ମା’ ହେବ ତ ଏମତି। ଠିକ୍ ଯେମିତି ବେକି କ୍ରାଣ୍ଡଲେ। ନିଜ ପୁଅକୁ ନେଇ ସେ ଭାରି ସମ୍ବେଦନଶୀଳ। କେହି ଯଦି ପୁଅ ବିଷୟରେ କିଛି କହିଲା ସେ ପାଗଳୀ ହେଇଯିବେ। ସଙ୍ଗେସଙ୍ଗେ ତାହାର ପ୍ରମାଣ ଖୋଜି ପୁଅକୁ ସୁଧାରିବାକୁ ଲାଗି ପଡ଼ିବେ। ଯଦି ଅଭିଯୋଗ କରିଥିବା ଲୋକ ପ୍ରମାଣ ଦେଲା ତ ଭଲ। ନହେଲେ ତାଙ୍କ କପାଳରେ ଶନି ବସିଲେ ଜାଣ। ବେକି କ୍ରାଣ୍ଡଲେ ଏମିତି ଜଣେ ମହିଳା। ଥରେ ସେ ସ୍କୁଲ୍ରୁ ଖବର ପାଇଲେ ଯେ, ତାଙ୍କ ପୁଅ ସ୍କୁଲରେ ଦୁଷ୍ଟ ହେଉଛି। ସେ ତାହାକୁ ହସରେ ଉଡ଼େଇଦେଲେ। କାରଣ ସେ ଜାଣନ୍ତି ତାଙ୍କ ପୁଅ କ’ଣ? ତେଣୁ ସେ ଚୁପ୍ଚାପ୍ ରହିଗଲେ। ହେଲେ ଲଗାତାର ଦୁଇ ସପ୍ତାହ ଧରି କଲ ଆସିବାକୁ ଲାଗିଲା। ତେଣୁ ସେ ଆଉ ବିଳମ୍ବ ନକରି ଭାବିଲେ ଯେ, ବୋଧହୁଏ ତାଙ୍କ ପୁଅ ସ୍କୁଲରେ କିଛି କରୁଛି। ନହେଲେ ଥରକୁଥର ତା’ ବିରୋଧରେ ଅଭିଯୋଗ ଆସନ୍ତା କ’ଣ ପାଇଁ? ବେକି ସିଧା ଯାଇ ସ୍କୁଲ୍ରେ ପହଞ୍ଚତ୍ଗଲେ। ଆଉ କହିଲେ ସେ ଆଉ ଘରକୁ ଯିବେନି। ପୁଅ ଯେତିିକି ସମୟ ସ୍କୁଲରେ ରହିବ ସେ ସେତିକି ସମୟ ରହିବେ। ଏମିତିକି ପୁଅର କ୍ଲାସରୁମ୍ରେ ମଧ୍ୟ ବସିବେ। ଆଉ ଦେଖିବେ ତାଙ୍କ ପୁଅ କରୁଛି କ’ଣ? ଏକଥା ଦେଖି ସ୍କୁଲ୍ରେ ସମସ୍ତେ ତାଜୁବ। ସତକୁସତ ବେକି ତାହାହିଁ କଲେ। ଏମିତିକି ପୁଅ ପରୀକ୍ଷା ଦେବାବେଳେ ମଧ୍ୟ ତାକୁ ସେ ଜଗି ରହିବାକୁ ପଛେଇଲେ ନାହିଁ।