ମୁମ୍ବାଇ: ସ୍ପେସ୍ ଡ୍ରାମା ‘ମିସନ୍ ମଙ୍ଗଲ୍’ରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଜଣେ ବୈଜ୍ଞାନିକ ଭୂମିକା ନେଇଥିବା ବେଳେ ଏହା ତାଙ୍କ ଝିଅ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଏହି ଫିଲ୍ମ ଦର୍ଶକଙ୍କୁ ବିଜ୍ଞାନ ପ୍ରତି ଯେତିକି ଅନୁପ୍ରେରିତ କରିବ ଚିତ୍ତବିନୋଦନ ପାଇଁ ସେତିକି ସହାୟକ ହେବ ବୋଲି ଅକ୍ଷୟ ଆଶା ରଖିଛନ୍ତି। ମଙ୍ଗଳକୁ ଭାରତ ମିଶନ୍ର ସତ୍ୟ କାହାଣୀକୁ ଭିତ୍ତିକରି ଏହା ଗତିଶୀଳ ହୋଇଥିବା ଅକ୍ଷୟ ଗୁରୁବାର ଟୁଇଟ୍ କରିଛନ୍ତି। ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଭୂମିକାରେ ଅଛନ୍ତି ବିଦ୍ୟା ବାଲାନ୍, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରି ଏବଂ ନିତ୍ୟା ମେନନ୍। ଫକ୍ସ ଷ୍ଟାର ହିନ୍ଦୀର ଅଫିସିଆଲ ଟୁଇଟର ପୃଷ୍ଠାରେ ମଧ୍ୟ ଅକ୍ଷୟଙ୍କୁ ପ୍ରଶଂସା କରାଯାଇଛି। ଏଥିରେ କୁହାଯାଇଛି, ‘ଏହି ଅବିଶ୍ୱାସ୍ୟ ଯାତ୍ରାପଥରେ ଅଂଶୀଦାର ହୋଇଥିବାରୁ ଅକ୍ଷୟଙ୍କୁ ଧନ୍ୟବାଦ। ଆଗାମୀ ପିଢ଼ିକୁ ଅନୁପ୍ରେରିତ କରିବା ପାଇଁ ଏହାଠୁ ଅଧିକ କ’ଣ ଭଲ ଆମେ ଭାବିପାରୁ ନାହୁଁ। ମଙ୍ଗଳକୁ ଭାରତ ଅଭିଯାନର ସତ୍ୟ କାହାଣୀ ଉନ୍ମୋଚନ ପାଇଁ ପ୍ରସ୍ତୁତ ରହନ୍ତୁ।’