ମୁକୁଳାପଡ଼ିଛି ନଦୀବନ୍ଧ

ବାଲେଶ୍ୱର ଅଫିସ,୨୩।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲାର ରେମୁଣା ଓ ସଦର ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଅଧିକାଂଶ ବର୍ଷ କୂଳ ଲଂଘୁଛି। ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ବସୁଥିଲେ ବି ଏହାର ସ୍ଥାୟୀ ପ୍ରତିକାର ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ଅନେକ ସ୍ଥାନରେ ନଦୀବନ୍ଧ ମୁକୁଳା ପଡିଥିବା ବେଳେ ଜଳସେଚନ ବିଭାଗ ପକ୍ଷରୁ ଏହାର ମରାମତି ସହ ପଥର ପ୍ୟାକିଂ କରାଯାଉ ନାହିଁ ା ବର୍ଷାଦିନେ କୂଳ କ୍ଷୟ ଘଟି ନଦୀ ଗତିପଥ ବଦଳାଉଥିବାରୁ ଏଥର ବନ୍ୟା ଆସିଲେ ସ୍ଥିତି ଗମ୍ଭୀର ରୂପ ନେବ ବୋଲି ଅଞ୍ଚଳବାସୀ ଆଶଙ୍କା ବ୍ୟକ୍ତ କରିିଛନ୍ତି।
ରେମୁଣା ବ୍ଲକର କାଠସଗଡ଼ା, ମନ୍ଦାରପୁର, ନହରପାଟଣା, ଧରମପୁର, ଦହପଡ଼ା ପଞ୍ଚାୟତର ଅନେକ ଗ୍ରାମ ବୁଢ଼ାବଳଙ୍ଗ ନଦୀର ଉଭୟ ପାର୍ଶ୍ୱରେ ରହିଛି। ଏହି ଅଞ୍ଚଳକୁ ସୁରକ୍ଷା ଦେବା ଲାଗି ନଦୀବନ୍ଧକୁ ସୁଦୃଢ କରାଯାଉ ନ ଥିବାରୁ ବନ୍ୟା ବିପତ୍ତି ଲୋକଙ୍କ ଚିର ସହଚର ପାଲଟିଛି। କାଠସଗଡ଼ା, ମନ୍ଦାରପୁର ଅଞ୍ଚଳରେ ୧୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ପ୍ରାୟ ୧୫୦ମିଟର ନଦୀବନ୍ଧରେ ପଥର ପ୍ୟାକିଂ ଲାଗି ୨୦୧୮ରେ ଟେଣ୍ଡର ଡକାଯାଇଥିଲା। ଚଳିତବର୍ଷ ଜୁଲାଇ ୨୯ତାରିଖ ସୁଦ୍ଧା କାର୍ଯ୍ୟ ସାରିବାକୁ ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ନାମକୁ ମାତ୍ର ଆଂଶିକ କାମ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି କାଠସଗଡ଼ା ଗ୍ରାମର ୟୁକାଲିପଟାସ ପଦାଠାରୁ ଉତ୍ତରରୁ ପ୍ରାୟ ୧୫୦ରୁ ୨୦୦ ମିଟର ପଥର ପ୍ୟାକିଂ କାମ ଆଦୌ ଆରମ୍ଭ ହୋଇନାହଁି। ବର୍ଷାଭାବସ୍ଥିତି ଯୋଗୁ ବର୍ତ୍ତମାନ ନଦୀକୂଳ ଶୁଖିଲା ପଡ଼ିଥିବା ସତ୍ତ୍ୱେ କାର୍ଯ୍ୟ ତ୍ୱରାନ୍ବିତ କରିବା ସକାଶେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବିଭାଗୀୟ ଉଦାସୀନତା ପଦାରେ ପଡିଛି। ଯଦି ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସେ କାଠସଗଡ଼ାଠାରେ ଅଧା ନଷ୍ଟ ହୋଇଥିବା ନଦୀବନ୍ଧ ନିଶ୍ଚିନ୍ତ ଭାଙ୍ଗିଯିବ ଏବଂ ରେମୁଣା ବ୍ଲକର ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ କ୍ଷତିଗ୍ରସ୍ତ ହେବ ବୋଲି ଅଞ୍ଚଳବାସୀ କହିିଛନ୍ତି।
ନଦୀବନ୍ଧର ସ୍ଥିତି ଦୁର୍ବଳ ଥିବା ହେତୁ ପ୍ରତିବର୍ଷ କୂଳକ୍ଷୟ ଘଟି ଏହାର ଗତିପଥ ବଦଳିବା ଯୋଗୁ ନଈଆଡ଼ି ପଦାରେ ଥିବା ଅନେକ ବଡ଼ ବଡ଼ ଗଛ ନଦୀଗର୍ଭକୁ ଟାଣି ହୋଇଗଲାଣି। ଏଣୁ ମନ୍ଦାରପୁର ଅଞ୍ଚଳ ପ୍ରତି ବିପତ୍ତି ଆଶଙ୍କା ବଢିିଛି। ଏ ସମ୍ପର୍କରେ ମନ୍ଦାରପୁର ସରପଞ୍ଚ ସୁଜାତା ଦାସ କହିଛନ୍ତି, ଅଟକଳ ଅନୁସାରେ ନଦୀବନ୍ଧ କାମ ହେଉ ନ ଥିବା ଜାଣି ଗ୍ରାମର ଲୋକେ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ନଦୀବନ୍ଧ ପ୍ୟାକିଂ କାମରେ ବଡ଼ ବଡ଼ ପଥର ପରିବର୍ତ୍ତେ ଛୋଟ ଛୋଟ ପଥର ବ୍ୟବହାର କରାଯିବା ଯୋଗୁ ଏହାକୁ ଲୋକେ ବିରୋଧ କରିଥିଲେ। ଏଣୁ ଛୋଟ ପଥର ବଦଳାଇବାକୁ ବିଭାଗୀୟ ଯନ୍ତ୍ରୀ ନିର୍ଦ୍ଦେଶ ଦେବା ପରଠାରୁ କାମ ବନ୍ଦ ରହିଛି। ଏ ସମ୍ପର୍କରେ ଜଳସେଚନ ବିଭାଗ ଏସ୍‌ଡ଼ିଓ ନିର୍ମଳକାନ୍ତି ଜେନାଙ୍କୁ ଜେନାଙ୍କୁ ପଚାରିବାରୁ କହିଛନ୍ତି, ଗତ ସାଧାରଣ ନିର୍ବାଚନ ଯୋଗୁ କାର୍ଯ୍ୟରେ ବିଳମ୍ବ ଘଟିଛି। ବିଭାଗ ପକ୍ଷରୁ ତାଗିଦ୍‌ କରାଯିବା ପରେ ଏହାମଧ୍ୟରେ ସମୟ ଅବଧି ବୃଦ୍ଧି କରିବାକୁ ସମ୍ପୃକ୍ତ ଠିକାଦାର ଆବେଦନ କରିଛନ୍ତି। ଏହାସତ୍ତ୍ୱେ ଯଥାଶୀଘ୍ର କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri