ମେଡିକାଲ ସାଇନ୍ସରେ ରିସର୍ଚ୍ଚ କରିବି: ଆଶୁତୋଷ

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପାଇଁ ଉଦ୍ଦିଷ୍ଟ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି) ୨୦୧୯ର ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ବଲାଙ୍ଗୀର ୟୁବୋଦୟ କଲେଜ ଛାତ୍ର ଆଶୁତୋଷ ପଣ୍ଡା ସମୁଦାୟ ୭୨୦ରୁ ୬୮୨ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ଆଶୁତୋଷଙ୍କ ର଼୍ୟାଙ୍କ୍‌ ୭୩ ରହିଛି । ଏହି ଅବସରରେ ତାଙ୍କୁ ଭେଟିଥିଲେ ଧରିତ୍ରୀ ଖବରଦାତା । ତାଙ୍କ ପ୍ରତିକ୍ରିୟାକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…

ଓଡ଼ିଶା ଟପ୍ପର ହେବେ ବୋଲି ଭାବିଥିଲେ ?
-ନିଟ୍‌ ପରୀକ୍ଷାରେ ଭଲ କରିବି ଓ ଭଲ ର଼୍ୟାଙ୍କ୍‌ ପାଇବି ବୋଲି ଆଶା ଥିଲା। କିନ୍ତୁ ଓଡ଼ିଶା ଟପ୍ପର ହେବି ବୋଲି ଆଶା ମୋର ନ ଥିଲା। ଏଭଳି ସଫଳତା ପାଇବା ପରେ ମୋତେ ଖୁସି ଲାଗୁଛି।
ପରୀକ୍ଷା ପାଇଁ କି ଭଳି ପ୍ରସ୍ତୁତି କରିଥିଲେ?
-ଯୁକ୍ତ୨ ପଢ଼ିବା ଦିନଠାରୁ ଡାକ୍ତରୀ ପଢ଼ିବା ପାଇଁ ଲକ୍ଷ୍ୟ ରଖିଥିଲି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ପ୍ରତିଦିନ ମୁଁ ୮ରୁ ୯ ଘଣ୍ଟା ପଢୁଥିଲି। ଯୁକ୍ତ୨ ପରୀକ୍ଷାରେ ମୁଁ ୯୦ ପ୍ରତିଶତ ମାର୍କ ରଖି ପାସ୍‌ କଲାପରେ ଭୁବନେଶ୍ୱର ୟୁବୋଦୟ ଆଡ଼ଭାନ୍ସ କ୍ଳାସେସ୍‌ରେ ଗୋଟିଏ ବର୍ଷ କୋଚିଂ ନେଇଥିଲି। ସକାଳ ୮ଟାରୁ କୋଚିଂ କ୍ଳାସ୍‌କୁ ଯାଇ ମୁଁ ରାତି ୯ଟାରେ ଫେରୁଥିଲି। ସର୍ବଭାରତୀୟ ସ୍ତରରେ ଭଲ ର଼୍ୟାଙ୍କ୍‌ରେ ପାସ୍‌ କରିବା ମୋର ଏକମାତ୍ର ଲକ୍ଷ୍ୟ ଥିଲା।
ବଲାଙ୍ଗୀରରୁ ଓଡ଼ିଶା ଟପ୍ପର କେତେ କଷ୍ଟକର ଥିଲା?
-ପ୍ରତି ପରୀକ୍ଷା ପାଇଁ ଉଚିତ୍‌ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବା ପାଇଁ ମୁଁ କଠିନ ପରିଶ୍ରମ କରିଥିଲି। ସେଥିପାଇଁ ସବୁଦିନ ରୁଟିନ୍‌ ତିଆରି କରି ପାଠ ପଢ଼ିବା ଆରମ୍ଭ କରିଥିଲି ।
ଏହି ସଫଳତାର ଶ୍ରେୟ କାହାକୁ ଦେବେ ?
-ସଫଳତାର ଶ୍ରେୟ ମୋର ମୁଁ ମୋ ମା’ ବାପାଙ୍କୁ ଦେବି। ମୋର ଭଉଣୀ ଓ ପରିବାରବର୍ଗଙ୍କ ସହଯୋଗ ଯୋଗୁ ମୁଁ ସଫଳତା ପାଇଛି । ମୋ ବାପା ରାଜକିଶୋର ପଣ୍ଡା ଜଣେ ପ୍ରତିଷ୍ଠିତ ମେଡିସିନ୍‌ ରିଜିଓନାଲ୍‌ ସେଲ୍ସ ମ୍ୟାନେଜର ଓ ମା’ସୁଷମା ପାଢ଼ୀ ଜଣେ ଆଇସିଡିଏସ୍‌ ସୁପରଭାଇଜର। ମୁଁ ଡାକ୍ତର ହୁଏ ବୋଲି ସେମାନେ ସ୍ବପ୍ନ ଦେଖିଥିଲେ। ମା’ବାପାଙ୍କ ସ୍ବପ୍ନ ଓ ମୋର ନିଜସ୍ବ ଲକ୍ଷ୍ୟ ହାସଲ କରିଥିବାରୁ ମୁଁ ଆଜି ଖୁବ୍‌ ଖୁୁସି।
ଆଗକୁ କ’ଣ ଲକ୍ଷ୍ୟ ରଖିଛନ୍ତି ?
-ଡାକ୍ତରୀ ପାଠ ପଢ଼ିବାର ଲକ୍ଷ୍ୟ ରହିଛି। ରୋଗୀଙ୍କ ପାଖରେ ଭଲ ଡାକ୍ତରଟିଏ ହୋଇ ସେବା କରିବି। ମେଡିକାଲ ସାଇନ୍ସରେ ଅଧିକ ରିସର୍ଚ୍ଚ କରି କିଭଳି ଅଧିକ ସଫଳତା ପାଇବି ତା’ମୋର ପ୍ରଥମ କାମ ହେବ ।
ଆପଣଙ୍କ ହବି କ’ଣ?
-ବ୍ୟାଡ଼ମିଣ୍ଟନ, ଫୁଟବଲ ଖେଳିବା, ଭିଡିଓ ଗେମ୍‌ ସହିତ ସିନେମା ଦେଖିବା ମୋର ପସନ୍ଦ। ପାଠ ପଢ଼ାରୁ ସମୟ ମିଳିଲେ ମୁଁ ଖେଳିବା ସହ ସିନେମା ଦେଖେ।
ଉପସ୍ଥାପନା: ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଡିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri