ଛୋଟ ପରଦାର ଡ୍ୟାନ୍ସ ଶୋ’ରେ ସୁପର୍ ଗେଷ୍ଟ ଦାୟିତ୍ୱ ନିଭାଉଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏହି ଶୋ’ କୁନି କୁନି ପିଲାମାନେ ନିଜ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ରବିବାର ମିଥୁନ ଦା’ଙ୍କ ନାଁରେ ଏକ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଥିଲା। ପିଲାମାନେ ତାଙ୍କ ଗୀତରେ ନାଚିଥିଲେ। ଏହାଦେଖି ମିଥୁନ ଦା’ ଭାବପ୍ରବଣ ହୋଇପଡିଥିଲେ। ମିଥୁନ ଦା’ଙ୍କ ଆଖିରେ ଲୁହ ଦେଖି ଶୋ’ର ଅନ୍ୟତମ ଜଜ୍ ଗୀତା କପୁର ଏବଂ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ କାନ୍ଦିପକାଇଥିଲେ। ଅଭିନୟ ପାଇଁ ଫୁଟପାଥ୍, ରେଳ ଷ୍ଟଶନରେ କେମିତି ରହିବାକୁ ପଡିଥିଲା ତାହା ବଖାଣିଥିଲେ ମିଥୁନ ଦା’। ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।