ମାମଲା ରଫାଦଫା ପାଇଁ ନେଇଥିଲେ ଲାଞ୍ଚ: ଏଏସ୍‌ଆଇଙ୍କୁ ଜେଲ ଦଣ୍ଡ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା କେଗାଁ ଥାନାରେ ୨୦୧୭ରେ ଏକ ମାମଲାକୁ ରଫାଦଫା କରିବା ପାଇଁ ଲାଞ୍ଚ ମାମଲାର ଚୂଡାନ୍ତ ରାୟ ଗୁରୁବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶୀତିକଣ୍ଠ ସାମଲ ପ୍ରକାଶ କରିଛନ୍ତି। ଭିଜିଲାନ୍ସ ଜଜ୍‌ ତାଙ୍କ ରାୟରେ କେଗାଁ ଥାନାର ତତ୍କାଳୀନ ଆଇଆଇସି ସମୀର ରାଉତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଅବସରପ୍ରାପ୍ତ ତତ୍କାଳୀନ ଏଏସ୍‌ଆଇ ଟଙ୍କଧର ବୁଦ୍ଧିଆଙ୍କୁ ଦୋଷୀ ସାବ୍ୟସ୍ତ କରି ଏକବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ଅକ୍ଟୋବର ୨୦ରେ କେଗାଁ ଥାନା ଅନ୍ତର୍ଗତ ମକରାଗୁଡା ଗ୍ରାମର ଗଙ୍ଗା ନାଗ ଓ ବେଲାଳ ସାହୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏ ନେଇ ବେଲାଳ କେଗାଁ ଥାନାରେ ଗଙ୍ଗାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅକ୍ଟୋବର ୩୦ରେ ଏଏସ୍‌ଆଇ ଟଙ୍କଧର ବୁଦ୍ଧିଆ ଉଭୟ ପକ୍ଷକୁ ଥାନାକୁ ଡ଼ାକି ମାମଲାର ଆପୋସ ସମାଧାନ କରିବା ପାଇଁ କହିଥିଲେ। ରାତି ହୋଇଯିବାରୁ ପରଦିନ ଆସି ବୁଝାମଣାପତ୍ର ପ୍ରସ୍ତୁତ କରିବା ପାଇଁ କହିଥିଲେ।

ହେଲେ ନଭେମ୍ବର ପହିଲାରେ ବୁଝାମଣାପତ୍ର କରିଦେବା ପାଇଁ ଗଙ୍ଗାଙ୍କୁ ଏଏସ୍‌ଆଇ ବୁଦ୍ଧିଆ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ନଚେତ ତାଙ୍କ ନାମରେ ମାମଲା ରୁଜୁ କରିବେ ବୋଲି କହିଥିଲେ। ସେତେବେଳେ ଗଙ୍ଗା ପାଖରେ ଥିବା ୧୫ଶହ ଟଙ୍କା ଏଏସ୍‌ଆଇ ବୁଦ୍ଧିଆଙ୍କୁ ଦେଇଥିଲେ। ଆଇଆଇସିଙ୍କୁ ମଧ୍ୟ ଦେବାକୁ ପଡ଼ିବ, ତେଣୁ ଅବଶିଷ୍ଟ ୧୫ ଶହ ଟଙ୍କା ନ ଦେଲେ ମାମଲା ରୁଜୁ କରିବି ବୋଲି ଧମକ ଦେଇଥିଲେ।

ନଭେମ୍ବର ୮ରେ ଅବଶିଷ୍ଟ ଟଙ୍କା ଦେବି ବୋଲି ଗଙ୍ଗା କହିଥିଲେ। ଏ ସମ୍ପର୍କରେ ଗଙ୍ଗା ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଲିଖିତ ଅଭିଯୋଗ କରିଥିଲେ। ପରେ ଯୋଜନା ମୁତାବକ ୮ ତାରିଖରେ ଟଙ୍କା ଦେବା ବେଳେ ଏଏସ୍‌ଆଇ ବୁଦ୍ଧିଆଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଥିଲା। ପରେ ଆଇଆଇସି ସମୀର ରାଉତଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ କ୍ଷିରୋଦ ପ୍ରସାଦ ନେଗୀ ଓ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ପି.କେ. ଦୋରା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହ: ଭାଉଜଙ୍କୁ ହାଣି ହତ୍ୟାକଲେ ଦିଅର

ରାମଚନ୍ଦ୍ରପୁର,(ଗଣେଶ୍ୱର ସା)/ ଘସିପୁରା( ନିରଞ୍ଜନ ସାହୁ),୫ା୧୦: ଡାହାଣୀ ସନ୍ଦେହ କରି ଭାଉଜଙ୍କୁ ଟାଙ୍ଗିଆ ହାଣି ହତ୍ୟା କଲେ ଦିଅର। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର...

ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଗାଁ ପିଣ୍ଡିରେ ବସି ଲୋକଙ୍କ ଦୁଃଖ ଶୁଣିଲେ ଜିଲାପାଳ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟ ସରକାର ଗ୍ରାମାଞ୍ଚଳ, ଉପାନ୍ତ ଅଞ୍ଚଳରେ ବୁଲି ଲୋକଙ୍କ ଦୁଃଖ ବୁଝିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଉପାନ୍ତ...

କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

କଲେଜ ଛାତ୍ରୀଙ୍କୁ ଅସଦାଚରଣ: ଧନ୍ଦାମୂଳକ ତାଲିମଦାତା ଗିରଫ

ରାଉରକେଲା,୪।୧୦(ସଙ୍ଗୀତା ଜେନା): ରଘୁନାଥପାଲି ଥାନା ଅଧୀନ ଏକ ପ୍ରତିଷ୍ଠିତ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ କଲେଜର ଧନ୍ଦାମୂଳକ ତାଲିମଦାତାଙ୍କୁ ପୋଲିସ ଗିରଫ କରିଛି। ଗିରଫ...

ପଢୁଥିଲେ ପାଠ, ମହମବତୀରୁ ନିଆଁ ଲାଗି ଜଳିଗଲା ଘର

ବ୍ରାହ୍ମଣୀଗାଁ,୪ା୧୦(ମନୋରଞ୍ଜନ ରଣା): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ବୁଜୁଲି ଗ୍ରାମରେ ବି.ଫେର୍ନାନ୍ଦ ବଳିଆର ସିଂଙ୍କ ଘରେ ମହମବତୀରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି।...

ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri