କାଶୀ,୨୨।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏବେ ଜୁନ୍ ୩୦ ପର୍ଯ୍ୟନ୍ତ ଆଷାଢ଼ ଗୁପ୍ତ ନବରାତ୍ର ଜାରି ରହିବ। ତେବେ ସୂର୍ଯ୍ୟ ଏବେ ମିଥୁନ ରାଶିରେ ରହିଛନ୍ତି। ଶନିଙ୍କ ସହିତ ସୂର୍ଯ୍ୟଙ୍କର ଷଡ଼ାଷ୍ଟକ ସ୍ଥିତି ଜୁଲାଇ ୧୫ ପର୍ଯ୍ୟନ୍ତ ରହିବ। ଏହି ସ୍ଥିତି ଏକ ଅଶୁଭ ଯୋଗ ସୃଷ୍ଟି କରିଛି। ଏହାର ପ୍ରଭାବ ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି କାଶୀର ଜ୍ୟୋତିଷ ପଣ୍ଡିତ ଗଣେଶ ମିଶ୍ରା ସୂଚନା ଦେଇଛନ୍ତି। ଏହି ଅଶୁଭ ଯୋଗ ପ୍ରଭାବରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବ। ଭାରତର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରେ ଏହାର ପ୍ରଭାବରେ ରୋଗ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ଏବଂ ନେତୃସ୍ତରୀୟ ବ୍ୟକ୍ତିଙ୍କ ମୃତ୍ୟୁର ଯୋଗ ସୃଷ୍ଟି ହେଉଥିବା ସେ କହିଛନ୍ତି। ପଡ଼ୋଶୀ ଦେଶ ସହିତ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି। ଏହା ଯୋଗୁ ୬ ରାଶିଙ୍କ ପାଇଁ ଶୁଭ ଯୋଗ ଏବଂ ଅନ୍ୟ ୬ ରାଶି ଲାଗି ଅଶୁଭ ଯୋଗ ସୃଷ୍ଟି ହେଉଛି। ଏହି ଯୋଗର ପ୍ରଭାବରେ ମିଥୁନ, କର୍କଟ, କନ୍ୟା, ବିଛା, ଧନୁ ଏବଂ କୁମ୍ଭର ରାଶି ସମସ୍ୟା ବଢ଼ିବ। ଅପରପକ୍ଷରେ ମେଷ, ବୃଷ, ସିଂହ, ତୁଳା, ମକର ଏବଂ ମୀନ ରାଶିଙ୍କର ସ୍ଥିତି ଭଲ ରହିବ ବୋଲି ସେ କହିଛନ୍ତି।
Posted inଫୁରସତ