ ଦିନରେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖିବେ। ହୁଏତ କେତେଜଣ କର୍ମଚାରୀ କର୍ମକ୍ଷେତ୍ରକୁ ଫେରିପାରନ୍ତି। ଏଭଳି ସ୍ଥିତିରେ କମ୍ପାନୀଗୁଡିକ ନୂଆ ନିଯୁକ୍ତି କଥା ଚିନ୍ତା କରି ନ ପାରନ୍ତି ବୋଲି ପାଇ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ବ୍ରିଟେନ୍‌-ଜର୍ମାନୀ ଗସ୍ତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ...

ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ

ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପ୍ଲାଷ୍ଟୋ ପ୍ରୋ ପ୍ୟାକ ଓଡ଼ିଶା ଏବଂ ଓଡ଼ିଶା ପ୍ଲାଷ୍ଟୋର ୪ ଦିନିଆ ପ୍ରଦର୍ଶନୀରେ...

ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏକ ବିରଳ କ୍ୟାନସର ରୋଗର ପୀଡିତ ୬୫ବର୍ଷିୟା ମହିଳାଙ୍କର ସଫଳ ଅସ୍ତ୍ରୋପଚାର...

ଏସ୍‌-ଆଇଏଲ୍‌ଏଫ୍‌ ସହ ସିଆଇଆଇର ବୁଝାମଣା

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ସାସାକାୱା-ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେଶନ ବା ଏସ୍‌-ଆଇଏଲ୍‌ଏଫ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି...

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri