ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ପାଇ ଗୁହାରି ଜଣାଇବା ବଡ଼କଥା

ଭୁବନେଶ୍ୱର,୨ା୭(ଅନିଲ ଦାସ):ଦୀର୍ଘବର୍ଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ଖବର ପ୍ରସାରିତ ହେବା ପରେ ସାରା ରାଜ୍ୟରୁ ନିଜର ସମସ୍ୟା ନେଇ ବହୁ ଲୋକ ରାଜଧାନୀକୁ ଛୁଟି ଆସିଥିଲେ ।
ସୋମବାର ସକାଳ ୯ଟାରୁ ୧୨ଟା ମଧ୍ୟରେ ପଞ୍ଜୀକରଣ ସମୟ ଧାର୍ଯ୍ୟ ହୋଇଥିବାରୁ ଏହା ପୂର୍ବରୁ ଲୋକଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନ ୧୦ଟା ସୁଦ୍ଧା ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଭିଡ଼ ବଢ଼ିଚାଲିଲା। ୧୧ଟା ୩୦ ବେଳକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସମସ୍ତଙ୍କ ମନରେ ଅସୁମାରି ଭରସା। ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଦୂର କରିବେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅନେକ ବ୍ୟକ୍ତି ଖୁସିବ୍ୟକ୍ତ କରିଛନ୍ତି। ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିଧାସଳଖ ଦୁଃଖ ଜଣାଇବା ହେଉଛି ସବୁଠୁ ବଡ଼ କଥା। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ ସମସ୍ୟା ସମାଧାନ ହେବ ବୋଲି ଲୋକମାନେ ଆଶା କରିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଅନ୍ୟ ମନ୍ତ୍ରୀମାନେ ପୂର୍ବାହ୍ନ ୧୧ଟାରେ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚତ୍ ଶୁଣାଣି ଆରମ୍ଭ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସମସ୍ତ କଥାକୁ ଭଲ ଭାବେ ଶୁଣୁଛନ୍ତି
ବଲାଙ୍ଗୀର ଜିଲାର ପ୍ରସନ୍ନ ପଟ୍ଟନାୟକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ସେ ୨୦୧୩ରୁ ବଲାଙ୍ଗୀର ବାଳିକା ଉଚ୍ଚ ବିଦ୍ୟାଳୟରୁ ଚାକିରିରୁ ଅବସର ନେଇଛନ୍ତି। ୧୯୮୨ ମସିହାରୁ ଚାକିରି କରିଥିଲେ ମଧ୍ୟ ତାଙ୍କର ପେନ୍‌ସନ ୧୯୯୬ରୁ ହିସାବ କରାଯାଇଥିଲା। ବଳକା ୧୪ ବର୍ଷର ହିସାବକୁ ବିଭାଗ ନେଉ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କର ଦୁଃଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଏହାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିବା ସେ କହିଛନ୍ତି। ଅନ୍ୟ ପକ୍ଷରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କରି ନିଜର ସମସ୍ୟା ଜଣାଇବା ହେଉଛି ବଡ଼ କଥା। ମୁଖ୍ୟମନ୍ତ୍ରୀ ସମସ୍ତ କଥାକୁ ଭଲଭାବେ ଶୁଣି ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଦୀର୍ଘବର୍ଷର ଏହି ସମସ୍ୟା ସମାଧାନ ହୋଇଯିବ ବୋଲି ଆଶା କରୁଛି।
-ପ୍ରସନ୍ନ ପଟ୍ଟନାୟକ ଶିକ୍ଷକ, ବଲାଙ୍ଗୀର
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲି, ଦୁଃଖ ଦୂର ହେବ
ସ୍ବାମୀ ଚାଲିଗଲା ପରେ ୩ ଝିଅ ଓ ପୁଅକୁ ନେଇ ରହୁଛି। ନିଜର ମଧ୍ୟ ସ୍ବାସ୍ଥ୍ୟ ଭଲ ନାହିଁ। ପରିବାର ଚଳାଇବା କଷ୍ଟକର ହେଉଛି। ପକ୍କାଘର ଖଣ୍ଡେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ନିଜର ଗୁହାରି ଜଣାଇବା ସହ କିଛି ସହାୟତା ପାଇବା ଆଶାରେ ଏତେଦୂରରୁ ଆସିଛି। ଆମ କଥା କେହି ତ’ ଶୁଣୁ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୁଃଖ ଦୂର ହେବ ବୋଲି ଆଶା ରହିଛି।
– ସୀତା ପାତ୍ର, ତେଲକୋଇ, କେନ୍ଦୁଝର
ପୁଅ ଚାକିରି ସ୍ଥାୟୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଲି
ପୁଅର ଚାକିରି ସ୍ଥାୟୀ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରୁ ଧାଇଁଆସିଥିଲେ ସଚିବାଳା ପ୍ରଧାନ। ସାଧାରଣ ପ୍ରଶାସନ ବିଭାଗରେ ତାଙ୍କ ପୁଅ ଡାଟା ଏଣ୍ଟ୍ରିି ଅପରେଟର ଭାବେ ଦୀର୍ଘ ବର୍ଷ କାମ କରିବା ପରେ ନିୟମିତ ହୋଇନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅର ଚାକିରି ପାଇଁ ଗୁହାରି କରିଛି। ଏକଥା ବୁଝିବାକୁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏତେ ପାଖରୁ ପାଇ ଖୁସି ଲାଗୁଛି। ବଡ଼ ଦୁଃଖ କଷ୍ଟରେ ଚଳୁଛୁ। ଭଗବାନ୍‌ଙ୍କୁ ଡାକୁଛି ପୁଅର ଚାକିରି କେମିତି ସ୍ଥାୟୀ ହୋଇଯାଉ।
– ସଚିବାଳା ପ୍ରଧାନ, ପଟ୍ଟାମୁଣ୍ଡାଇ
ଭିଡ଼ଥିଲା ଆର ସୋମବାରକୁ ଆସିବି
ଢେଙ୍କାନାଳର ଏକ ଭିନ୍ନକ୍ଷମ ସ୍କୁଲରେ ଶିକ୍ଷକତା କରୁଥିବା ଦିବ୍ୟାଙ୍ଗ ଦିବାକର ସାହୁ ନିଜର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ତେବେ ଭିଡ଼ ବହୁତ ଥିବାରୁ ସେ ନିଜର ସମସ୍ୟା ଜଣାଇ ନ ପାରି ଫେରି ଯାଇଛନ୍ତି। ସେ କହିଛନ୍ତି, ମୋର ଆସିବା ବିଳମ୍ବ ହେବାରୁ ନାମ ପଞ୍ଜୀକରଣ କରିପାରିଲି ନାହିଁ। ଆସନ୍ତା ସପ୍ତାହରେ ଆସିବି। ଦୀର୍ଘ ବର୍ଷ ହେବ ଶିକ୍ଷକତା କରୁଥିଲେ ମଧ୍ୟ ଚାକିରି ସ୍ଥାୟୀ ହୋଇ ପାରି ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବି ବୋଲି ସେ କହିଛନ୍ତି।
-ଦିବାକର ସାହୁ,
ଭିନ୍ନକ୍ଷମ ସ୍କୁଲ ଶିକ୍ଷକ, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri