Posted inରାଜ୍ୟ

ମୁକୁଳା ପଡିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର: ୨ ମାସରେ ମଲେଣି ୨୦ରୁ ଊର୍ଦ୍ଧ୍ୱ ଗୋରୁ, ଛେଳି

ରଣପୁର,୨୫ା୫(ସ୍ବ.ପ୍ର.): ନିରାପଦରେ ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳସ୍ବରୂପ ଅନେକ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଣ ହେଉଛି। ଏହାର ପରିଣତି ନିରୀହ ପ୍ରାଣୀମାନଙ୍କୁ ଭୋଗିବାକୁ ପଡୁଛି। ଏହାର ଏକ ନମୁନା ନୟାଗଡ଼ ଜିଲା ରଣପୁର ବିଦ୍ୟୁତ୍‌ ବିଭାଗ (ସେସୁ) ଅଧୀନ ଗୋପାଳପୁର ଗ୍ରାମରେ ଦେଖିବାକୁ ମିଳିଛି। ଟ୍ରାନ୍ସଫର୍ମର ମୁକୁଳା ପଡିଥିବାରୁ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବଳଦର ମୃତ୍ୟୁ ଘଟିଛି। ଦୁଇମାସ ଭିତରେ ଏହି କାରଣରୁ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ବିଭାଗ ପାଖରେ ଅଭିଯୋଗ କଲେ ସେମାନଙ୍କୁ ଧମକ ମିଳୁଥିବା ଜଣାଯାଇଛି।
ଗୋପାଳପୁର ଗ୍ରାମ ବଣିଆ ସାହିକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ବିଭାଗ ତରଫରୁ ଗ୍ରାମ ମୁଣ୍ଡ ରାସ୍ତା କଡରେ ଏକ ଟ୍ରାନ୍ସଫର୍ମର ବସାଯାଇଛି। ଦୀର୍ଘମାସ ହେବ ଏହି ଟ୍ରାନ୍ସଫର୍ମରଟି ଏଠାରେ ବସାଯାଇଥିଲେ ମଧ୍ୟ ବିଭାଗ ତରଫରୁ ଏହା ଚାରିପାଖରେ ପାଚେରି କିମ୍ବା ତାରବାଡ କରାଯାଇ ନାହିଁ। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଗୃହପାଳିତ ପ୍ରାଣୀମାନେ ଚରିବା ପାଇଁ ଟ୍ରାନ୍ସଫର୍ମର ନିକଟକୁ ଚାଲିଯାନ୍ତି। ଫଳରେ ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥାଆନ୍ତି। ଦୁଇମାସ ଭିତରେ ବିଭିନ୍ନ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଗାଈ, ବଳଦ, ଛେଳି ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି। ଗୁରୁବାର ବଣିଆ ସାହିର ଉଲି ମୁଖୀଙ୍କ ବଳଦ ବାହାରକୁ ଚରାଇବା ପାଇଁ ନେଉଥିବା ବେଳେ ଟ୍ରାନ୍ସଫର୍ମର ନିକଟକୁ ପଳାଇଥିଲା। ସେଠାରେ ବିଦ୍ୟୁତ୍‌ ଆଘାତରେ ବଳଦର ମୃତ୍ୟୁ ଘଟିଥିଲା। ଏ ନେଇ ଉଲି ରଣପୁର ସେସୁ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ସମାଧାନ ବଦଳରେ ଧମକ ଦେଇଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଟାଙ୍ଗୀ ବିଦ୍ୟୁତ୍‌ ବିଭାଗ ସେସୁର ଏସ୍‌ଡିଓଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଏ ବିଷୟରେ ଅବଗତ ନାହିଁ । ଯଦି ସେଠାରେ ଖୋଲା ଟ୍ରାନ୍ସଫର୍ମର ପଡିଆରେ ବସିଛି ତା’ହେଲେ ତୁରନ୍ତ ତାକୁ ତାରବାଡ ଦ୍ୱାରା ଆବଦ୍ଧ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ...

ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି...

ନାବାଳକ ଆତ୍ମହତ୍ୟାକୁ ନେଇ ଖୋଲୁଛି ଗୁମର

ରାଜକନିକା,୨୬ା୧୧(ସଞ୍ଜୟ କୁମାର ଦାଶ): ନାବାଳକ ମୃତ୍ୟୁର ୧୩ ଦିନ ପରେ ଗଳିତ ମୃତଦେହକୁ କଢ଼ାଯାଇ ବ୍ୟବଚ୍ଛେଦ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ତଥା...

ସମ୍ବିଧାନ ଦିବସରେ ବାହାରିଲା ପଦଯାତ୍ରା: ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ଏହି ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ରାଜଧାନୀ...

ଚାନ୍ଦା ଆଦାୟ କରି ଧରାପଡିଲେ କନିଷ୍ଠ ଏମ୍‌ଭିଆଇ

ଗୋପାଳପୁର,୨୬ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ କଡ଼ରେ ପରିବହନ ବିଭାଗର ଜଣେ କନିଷ୍ଠ ଏମଭିଆଇ ଓ କେତେ ଜଣ ଯୁବକ...

ଭାଜପାରେ ଯୋଗଦେବେ କି ଅମର ଶତପଥୀ: କହିଦେଲେ ମନର କଥା

ଚଣ୍ଡିଖୋଲ,୨୬ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି):ଏବେ ଧୀରେ ଧୀରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ କମୁଛି। ଜାତୀୟ ଦଳ ସହଯୋଗରେ ଆଞ୍ଚଳିକ ଦଳଗୁଡ଼ିକ ବିଜୟୀ ହୋଇଛନ୍ତି ବୋଲି ପୂର୍ବତନ ବିଧାୟକ...

ମଦମୃତ୍ୟୁ ମାମଲାକୁ ଗୃହରେ ଉଠାଇବେ ବିଜେଡି, କଂଗ୍ରେସ

ଭୁବନେଶ୍ୱର, ୨୬ା୧୧(ସୁନିତ୍‌ ମିଶ୍ର):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ଧରି ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଦଳ...

‘ଦାନା’ କ୍ଷୟକ୍ଷତିର ସମୀକ୍ଷା କଲା କେନ୍ଦ୍ରୀୟ ଟିମ୍‌ 

ବାଲେଶ୍ୱର(ବାଞ୍ଛାନିଧି ଦେ)/ ସୋର,(ଜନ୍ମେଜୟ ମିଶ୍ର),୨୬।୧୧: ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍‌ ସୋମବାର ବାଲେଶ୍ୱର ଜିଲାକୁ ଦିନିକିଆ ଗସ୍ତରେ ଆସିଥିଲା। ବାତ୍ୟା ‘ଦାନା’ରେ ବିଶେଷ ଭାବେ ପ୍ରଭାବିତ ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri