ମା’ ଭଳି ମାତୃଭାଷାକୁ ଆଦର କର

ବ୍ରହ୍ମପୁର ଅଫିସ୍‌,୧୬ା୭-ଦିନ ଥିଲା, ବ୍ରହ୍ମପୁର ସହରସ୍ଥିତ ବିଦ୍ୟାଳୟଗୁଡ଼ିକରେ ପ୍ରଥମଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ଛାତ୍ରୀଛାତ୍ର ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିଲେ ।
ହେଲେ ଇଂଲିଶ ମାଧ୍ୟମର ଗୁରୁତ୍ୱ ଏବଂ ଆବଶ୍ୟକତା ଅନୁଯାୟୀ ତେଲୁଗୁ ପାଠ୍ୟ ପୁସ୍ତକ ନ ମିଳିବାରୁ ଧୀରେ ଧୀରେ ତେଲୁଗୁ ଭାଷାରେ ଅଧ୍ୟୟନ ପ୍ରତି ଛାତ୍ରୀଛାତ୍ରଙ୍କ ରୁଚି କମିବାରେ ଲାଗିଲା।
ସରକାରୀସ୍ତରରେ ତେଲୁଗୁ ଭାଷାର ପାଠ୍ୟ ପୁସ୍ତକ ଯୋଗାଣ ଦିଗରେ ଠୋସ୍‌ ପଦକ୍ଷେପ ନିଆଗଲା ନାହିିଁ । ଏଭଳି ଏକ ସମୟରେ ତେଲୁଗୁ ଭାଷା ସୁରକ୍ଷା ଏବଂ ପ୍ରସାର ଦିଗରେ ଉଦ୍ୟମ କରୁଛି ମହାମତ୍ା ହେଲ୍‌ପିଂ କ୍ଲବ । ଗତ ୫ ବର୍ଷ ହେଲା ଏହି ସଂଗଠନ ପକ୍ଷରୁ ତେଲୁଗୁ ଭାଷାର ପାଠ୍ୟ ପୁସ୍ତକ ମାଗଣାରେ ବଣ୍ଟାଯାଉଛି ।
ସୋମବାର ସହରର ତିନିଟି ପ୍ରମୁଖ ତେଲୁଗୁ ମାଧ୍ୟମ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ମା’ ଯେମିତି ଆମର ଅତି ଆପଣାର, ସେମିତି ମାତୃଭାଷା ମଧ୍ୟ ଆମର ଆପଣାର। ମା’ଙ୍କୁ ଯେମିତି ଆଦର କରୁଛ, ସେମିତି ମାତୃଭାଷାକୁ ମଧ୍ୟ ଆଦର କର । ଅନ୍ୟ ଭାଷା ଶିଖିବା ଭଲ । କିନ୍ତୁ ନିଜ ମାତୃଭାଷାକୁ କେବେ ଭୂଲିବା କିମ୍ବା ଛାଡ଼ିବା ଉଚିତ ନୁହଁ ବୋଲି ତେଲୁଗୁ ଭାଷାରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କୁ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏଥି ସହ ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩୭ ଛାତ୍ରୀଛାତ୍ରଙ୍କୁ ତେଲୁଗୁ ଭାଷାର ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା।
କୋମଲଭାରୀ ସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା।
୭ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ପୁଷ୍ପା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ପରେ ରେଲୱେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କ ତତ୍ତ୍ୱାବଧାନରେ ୧୫ଜଣ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ବଣ୍ଟା ଯାଇଥିଲା । ଶେଷରେ ସିଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ଜଣ ଛାତ୍ରୀଛାତ୍ରଙ୍କୁ ବହି ଦିଆଯାଇଥିଲା। ପ୍ରଧାନ ଶିକ୍ଷକ କାଳୁ ଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷୟିତ୍ରୀ ପ୍ରମିଳା କୁମାରୀ ସାହୁ ଉପସ୍ଥିତ ଥିଲେ । ମହାତ୍ମା ହେଲପିଂ କ୍ଲବର ଏମ୍‌. ରାଜଗୋପାଳମ୍‌, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ଟି.ରାଜେଶ୍ୱରୀ ଏବଂ ଟି.ମୂର୍ତ୍ତି ଉପସ୍ଥିତ ଥିଲେ। ଏମ୍‌.ଭେଙ୍କେଟରାମଣା ଏବଂ ଏ. ସୁରେଶଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୁ ଚରଣ ପ୍ରଧାନ କୁହନ୍ତି, ତେଲୁଗୁ ମାଧ୍ୟମ ପିଲାଙ୍କ ପାଠ୍ୟପୁସ୍ତକ ନେଇ ସମସ୍ୟା ଦେଖାଦେଉଛି। ଏମ୍‌ଆଇଏଲ୍‌(ତେଲୁଗୁ)ବହି ଆନ୍ଧ୍ରପ୍ରଦେଶ ସରକାର ଛପାଇବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ପିଲାଙ୍କୁ ମାଗଣାରେ ବଣ୍ଟନ କରାଯାଉଛି।
ସର୍ବ ଶିକ୍ଷା ଅଭିଯାନ ଜରିଆରେ ଇଂଲିଶ ବହି ମିଳୁଛି । ହେଲେ ଅନ୍ୟ ବିଷୟର ବହି ମିଳୁନି । ମହାତ୍ମା ହେଲପିଂ ହ୍ୟାଣ୍ଡ ମାଗଣାରେ ବହି ପ୍ରଦାନ କରିବା ପରେ ପିଲାମାନେ ବର୍ତ୍ତମାନ ସହଜରେ ପଢ଼ିପାରିବେ। ମହାତ୍ମା ହେଲପିଂ କ୍ଲବର ଏମ୍‌.ଭେଙ୍କେଟରାମଣା କୁହନ୍ତି, ତେଲୁଗୁ ପିଲାମାନଙ୍କ ସମସ୍ୟା ଜାଣିବା ପରେ ଗତ ୫ ବର୍ଷ ହେଲା ପାଠ୍ୟ ପୁସ୍ତକ ପ୍ରଦାନ କରାଯାଉଛି । ସରକାର ନିଜସ୍ବ ଉଦ୍ୟମରେ ତେଲୁଗୁ ବହି କିଣି, ପିଲାମାନଙ୍କୁ ମାଗଣାରେ ବାଣ୍ଟିଲେ ଭଲ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri