ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ, ୯।୪-ବାଲେଶ୍ୱରସ୍ଥିତ ବାଲିଆ ରାମେଶ୍ୱର ମନ୍ଦିର ସମ୍ମୁଖରେ ଥିବା ମେସି ଫର୍ଗୁସନ ଟ୍ରାକ୍ଟର କମ୍ପାନୀର ଜିଲା ଡିଲର ‘ମେସର୍ସ ଲକ୍ଷ୍ମୀରେଖା ଅଟୋମୋବାଇଲ୍ସ’ର ଦୁଇ ବିଜିନେସ୍‌ ପାର୍ଟନର ମନୋଜ କୁମାର ଜେନା ଏବଂ ଅମିତ ଅମିତାଭ ମହାକୁଡ଼ ଗୁରୁବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ତାଙ୍କ ସହ ଡିଲରସିପ୍‌ର ୱାର୍କସପ୍‌ ସୁପରଭାଇଜର ରବୀନ୍ଦ୍ର କୁମାର ମାଝି, ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଲକ୍ଷ୍ମୀରେଖା ଅଟୋମୋବାଇଲ୍ସର ସମସ୍ତ କର୍ମଚାରୀ ନିଜ ନିଜର ଗୋଟିଏ ଦିନର ଦରମା ଓ ଦୁଇ ବିଜିନେସ୍‌ ପାର୍ଟନର ନିଜର ସଞ୍ଚୟ ରାଶିରୁ ଏହି ଅନୁଦାନ ଦେଇଥିଲେ। ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ମାଧ୍ୟମରେ ଏହି ସହାୟତା ରାଶି ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣିଲାନି ପ୍ରଶାସନ: ୩ କିମି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି,୭ା୧୧(ଅରୁଣ ସାହୁ): ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା...

ଲଜ୍‌ରେ ଅତର୍କିତ ଚଢ଼ାଉ, କାଗଜପତ୍ର ଯାଞ୍ଚ କରୁଛି ପୋଲିସ

ଗଞ୍ଜାମ,୭।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଥିବା ଲଜ୍‌ ଓ ରେସିଡେନ୍ସିଗୁଡିକରେ ଗଞ୍ଜାମ ପୋଲିସର ଚଢ଼ାଉ ଜାରି ରହିଛି l ପୋଲିସର ଅଚାନକ...

ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ସଂରକ୍ଷଣ ଓ ନିୟମିତ ମାମଲା: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୭ା୧୧ (କାର୍ତ୍ତିକ ସାହୁ): କମ୍ପ୍ୟୁଟର ପ୍ରୋଗ୍ରାମର ବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଲାଗି ୩୦% ସଂରକ୍ଷଣ ଓ ଚାକିରି ନିୟମିତ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତିି।...

ଧାନଫସଲରେ ମାଟି ପୋତିବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ 

ବରଗଡ଼,୬।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ଚାଷ ହୋଇଥିବା ଧାନଫସଲ ଉପରେ ମାଟି ପୋତିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ...

ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ମୋକ୍‌ ଆର୍ଟିଷ୍ଟ ଦୀପକ କୁମାର, କହିଲେ ମୁଁ ଏହି…

କଟକ,୬ା୧୧: ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ବାଇଟ୍‌ହାଉସ୍‌କୁ ବୃହତ, ଅଦ୍ୱିତୀୟ ତଥା ଶକ୍ତିଶାଳୀ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସ୍‌ଙ୍କୁ ପରାସ୍ତ କରି...

ପ୍ରେମ ନିବେଦନକୁ ମନା କରିବାରୁ ଅଙ୍ଗନୱାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ହେମଗିର,୬ା୧୧(ଚେତୈନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଜୁଲୁମବାହାଲ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି...

ଭବାନୀପାଟଣାରୁ ବିଶାଖାପାଟଣାକୁ ଗଡ଼ିଲା ଜଗନ୍ନାଥ ଏକ୍ସପ୍ରେସ୍‌

ଭବାନୀପାଟଣା,୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ୍‌ ଭଲ୍‌ବୋ ବସ୍‌ ସେବାର ଶୁଭାରମ୍ଭ ହୋଇଛି। ବୁଧବାର ଅପରାହ୍ନରେ ପତାକା...

୨ ହତ୍ୟା ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏ ଜେଲ୍‌

ବ୍ରହ୍ମପୁର,୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଆଧାର କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri