ମୃତ୍ୟୁର ଆଁ ମେଲିଥିଲା: ରହସ୍ୟମୟ ପାଣି ସମ୍ପ

ଭୁବନେଶ୍ୱର, ୩।୮ (ବ୍ୟୁରୋ): ସତେ ଯେମିତି ମୃତ୍ୟୁର ଆଁ ମେଲି ରହିଥିଲା ସେହି ନିର୍ମାଣାଧୀନ ଘରର ପାଣି ସମ୍ପ୍‌। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍‌ ରୋଡ୍‌ ପାର୍ଶ୍ୱ ପଳାଶୁଣୀ ଓ ପାଣ୍ଡରା ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଏହି ସମ୍ପ୍‌ ୩ଜଣଙ୍କ ଜୀବନ ନେବା ପରେ ଘଟଣା ପୂରା ରହସ୍ୟମୟ ହୋଇଯାଇଛି। ଏଠାରେ କାର୍ଯ୍ୟକରୁଥିବା ଶ୍ରମିକ ଠିକାଦାର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳର ସମିରନ୍‌ ମୁନିୟାନ, ଶ୍ରମିକ ଭ୍ରିଗୁରାମ ମଣ୍ଡଳ ଓ ବାସୁଦେବ ମଣ୍ଡଳଙ୍କ ମୃତଦେହ ସମ୍ପ୍‌ ପାଣିରୁ ଉଦ୍ଧାର କରାଯାଇଥିଲା। ତେବେ କେମିତି, କାହିଁକି ଓ କେଉଁ ପରିସ୍ଥିତିରେ ୩ ଜୀବନ ଅକାଳରେ ଚାଲିଗଲା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ଶ୍ୱାସରୁଦ୍ଧ ହୋଇ ପାଣିରେ ବୁଡ଼ିଯାଇଥିବା ଆଶଙ୍କା
ଉକ୍ତ ନିର୍ମାଣାଧୀନ ଘରେ ରହି ମୃତ ତିନିଜଣଙ୍କ ସହ ପ୍ରଶାନ୍ତ ପାତ୍ର, କାଳିପଦ କ୍ରାମନା, ଉତ୍ପଲ ଦାସ ଓ ବିଶାରୂପ ରଞ୍ଜିତ କାର୍ଯ୍ୟ କରୁଥିଲେ। ପ୍ରଶାନ୍ତଙ୍କ କହିବାନୁସାରେ, ସମ୍ପଟି ୧୦ ଫୁଟ ଓସାର ୧୨ ଫୁଟ ଲମ୍ବର ହୋଇଥିବାବେଳେ ଗଭୀର ପାଖାପାଖି ୧୦ ଫୁଟ ଥିଲା। ସମିରନ ଓ ଭ୍ରିଗୁରାମ କାମ କରୁଥିବାବେଳେ ବାସୁଦେବ ରୋଷେଇ କରୁଥିଲେ। ନିକଟରେ ସମ୍ପଟିର ଉପର ଛାତ ପଡ଼ିଥିଲା। ସିଣ୍ଟରିଂ ଖୋଲିବା ପାଇଁ ସମିରନ ଓ ଭ୍ରିଗୁରାମ ତାହା ଭତରକୁ ପଶିଥିବା ଆଶା କରାଯାଉଛି। ଭିତରେ ଶ୍ୱାସରୁଦ୍ଧ ହୋଇ ଚିତ୍କାର କରିବା ପରେ ରୋଷେଇ କରୁଥିବା ବାସୁଦେବ ତା’ ଭିତରକୁ ପଶିବା ପରେ ସେ ମଧ୍ୟ ଫସିଯାଇଛନ୍ତି। ଉଦ୍ଧାର କରିବାକୁ ଚେଷ୍ଟା କରି ନିଜେ ବିପଦରେ ପଡିଯାଇଛନ୍ତି। ତେବେ ଅସୁସ୍ଥ ହୋଇପଡିବା ପରେ ଉପରକୁ ଉଠିବାର ସୁବିଧା ନ ଥିବାରୁ ସମସ୍ତେ ପାଣିରେ ବୁଡ଼ିଯାଇଥାଇ ପାରନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।
ସିମେଣ୍ଟରେ ମିଶିଥିଲା କେମିକାଲ
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଲୁହାରେ କଳଙ୍କି ଓ ଉଈ ନ ଲାଗିବା ପାଇଁ ସିମେଣ୍ଟରେ ଏକ ପ୍ରକାର କେମିକାଲ ଦିଆଯାଇଥାଏ। ଉକ୍ତ ନିର୍ମାଣାଧୀନ ଘରୁ କେମିକାଲ ଡବା ମଧ୍ୟ ମିଳିଛି। ଛାତ ପଡ଼ିବା ପରେ ପ୍ରାୟ ୨ ମାସ ହେବ ସମ୍ପଯି ବନ୍ଦ ହୋଇ ରହିଥିଲା। ତେଣୁ ସ୍ବାଭାବିକ ଭାବେ ସମ୍ପ୍‌ ଭିତରେ ଅମ୍ଳଜାନ ଅଭାବ ରହିଥିବ। ପୁଣି କେମିକାଲ ଗ୍ୟାସ୍‌ ଆହୁରି ମାରାତ୍ମକ ହୋଇଥିବ। ମୃତଦେହଗୁଡିକୁ ଉଦ୍ଧାର କରିବା ସମୟରେ ଅନ୍ୟ ଶ୍ରମିକମାନେ ମଧ୍ୟ ସେଭଳି କିଛି ଅନୁଭବ କରିଥିଲେ। କିଛି ସମୟ ପାଇଁ ମୁଣ୍ଡ ବୁଲାଇବା ସହ ବନ୍ତି ଲାଗିଥିଲା ବୋଲି ଉତ୍ପଲ କହିଛନ୍ତି।

ଅଧା ରହିଗଲା ରୋଷେଇ
ରୋଷେଇ ଦାୟିତ୍ୱରେ ଥିଲେ ବାସୁଦେବ। ଭାତ ରୋଷଇ ସାରି ଦେଇଥିବାବେଳେ ପରିବା ଓ ମାଛ କାଟି ରଖିଥିଲେ। ଆଉ କିଛି ସମୟ ପରେ ରୋଷେଇ ସରିଥାନ୍ତା। ସମସ୍ତେ ମିଳିମିଶି ଖାଇଥାନ୍ତେ। ହେଲେ ଏହାପୂର୍ବରୁ ବାସୁଦେବଙ୍କ ସମେତ ୩ ଜୀବନ ନେଇଗଲା ନିଜେ ତିଆରି କରୁଥିବା ପାଣି ସମ୍ପ୍‌। ମୃତଦେହକୁ ଉଦ୍ଧାର କରିସାରିବା ପରେ ରୋଷେଇ ଘରେ ବାହୁନି କାନ୍ଦୁଥିଲେ ସହଯୋଗୀ ଶ୍ରମିକ ପ୍ରଶାନ୍ତ ଓ ଉତ୍ପଲଙ୍କ ସମେତ ଅନ୍ୟମାନେ। ବନ୍ଧୁଙ୍କୁ ହରାଇ ସମସ୍ତେ ପୂରା ଭାଙ୍ଗିପଡିଛନ୍ତି।
ବିନା ସୁରକ୍ଷାରେ କାର୍ଯ୍ୟ କରୁଥିଲେ
ନିର୍ମାଣାଧୀନ ଘରେ କାର୍ଯ୍ୟରତ ଶ୍ରମିକମାନେ ଅସୁରକ୍ଷିତ ଭାବେ ରହୁଥିଲେ। ଏପରିକି କାର୍ଯ୍ୟ କରୁଥିବା ସମୟରେ କୌଣସି ସୁରକ୍ଷା ସରଞ୍ଜାମ ବ୍ୟବହାର କରୁ ନ ଥିଲେ। ସମ୍ପ୍‌ ଭିତରେ ଅମ୍ଳଜାନ ଅଭାବ ହେଉ ଅବା ବିଷାକ୍ତ କେମିକାଲ ଜୀବନ ନେଇଥାଉ, ଶ୍ରମିକମାନେ ସୁରକ୍ଷା ସରଞ୍ଜାମ ବ୍ୟବହାର କରିଥିଲେ ହୁଏତ ଏପରି ଦୁଃଖଦ ଘଟଣା ଘଟି ନ ଥାନ୍ତା ବୋଲି ଘଟଣାସ୍ଥଳରେ ଉପସ୍ଥିତି ଲୋକେ ଓ ଅଗ୍ନିଶମ କର୍ମଚାରୀ କହିଛନ୍ତି। ଠିକାଦାରମାନେ ଅଧିକ ଲାଭ ଆଶାରେ ଏଭଳି ରାଜଧାନୀର ଅଧିକାଂଶ ସ୍ଥାନରେ ଶ୍ରମିକମାନଙ୍କୁ ବିନା ସୁରକ୍ଷା ବ୍ୟବସ୍ଥାରେ ବିପଦଜ୍ଜନକ କାର୍ଯ୍ୟରେ ନିୟୋଜିତ କରୁଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପ୍ରତିଷ୍ଠା ହେବ ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର କ୍ୟାମ୍ପସ

ଭୁବନେଶ୍ୱର,୨୭ା୯: ଓଡିଶାରେ ‘ନେସ୍‌ନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି’ର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ...

ଉଚ୍ଚଶିକ୍ଷା ମନ୍ତ୍ରୀ ଦେଲେ ସୂଚନା: ଖୁବଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର,୨୭ା୯: ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଶୁକ୍ରବାର ଦିନ ଉଚ୍ଚଶିକ୍ଷା ମନ୍ତ୍ରୀ...

ପିଆଜ ବିକିଲେ ସରକାର

ଭୁବନେଶ୍ୱର,୨୭।୯: ଖୁଚୁରା ବଜାରରେ ପିଆଜ ଦର ଆକାଶଛୁଆଁ ହୋଇଛି। କେଉଁଠି ପିଆଜ କିଲୋ ୬୦ ତ ପୁଣି କେଉଁଠି ୭୦ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି...

ଧାନ କିନାକୁ ନେଇ ବଡ଼ ସୂଚନା ଦେଲେ ମନ୍ତ୍ରୀ: କଟନୀଛଟନୀ ବନ୍ଦ, ୪୮ ଘଣ୍ଟାରେ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର,୨୭ା୯: ଲୋକସେବା ଭବନର କନଭେନସନ ହଲରେ ଶୁକ୍ରବାର ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଧାନ ସଂଗ୍ରହ କାର୍ଯ୍ୟକୁ ସରଳ...

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ...

କୋର୍ଟଙ୍କ ଆଦେଶକୁ ଅବମାନନା: ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପୀଡ଼ିତା ଯେଉଁ ମହିଳା ପୋଲିସଙ୍କ...

ଯୁବତୀ-ମହିଳାଙ୍କୁ ଟାର୍ଗେଟ୍‌ କରି ଲୁଟୁଥିଲେ ସୁନା ଚେନ୍‌, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୭ା୯: ବାଇକ୍‌ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍‌ କରି ସୁନା ଚେନ୍‌ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪...

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri