ମୁଁ ମୋ ଫ୍ୟାନ୍‌ଙ୍କ ଫ୍ୟାନ୍‌

ଓଡ଼ିଆ ସିନେ ଓ ଟିଭି ଇଣ୍ଡଷ୍ଟ୍ରୀର ସେ ଜଣେ ଗ୍ଲାମର୍ସ ନାୟିକା। ଏହାବାଦ ଭୋଜପୁରୀ ଚଳଚ୍ଚିତ୍ରରେ
ବି ସେ ଦେଖାଇଛନ୍ତି ନିଜ କମାଲ। କଣ୍ଠ ତାଙ୍କର
ବେଶ୍‌ ମଧୁର। ସେ ହେଉଛନ୍ତି ଦୀପିକା ତ୍ରିପାଠୀ ରଥ।
ଏଥର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣିବା ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ସମ୍ପର୍କରେ କିଛି…

ସ୍ବପ୍ନ ଥିଲା ଗାୟିକା ହେବି: ମୋ ଘର ଭଦ୍ରକ, ସାବରଙ୍ଗରେ। ସେଇଠି ହିଁ ହେଇଛି ମୋ ସ୍କୁଲ ପଢା। ତେବେ କଲେଜ ପଢା ଭୁବନେଶ୍ୱରର ସଙ୍ଗୀତ ମହା ବିଦ୍ୟାଳୟରେ ହେଇଛି। ପିଲାଦିନେ ମୁଁ ବହୁତ ଶାନ୍ତ ଥିଲି। ବଦମାସୀ ତ ଜମାରୁ ନ ଥିଲା। ଆଉ ବହୁତ ଲାଜ କରୁଥିଲି। କ୍ୟାମେରା ସାମ୍‌ନାରେ ଠିଆ ହେଇପାରୁ ନ ଥିଲି। ତେଣୁ କେବେ ଭାବି ନ ଥିଲି ଅଭିନୟ ଜଗତକୁ ଆସିବି ବୋଲି। ତେବେ ଗୀତ ଗାଇବାକୁ ମତେ ବହୁତ ଭଲ ଲାଗୁଥିଲା। ଆଉ ଗାୟିକା ହେବାର ସ୍ବପ୍ନ ବି ଦେଖୁଥିଲି। ତେଣୁ ବାପା ମତେ ସଙ୍ଗୀତ ମହାବିଦ୍ୟାଳୟରେ ଆଡମିସନ୍‌ କରାଇଥିଲେ।
ଅଭିନୟରେ ଥାପିଲି ପାଦ : ପଢା ସରୁ ସରୁ ମତେ ଏକ ମିଡିଆ ଇଭେଣ୍ଟ କରିବା ପାଇଁ ଅଫର୍‌ ଆସିଥିଲା। ଆଉ ସେଇଠୁ ହିଁ ମୁଁ ମିଡିଆ ପ୍ରଫେସନ୍‌ରେ ଏଣ୍ଟ୍ରି କଲି। ପରେ ମୁଁ କିଛିଦିନ ଶତାବ୍ଦୀ କଳାକାରରେ ତାଲିମ ନେଇଥିଲି। ଏହାପରେ ହଠାତ୍‌ ଇଟିଭିର ‘ଫୋର୍ସ ଗୁରୁଡା’ ନାମକ ସିରିୟଲ ପାଇଁ ଅଡିସନ୍‌ ଦେବାକୁ ଫୋନ୍‌ ଆସିଥିଲା। ସେଥିରେ ସିଲେକ୍ଟ ହେଇ ଫୋର୍ସ ଗରୁଡାରେ ଅଭିନୟ କଲି। ଏତିକିବେଳେ ସାର୍ଥକ ଚ୍ୟାନେଲ ତରଫରୁ ବି ଏକ କଲ୍‌ ଆସିଲା ‘ଆଖିରେ ଆଖିରେ’ ଫିଲ୍ମରେ ଅଭିନୟ କରିବା ପାଇଁ। ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର ଓ ବାବୁସାନ ଅଭିନୟ କରୁଥିଲେ। ବହୁତ ଖୁସି ହେଇଯାଇଥିଲି ଏତେ ବଡ଼ ବଡ଼ କଳାକାରଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିବାରୁ। ସେ ଫିଲ୍ମ ପରେ ‘ଗୋଲାପୀ ଗୋଲାପୀ’ ଫିଲ୍ମରେ ଅଭିନୟ କଲି। ଏହାପରେ ତେଲୁଗୁ ଓ ଓଡ଼ିଆ ଭାଷାରେ ହୋଇଥିବା ଚଳଚ୍ଚିତ୍ର ‘୨୦୧୪ ଫିୟର ଅଫ୍‌ ଦ ଇୟର’ରେ କାମ କଲି। ପରେ ‘ଏଇ ବି ଗୋଟେ ଲଭ୍‌ ଷ୍ଟୋରୀ’, ‘ଗପ ହେଲେ ବି ସତ’ ଏବଂ ଭୋଜପୁରୀ ଫିଲ୍ମ ‘ଦବଙ୍ଗ ସରକାର’ରେ ବି କାମ କରିବାର ସୁଯୋଗ ପାଇଲି। ଏହାବାଦ୍‌ ଫୋନ୍‌ରେ ଶୁଟ୍‌ ହୋଇଥିବା ପ୍ରଥମ ଫିଲ୍ମ ‘ମୁଁ, ତୁମେ ଓ ଲକ୍‌ଡାଉନ୍‌’ରେ ବି ମୁଁ କାମ କରିଛି। ଏମିତି ୧୦-୧୧ଟି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ମୁଁ ଟେଲି ଦୁନିଆକୁ ଚାଲିଆସିଲି। ‘ସରଗମ୍‌’, ‘ସୁଭଦ୍ରା’, ‘ମୁଁ ବି ବିଜୟିନୀ’ ଆଦି ସିରିୟଲ୍‌ରେ କାମ କଲି।
ପ୍ରଥମ କ୍ୟାମେରାକୁ ଫେସ୍‌ କଲାବେଳେ: ଯେବେ ପ୍ରଥମେ କ୍ୟାମେରା ଫେସ୍‌ କରିଥିଲି ବହୁତ ଡରିଯାଇଥିଲି। ମୋ ପାଇଁ ବହୁତଥର ଟେକ୍‌ ନିଆହେଇଥିଲା। ତେଣୁ ବଡ଼ ଆର୍ଟିଷ୍ଟମାନେ ବିରକ୍ତ ହୋଇ କହିଥିଲେ କୋଉଠୁ ଆଣିଛନ୍ତି ଏ ଝିଅକୁ। ମୁଁ ଫ୍ରେଶର୍‌ ଥିଲି। କିଛି ଜାଣି ନ ଥିଲି। ତେଣୁ ଅନେକ କିଛି ଶୁଣିବାକୁ ପଡିଥିଲା। ତଥାପି ପଛକୁ ଫେରିବା କଥା କେବେ ବି ଭାବି ନ ଥିଲି।
ମ୍ୟୁଜିକ ଭିଡିଓରେ ଗାଇଥିଲି: ଅଭିନୟ ଜଗତରେ ମୁଁ ଏତେ ବ୍ୟସ୍ତ ହେଇଗଲି ଯେ, ମୋ ଭିତରର ଗାୟିକାଟି କେଉଁଠି ଲୁଚି ଯାଇଥିଲା। ହେଲେ ପରେ ସିଦ୍ଧାର୍ଥ ଶୁକ୍ଲା, ଯେକି ଏବେ ଆଉ ନାହାନ୍ତି ତାଙ୍କ ସହ ମ୍ୟୁଜିକ ଭିଡିଓ ‘ଜିନା ଜରୁରୀ ହେ’ରେ କଣ୍ଠଦାନ କରିବା ସହ ଅଭିନୟ କରିବାର ସୌଭାଗ୍ୟ ପାଇଥିଲି।
ଆକ୍ଟର ନ ହେଇଥିଲେ: ମୁଁ ଆକ୍ଟର ନ ହେଇଥିଲେ ଆଉ କିଛି ହେଇପାରି ନ ଥାଆନ୍ତି। ଗୀତ ଶିଖିଥିଲେ ବି ମତେ ଲାଗେ ମୁଁ ସେତେ ଭଲ ଗାୟିକା ହେଇପାରି ନ ଥାଆନ୍ତି। ମୋ ଭିତରେ ଅଭିନୟର ଦକ୍ଷତା ଥିଲା, ଯାହାକୁ ମୁଁ ବହୁ ବର୍ଷ ପର୍ଯ୍ୟନ୍ତ ଜାଣିପାରି ନ ଥିଲି। ୬-୭ଟି ଫିଲ୍ମ କଲାପରେ ବି ମୋ ଭିତରର ଅଭିନୟ ଦକ୍ଷତା ମାର୍ଜିତ ହୋଇପାରି ନ ଥିଲା। ତେବେ ‘ସରଗମ୍‌’ ସିରିଏଲ୍‌ ପାଇଁ ଅଡ଼ିସନ୍‌ ଦେବାବେଳେ ଦ୍ୱାଇପାୟନ ମଜୁମଦାର, ଯାହାଙ୍କୁ ମୁଁ ମୋ ଗୁରୁ ବୋଲି ମାନେ ସେ ହିଁ ମୋ ଭିତରର ପ୍ରକୃତ କଳାକାରକୁ ଚିହ୍ନିଥିଲେ। ସେ ମତେ କହିଥିଲେ- ତୋ ଭିତରେ ଅଭିନୟ ଅଛି। ହେଲେ ତାକୁ ସଜାଡିବା ଲାଗି ତତେ ବହୁତ ପରିଶ୍ରମ କରିବାକୁ ହେବ। ଆଗରୁ ତୁ କାମ କରିଛୁ ସତ। ହେଲେ ତତେ ଏବେବି ବହୁତ କିଛି ଶିଖିବାର ଅଛି। ସେ ମୋ ଅଡିସନ୍‌ କ୍ଲିପ୍‌ ଦେଖେଇ ବୁଝେଇଥିଲେ ମୋ ବଡ଼ି ଲାଙ୍ଗୁଏଜ୍‌ ଠିକ୍‌ ନ ଥିଲା କି କ୍ୟାରେକ୍ଟର ଭିତରେ ମୁଁ ପଶି ନ ଥିଲି। ଏହାପରେ ହିଁ ଜାଣିପାରିଲି ମୁଁ ଆଗରୁ ଯେତିକି ବି କାମ କରିଛି ତାହା ପରଫେକ୍ଟ ନ ଥିଲା। ଏହାପରେ ମୁଁ ନିଜ ଅଭିନୟ ଦକ୍ଷତାକୁ ବଢାଇବା ପାଇଁ ବହୁତ ଚେଷ୍ଟା କଲି।
ସ୍ବାମୀ ବହୁତ ସପୋର୍ଟିଭ: ମୋ ସ୍ବାମୀ ବହୁତ ସପୋର୍ଟିଭ। ସେ ଚାହାନ୍ତି ମୋର ଯାହା ଇଛା ତାହା କରେ। ହେଲେ ବିନା କାମରେ କେବେ ବସିକି ନ ରହେ।
ସିକ୍ରେଟ୍‌: ମତେ ମୋ ନିଜ ଭିତରେ ରହିବାକୁ ବେଶୀ ଭଲ ଲାଗେ। ଲୋକଙ୍କ ସହ ବେଶି ମିଶିପାରେନା। ମୋବାଇଲ୍‌ ସହ ମୁଁ ଏକଲା ଘଣ୍ଟା ଘଣ୍ଟା ରହିଯିବି। ମୁଁ ଆଧ୍ୟାତ୍ମିକ ବି। ଭଗବାନ ଶିବଙ୍କ ଭକ୍ତ। ତାଙ୍କୁ ହିଁ ମୋ ମନ କଥା ଜଣାଏ।
ଖାଇବା ପସନ୍ଦ: ମୁଁ ସବୁ ଖାଏ। ତେବେ ନନ୍‌ଭେଜ୍‌ ମତେ ଟିକେ ବେଶି ପସନ୍ଦ।
ପିନ୍ଧିବା ପସନ୍ଦ: ଭାରତୀୟ ପୋଷାକ ମୋତେ ଭଲ ଲାଗେ।
ଫ୍ୟାନ୍‌: ମୁଁ ମୋ ଫ୍ୟାନ୍‌ ମାନଙ୍କ ଫ୍ୟାନ୍‌। କାରଣ ସେମାନଙ୍କ ଅନକଣ୍ଡିସନାଲ ଭଲ ପାଇବା ପାଇଁ ହିଁ ଆମେ ଆଗକୁ ବଢୁ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଷ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ରକୁ କୋର୍ଟ କଲେ ମଞ୍ଜୁର, ଏବେ ରାସ୍ତା ଅଲଗା…

ମୁମ୍ବାଇ: ସାଉଥ ଅଭିନେତା ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ଛାଡପତ୍ର ହୋଇଛି। ବିବାହର ୨୦ ବର୍ଷ ପରେ ଦମ୍ପତିଙ୍କର ଏବେ ରାସ୍ତା ଅଲଗା ହୋଇଯାଇଛି। ଦୁଇ...

୪୦୦ କୋଟି ପାର୍‌ କଲା ‘ଭୁଲ୍‌ ଭୁଲୈୟା ୩’

ମୁମ୍ବାଇ: ଦୀପାବଳି ଅବସରରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲୈୟା ୩’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ଅଜୟ ଦେବଗନଙ୍କ ‘ସିଙ୍ଘମ୍‌ ଏଗେନ୍‌’ ଫିଲ୍ମ...

ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଶେୟାର କଲେ ଏଭଳି ଭିଡିଓ, ଖୋଲିଗଲା ସବୁ ରାଜ୍‌

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଛାଡପତ୍ର ରିପୋର୍ଟ ସାମ୍ନାକୁ...

କଫି ମଗ୍‌ରେ ‘ଚୋର’ ଲେଖାଥିବାରୁ ରାଗିଲେ ତମନ୍ନା

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ ଦକ୍ଷତା ସହିତ ବଲିଉଡରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ଏକ...

ଏକସଙ୍ଗେ ୧୩ ଫ୍ଲପ୍‌ ଫିଲ୍ମ ଦେଇଥିଲେ ଅର୍ଜୁନ

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ୨୩ ବର୍ଷ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଛନ୍ତି। ନିଜ କ୍ୟାରିୟର ଯାତ୍ରାରେ ତାଙ୍କୁ ଅନେକ ସଂଘର୍ଷ ଦେଖିବାକୁ ପଡ଼ିଛି। ସୋମବାର...

୧୫୫ ଖଣ୍ଡ ଭୋଟ ମିଳିବା ପରେ ଟ୍ରୋଲ ହେଉଛନ୍ତି ଏହି ଅଭିନେତା: ଜବାବ ମିଳିଲା ଏମିତି…

ପୁଣେ,୨୫।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ନଭେମ୍ବର ୨୩ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ଅନେକ...

ରିଲେସନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ଖୁଲାସା କଲେ ମଲାଇକା

ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ରିଲେସନ୍‌ସିପ୍‌ ଷ୍ଟାଟସ୍‌କୁ ନେଇ ଖୁଲାସା କରିଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହା ପ୍ରକାଶ କରିଛନ୍ତି। ଆଜିକାଲି ସେ...

ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri