Posted inଖେଳ

ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶ କିଣିଲା ସିଟି ଫୁଟବଲ ଗୃପ

ମୁମ୍ବାଇ, ୨୯।୧୧- କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ ଗୁରୁବାର ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଫ୍ରାଞ୍ଚାଇଜ଼ ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶଧନ କ୍ରୟ କରିଛି। ଏଥିସହିତ ମୁମ୍ବାଇ ସିଟି ଏଫସି ସିଟି ଫୁଟବଲ ଗୃପ ନେଟୱର୍କର ଅଷ୍ଟମ କ୍ଲବ ବିବେଚିତ ହୋଇଛି। ସିଟି ଫୁଟବଲ ଗୃପ ଏବେ ମୁମ୍ବାଇ ସିଟି ଏଫସିର ୬୫ ପ୍ରତିଶତ ଅଂଶର ମାଲିକାନା ହାସଲ କରିଛି। ତେଣୁ ବର୍ତ୍ତମାନର ସେୟାରହୋଲଡ଼ର ଅଭିନେତା ରଣବୀର କପୁର ଓ ବିମଲ ପାରେଖଙ୍କ ପାଖରେ ବଳକା ୩୫ ପ୍ରତିଶତ ଅଂଶଧନ ରହିଛି। ମୁମ୍ବାଇଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଫୁଟବଲ ସ୍ପୋଟର୍‌ସ ଡେଭେଲପମେଣ୍ଟ ଲିମିଟେଡ଼ (ଏଫଏସଡିଏଲ) ଏବଂ ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ ଏବଂ ସିଟି ଫୁଟବଲ ଗୃପର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଫେରାନ ସୋରିଆନୋ ଏହା ପ୍ରକାଶ କରିଛନ୍ତି।
“ଆମେ ବିଶ୍ୱର ଫୁଟବଲ ଶକ୍ତିକେନ୍ଦ୍ରକୁ ଭାରତକୁ, ଇଣ୍ଡିଆନ ସୁପର ଲିଗକୁ ଏବଂ ଭାରତୀୟ ଫୁଟବଲକୁ ସ୍ବାଗତ ଜଣାଉଛୁ। ଏହା ଏକ ଐତିହାସିକ କ୍ଷଣ, କାରଣ ପ୍ରଥମ ଥର ପାଇଁ ଏକ ୟୁରୋପିଆନ କ୍ଲବ କୌଣସି ଭାରତୀୟ କ୍ଲବରେ ବହୁସଂଖ୍ୟକ ଅଂଶଧନ କ୍ରୟ କରିଛି। ଏହା ଭାରତୀୟ ଫୁଟବଲ ହାସଲ କରିଥିବା ଉତ୍କର୍ଷ ଓ ଭାରତୀୟ ଫୁଟବଲକୁ ନେଇ ଆମର ପ୍ରତିବଦ୍ଧତା ତଥା ଦୁରଦୃଷ୍ଟିକୁ ପ୍ରମାଣିତ କରିବା ସହ ଭାରତରେ ଫୁଟବଲର ବଢୁଥିବା ଲୋକପ୍ରିୟତା ଓ ଜନସମର୍ଥନର ପରିଚାୟକ“ ବୋଲି ନୀତା ପ୍ରକାଶ କରିଛନ୍ତି। ଭାରତରେ ସିଟି ଫୁଟବଲ ଗୃପକୁ ସ୍ବାଗତ ଜଣାଇବା ସହିତ ଏହି ଐତିହାସିକ ସହବନ୍ଧନ ଦ୍ୱାରା ମୁମ୍ବାଇ ସିଟି ଏଫସି ଦଳ ଓ ଭାରତୀୟ ଫୁଟବଲ ବେଶ ଲାଭାନ୍ବିତ ହେବ ବୋଲି ନୀତା କହିଛନ୍ତି। “ଏହି ଅଧିଗ୍ରହଣ ଓ ପୁଞ୍ଜିନିବେଶ ମୁମ୍ବାଇ ସିଟି ଏଫସି, ସିଟି ଫୁଟବଲ ଗୃପ ଓ ଭାରତୀୟ ଫୁଟବଲ ଜଗତରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆମର ବିଶ୍ୱାସ ରହିଛି। ଭାରତରେ ଫୁଟବଲର ଭବିଷ୍ୟତ ଓ ମୁମ୍ବାଇ ସିଟି ଏଫସି ପାଇଁ ସିଟି ଫୁଟବଲ ଗୃପ ପ୍ରତିବଦ୍ଧ। ଆମେ ମୁମ୍ବାଇ ସିଟି ଏଫସିର ପ୍ରଶଂସକ ଓ ସ୍ଥାନୀୟ ସମୁଦାୟରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ବେଶ ଉତ୍ସୁକ ଏବଂ ଆମର ସହ-ମାଲିକ ମାନଙ୍କ ସହିତ ଏକାଠି କାର୍ଯ୍ୟ କରି କ୍ଲବର ତ୍ୱରିତ ବିକାଶ ଦିଗରେ ଆମେ ପ୍ରଚେଷ୍ଟା କରିବୁ” ବୋଲି ସିଟି ଫୁଟବଲ ଗୃପର ଅଧ୍ୟକ୍ଷ ଖଲଦୋନ ଅଲ ମୁବାରକ କହିଛନ୍ତି। ସିଟି ଫୁଟବଲ ଗୃପ ପକ୍ଷରୁ ସିଟି ଫୁଟବଲ ଗୃପ ଇଣ୍ଡିଆର ମୁଖ୍ୟ ଭାବେ ବରିଷ୍ଠ ଉପସଭାପତି ଡେମିୟନ ବିଲୋବୀଙ୍କ ନାମ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ସିଟି ଫୁଟବଲ ଗୃପ ବିଶ୍ୱର ଅଗ୍ରଣୀ ଫୁଟବଲ କ୍ଲବସମୂହର ସଞ୍ଚାଳକ ଏବଂ ଏହାର ମାଲିକାନାରେ ରହିଥିବା କ୍ଲବଗୁଡିକ ମଧ୍ୟରେ ରହିଛି ଇଂଲିଶ ପ୍ରିମିୟର ଲିଗ ଚମ୍ପିୟାନ ମଞ୍ଚେଷ୍ଟର ସିଟି ଏଫସି ସମେତ ଆମେରିକାର ନ୍ୟୁୟର୍କ ସିଟି, ଅଷ୍ଟ୍ରେଲିଆର ମେଲବର୍ନ ସିଟି ଏଫସି, ଜାପାନର ୟୋକହାମା ଏଫ ମଇରିନୋ, ଉରୁଗୁଏର କ୍ଲବ ଏଟଲେଟିକୋ ଟର୍କ, ସ୍ପେନର ଗିରୋନା ଏଫସି ଏବଂ ଚୀନର ସିଚୁଆନ ଜିଉନିଉ ଏଫସି। ମୁମ୍ବାଇ ସିଟି ଏଫସି ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଥିବା ମୁମ୍ବାଇ ଫୁଟବଲ ଆରେନାରେ ୮୦୦୦ ଦର୍ଶକଙ୍କ ସମ୍ମୁଖରେ ନିଜ ଘରୋଇ ମ୍ୟାଚ ଖେଳୁଛି। ଏଣିକି ମାଞ୍ଚେଷ୍ଟର ସିଟିର ସ୍ପାନିଶ ମ୍ୟାନେଜର ପେପ୍‌ ଗ୍ବାର୍ଡିଓଲା ମୁମ୍ବାଇ ସିଟି ଏଫସି କୋଚ୍‌ଙ୍କ ସହ ସମ୍ପର୍କରେ ରହିବେ ବୋଲି ସୋରିଆନୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri