ପାଟନା,୧୨।୧: ମୁଜାଫରପୁର ଶେଲ୍ଟର ହୋମ୍ ମାମଲାରେ ଆର୍ଜେଡି ନେତା ତେଜସ୍ବୀ ଯାଦବ ସିବିଆଇକୁ ରବିବାର କଡ଼ା ସମାଲୋଚନା କରିଛନ୍ତି। ତେଜସ୍ବୀ ଟୁଇଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ଅପରାଧୀଙ୍କୁ ସିବିଆଇ ସୁରକ୍ଷା ଦେଉଛି। ଶେଲ୍ଟର ହୋମ୍ର ୩୪ ଜଣ ଅନ୍ତେବାସୀଙ୍କ ଉପରେ ଶାସକ ଦଳର ସଦସ୍ୟ ଦୀର୍ଘଦିନ ଧରି ଅତ୍ୟାଚାର କରିଥିଲେ। ସିବିଆଇ ପକ୍ଷରୁ ଏହି ମାମଲାର ଯାଞ୍ଚ୍ କରୁଥିବା ଅଧିକାରୀଙ୍କୁ ବଦଳି କରାଯାଇଛି। ତେବେ କୋର୍ଟ ପକ୍ଷରୁ ଏପରି ନ କରିବାକୁ ସିବିଆଇକୁ କୁହାଯାଇଥିଲା। ମାତ୍ର ଏହି ଘଟଣା ରାଜନୈତିକ ନୁହେଁ ବରଂ ମାନବୀୟ ବୋଲି ସିବିଆଇ ପକ୍ଷରୁ ଉତ୍ତରରେ କୁହାଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ତେଜସ୍ବୀ କହିଛନ୍ତି।