Posted inଫୁରସତ

ମୃତ୍ତିକା ଉପରେ ପରିବର୍ତ୍ତିତ ଜଳବାୟୁର ପ୍ରଭାବ

ମୃତ୍ତିକା ପୃଥିବୀ ପୃଷ୍ଠର ଏକ ବୃହତ ଅଂଶ, ଯାହା ଉଭୟ ପ୍ରାଣୀ ଏବଂ ଉଦ୍ଭିଦଙ୍କର ବାସସ୍ଥଳୀ। ମୃତ୍ତିକାରେ ଉଦ୍ଭିଦ ବଢ଼ି ଆମକୁ ଖାଦ୍ୟ, ବସ୍ତ୍ର, ଔଷଧ, ଗୃହ ଉପକରଣ ଏବଂ ଉପଭୋଗ ପାଇଁ ସୌନ୍ଦର୍ଯ୍ୟ ଆଦି ଯୋଗାଇଥାଏ। ଜଳବାୟୁର ବିଭିନ୍ନ ପ୍ରଭାବରେ ଭୂଗର୍ଭ ଏବଂ ଭୂପୃଷ୍ଠସ୍ଥ ଶିଳା ତଥା ପ୍ରସ୍ତର ଖଣ୍ଡମାନ ଭାଙ୍ଗି କ୍ଷୁଦ୍ର ବାଲୁକା, ପଟୁ ଏବଂ କର୍ଦମରେ ପରିଣତ ହୋଇ ମୃତ୍ତିକା ସୃଷ୍ଟି ହୁଏ। ଏକ ହିସାବରୁ ଜଣାଯାଇଛି ଯେ ଭୂପୃଷ୍ଠର ଏକଘନ ଇଞ୍ଚ ଆୟତନର ମୃତ୍ତିକା ସୃଷ୍ଟି ପାଇଁ ପ୍ରାୟ ଏକ ହଜାରରୁ ପନ୍ଦରଶହ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ। ଅନ୍ୟ ପକ୍ଷରେ ଜଳବାୟୁର ଭିନ୍ନ ଭିନ୍ନ ପ୍ରଭାବରେ ବର୍ଷକୁ ପ୍ରାୟ ୫ରୁ ୭ଟନ୍‌ ପର୍ଯ୍ୟନ୍ତ ମୃତ୍ତିକା ଧୋଇ ହୋଇ ଭୂପୃଷ୍ଠରୁ ସ୍ଥାନାନ୍ତରିତ ହୁଏ।
ଜଳବାୟୁ କହିଲେ ମୁଖ୍ୟତଃ ବୃଷ୍ଟିପାତ, ବାୟୁପ୍ରଭାବ, ଭୂପୃଷ୍ଠ ଉତ୍ତାପ, ଆର୍ଦ୍ରତା, ବାୟୁମଣ୍ଡଳର ବିଭିନ୍ନ ବାଷ୍ପ ଆଦିକୁ ବୁଝାଏ। ବିଭିନ୍ନ କାରଣରୁ ଭୂପୃଷ୍ଠର ଜଳବାୟୁ ପରିବର୍ତ୍ତନର ଲକ୍ଷଣମାନ ଅନୁଭବ କରାଯାଉଛି। ଏହା କେତେବେଳେ ଶାନ୍ତ ତ କେତେବେଳେ ଭୟଙ୍କର।
ଜଳବାୟୁର ମୁଖ୍ୟ ଏକ ଅଂଶ ହେଉଛି ବୃଷ୍ଟିପାତ। ଏହାର ପରିମାଣ ଏବଂ ତୀବ୍ରତା ମୃତ୍ତିକା ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ବୃଷ୍ଟିପାତର ପରିମାଣ ସ୍ବଳ୍ପ, ମଧ୍ୟମ, ପ୍ରବଳ ଅଥବା ଅତିପ୍ରବଳ ହୋଇପାରେ। ସ୍ବଳ୍ପ ବୃଷ୍ଟିପାତ ପ୍ରସ୍ତର ଖଣ୍ଡ ଉପରେ ଅତିକ୍ଷୁଦ୍ରରୁ କ୍ଷୁଦ୍ର ଶିଉଳି ଜାତୀୟ ଭିନ୍ନ ଉଦ୍ଭିଦ ବଢ଼ାଇବାରେ ସାହାଯ୍ୟ କରେ। ଉକ୍ତ କ୍ଷୁଦ୍ର ଉଦ୍ଭିଦରୁ କେତେକ ଜୈବ ଅମ୍ଳ ସୃଷ୍ଟି ହୋଇ ପଥର ଦେହରେ ସରୁ ସରୁ ଫାଟ ହୁଏ। ସମୟ କ୍ରମେ ଉକ୍ତ ଫାଟ ବଢ଼ି ବଡ଼ ବଡ଼ ଫାଟରେ ପରିଣତ ହୋଇ ପରବର୍ତ୍ତୀ ସମୟରେ ଭାଙ୍ଗି ମାଟି ସୃଷ୍ଟି କରେ। ମଧ୍ୟମ ବୃଷ୍ଟିପାତ ଦ୍ୱାରା ଦୁଇ ପଥର ମଧ୍ୟରେ ଥିବା ଫାଙ୍କରେ ଫର୍ଣ୍ଣ ଜାତୀୟ ଉଦ୍ଭିଦ ବଢ଼ନ୍ତି। ଫର୍ଣ୍ଣର ଚେର ପଥରର ଦୁଇ ଫାଙ୍କରେ ଚାପ ପ୍ରୟୋଗ କରି ପଥରକୁ ଫଟାଇବା ଦ୍ୱାରା ସମୟ କ୍ରମେ ମାଟି ସୃଷ୍ଟି ହୁଏ।
ପ୍ରବଳ ଏବଂ ଅତି ପ୍ରବଳ ବର୍ଷା ଉଭୟ ମୃତ୍ତିକା ଗଠନ ଏବଂ କ୍ଷୟ ଘଟାଇ ଥାଏ। ପ୍ରବଳ ବର୍ଷା ଜଳସ୍ରୋତରେ ଭଗ୍ନ ଶିଳା ଖଣ୍ଡମାନ ବୋହିନେବା ସମୟରେ ପରସ୍ପର ମଧ୍ୟରେ ଘର୍ଷଣ ହୋଇ ପଥର ଖଣ୍ଡମାନ ଭାଙ୍ଗି ସେଥିରୁ ବୃହତ୍‌ ଏବଂ କ୍ଷୁଦ୍ର ବାଲୁକା ରାଶି ସୃଷ୍ଟି ହୁଏ। ଅତି ପ୍ରବଳ ବର୍ଷା ଦ୍ୱାରା ପାର୍ବତ୍ୟ ଅଞ୍ଚଳର ପାହାଡ଼ ଧସି ମୃତ୍ତିକା କ୍ଷୟ ହୁଏ। ଅନ୍ୟପକ୍ଷରେ ସମତଳ ଅଞ୍ଚଳର ନଦୀ ବଢ଼ି ଉପକୂଳରେ ଉର୍ବର ପଟୁ ମାଟି ସୃଷ୍ଟି ହୁଏ। ଉପକୂଳ ଅଞ୍ଚଳରେ ଝଡ଼ ଏବଂ ବନ୍ୟା ପ୍ରବଳ ବର୍ଷାର ଭିନ୍ନ କିଛି ରୂପ। ଝଡ଼ ହେଲେ ଲଗାଣ ବର୍ଷା ହୋଇ ନଦୀଜଳ ଫୁଲି କୂଳ ଲଙ୍ଘି ମୃତ୍ତିକା କ୍ଷୟ ହୁଏ। ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବହିଲେ ବାତ୍ୟା ସୃଷ୍ଟି ହୋଇ ମୃତ୍ତିକା ମଧ୍ୟ କ୍ଷୟହୁଏ। ଗ୍ରୀଷ୍ମଋତୁରେ କୁଆପଥର ବୃଷ୍ଟି ସହ ଅସାଧାରଣ ବର୍ଷା ଟୋପାମାନ ଶିଳା ଖଣ୍ଡକୁ ଭାଙ୍ଗି କ୍ଷୁଦ୍ର ଶିଳାରେ ପରିଣତ କରି ପରବର୍ତ୍ତୀ ସମୟରେ ମୃତ୍ତିକା ସୃଷ୍ଟି କରାଏ। ଅନେକ ସମୟରେ ବୃହତ୍‌ ବର୍ଷା ଟୋପାମାନ ଉର୍ବର ମୃତ୍ତିକାକୁ ସ୍ଥାନାନ୍ତରିତ କରେ।
ବାୟୁ ପ୍ରବାହ ମୃତ୍ତିକା ଉପରେ ବୃଷ୍ଟିପାତଠାରୁ ଭିନ୍ନ ପ୍ରଭାବ ପକାଇ ଥାଏ। ଘୂର୍ଣ୍ଣିବାୟୁ, କାଳବୈଶାଖୀ ଏବଂ ଧୂଳିଝଡ଼ ବାୟୁ ପ୍ରବାହର ଭିନ୍ନ ତିନୋଟି ରୂପ। କୌଣସି ଏକ ନିର୍ଦ୍ଦିଷ୍ଟ ଭୂଭାଗ ହଠାତ୍‌ ଉତ୍ତପ୍ତ ହେଲେ ସେହି ସ୍ଥାନର ବାୟୁ ଉତ୍ତପ୍ତ ହୋଇ ଘୂର୍ଣ୍ଣୟମାନ ଅବସ୍ଥାରେ ବାଲି, ଧୂଳି ଏବଂ ସୂଷ୍ମ କର୍ଦମ ଆଦି ବାୟୁମଣ୍ଡଳର ବହୁ ଉପରକୁ ଉଠି ସ୍ଥାନାନ୍ତର ହୁଏ। ବାୟୁ ପ୍ରବାହରେ ବଡ଼ ବଡ଼ ବାଲୁକାରାଶି ପଥରଖଣ୍ଡ ଉପରେ ପ୍ରବଳ ଆଘାତ ଦେଇ ପଥରକୁ ଭାଙ୍ଗେ। ମରୁଭୂମିରେ ପ୍ରବଳ ବାୟୁ ପ୍ରବାହରେ ବାଲୁକା ପାହାଡ଼ମାନ ସୃଷ୍ଟି ହୁଏ।
ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁର ଉତ୍ତାପ ଶୀତଋତୁରେ ପ୍ରାୟ ୭ଂ ରୁ ୧୦ଂ ସେଲସିୟସ ମଧ୍ୟରେ ରହୁଥିବା ବେଳେ ଗ୍ରୀଷ୍ମଋତୁରେ ଏହା ୪୫ଂ ରୁ ୫୦ଂ ସେଲସିୟସ ମଧ୍ୟରେ ହେବାର ରେକର୍ଡ ଅଛି। ଉତ୍ତାପର ତାରତମ୍ୟ ଯୋଗୁ ଭୃପୃଷ୍ଠସ୍ଥ ପଥର ପ୍ରସାରଣ ଓ ସଙ୍କୁଚିତ ହୋଇ ଫାଟେ ଏବଂ ପରବର୍ତ୍ତୀ ସମୟରେ ଭାଙ୍ଗି ବୃହତ ଓ କ୍ଷୁଦ୍ର ବାଲୁକା, ପଟୁ ଓ କର୍ଦମରେ ପରିଣତ ହୋଇ ମୃତ୍ତିକା ସୃଷ୍ଟି ହୁଏ।
ଆଗ୍ନେୟଗିରି ଉଦ୍‌ଗିରଣ ପ୍ରକୃତିର ଏକ ଭୟଙ୍କର ରୂପ। ଭୂଗର୍ଭସ୍ଥ ଶିଳା, ପ୍ରସ୍ତର ଏବଂ ଧାତୁ ଆଦି ଭୂଗର୍ଭର ଅତ୍ୟଧିକ ଉତ୍ତାପ ଯୋଗୁ ତରଳି ଭୂପୃଷ୍ଠ ଉପରକୁ ପ୍ରବଳ ବେଗରେ ଉଦ୍‌ଗିରଣ ହୋଇ ଶୀତଳ ହେଲେ ମୃତ୍ତିକା ସୃଷ୍ଟି ହୁଏ।
ଭୂମିକମ୍ପ ହେଲେ ଜଳବାୟୁର ପରିବର୍ତ୍ତନ ଘଟି ଭୂପୃଷ୍ଠ ଏବଂ ଭୂଗର୍ଭ ମଧ୍ୟରେ ବଡ଼ ବଡ଼ ଫାଟମାନ ସୃଷ୍ଟି ହୋଇ ବୃହତ ଶିଳାଖଣ୍ଡ ଭାଙ୍ଗି ମୃତ୍ତିକା ସୃଷ୍ଟି ହୁଏ। ସମୟେ ସମୟେ ସମୁଦ୍ର ଗର୍ଭରେ ଭୂକମ୍ପ ହେଲେ ସୁନାମି ସୃଷ୍ଟି ହୋଇ ବଡ଼ ବଡ଼ ଢେଉମାନ କୂଳଲଙ୍ଘି ଉଚ୍ଚ ବାଲୁକାରାଶି ସ୍ତର ସୃଷ୍ଟି ହୁଏ।
ବାୟୁମଣ୍ଡଳରେ ନାଇଟ୍ରସ ଅକ୍‌ସାଇଡ, ସଲଫର ଡାଇଅକ୍‌ସାଇଡ, ହାଇଡ୍ରୋଜେନ ସଲଫାଇଡ, କାର୍ବନ ଡାଇଅକ୍‌ସାଇଡ ଆଦି ଅମ୍ଳଧର୍ମୀ ଗ୍ୟାସ ଜଳୀୟବାଷ୍ପ ଏବଂ ସ୍ବଳ୍ପ ବର୍ଷା ସଂସ୍ପର୍ଶରେ ଆସି, ନାଇଟ୍ରିକ ଅମ୍ଳ, ସଲଫ୍ୟୁରିକ ଅମ୍ଳ, କାର୍ବୋନିକ ଅମ୍ଳ ଆଦି ସୃଷ୍ଟି ହୁଏ। ଏହିସବୁ ଅମ୍ଳ ପ୍ରସ୍ତର ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା ଘଟି ପଥରଖଣ୍ଡମାନ ଭାଙ୍ଗି ମୃତ୍ତିକା ସୃଷ୍ଟି ହୁଏ।
ଭୂପୃଷ୍ଠସ୍ଥ ଆମେ ମନୁଷ୍ୟ ଏବଂ ଅନ୍ୟାନ୍ୟ ପ୍ରାଣୀ ତଥା ଉଭିଦ ଆଦି ଜୀବଜଗତ ମୃତ୍ତିକା ଏବଂ ପୃଥିବୀର ଜଳବାୟୁ ସହିତ ଓତପ୍ରୋତ ଭାବେ ଜଡିତ। ଯେହେତୁ ମୃତ୍ତିକା ଏକ ଅମୂଲ୍ୟ ସମ୍ପଦ, ତେଣୁ ଆମେ ଜଳବାୟୁ ପରିବର୍ତ୍ତନ ସହିତ ଖାପଖୁଆଇ ଉକ୍ତ ମୂଲ୍ୟବାନ ସମ୍ପତ୍ତିକୁ ସୁଚାରୁ ରୂପେ ପରିାଳନା କରି ଏହାର ସୃଷ୍ଟି ଏବଂ ସଂରକ୍ଷଣ ପ୍ରତି ଦୃଷ୍ଟି ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

୨୧ ହଜାର ଟଙ୍କାରେ ବିକ୍ରି ହେଲା ଅଣ୍ଡା

ଲଣ୍ଡନ: ସାଧାରଣତଃ ଭାରତରେ ଗୋଟିଏ ଅଣ୍ଡା ୮ରୁ ୧୨ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ। ତେବେ ନିକଟରେ ବ୍ରିଟେନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଟିଏ ଅଣ୍ଡା ୨୦୦...

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri