ମେ’ରେ ଯାନ ବିକ୍ରି ୮୮% କମିଲା

ନୂଆଦିଲ୍ଲୀ,୧୨।୬ – ମେ ମାସରେ ଅଟୋମୋବାଇଲ କ୍ଷେତ୍ରରେ ରିଟେଲ ବିକ୍ରି ୮୮.୮୭% ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟ ମଧ୍ୟରେ ପାସେଞ୍ଚର ଯାନ ବିକ୍ରି ୮୬.୯୭% କମିଥିବା ବେଳେ ଦୁଇଚକିଆ ଯାନ ବିକ୍ରି ୮୮.୮୦% ଖସିଛି। କରୋନା ଭାଇରସ ଲକ୍‌ଡାଉନ ପାଇଁ ଏପ୍ରିଲରେ ଯାନ ବିକ୍ରି ଠପ୍‌ ରହିଥିଲା। ଚଳିତ ବର୍ଷ ମେ ମାସରେ ମୋଟ ୨.୦୨ ଲକ୍ଷ ଯାନ ବିକ୍ରି ହୋଇଛି। ଏହା ଗତ ବର୍ଷ ସମାନ ସମୟରେ ୧୮.୨୧ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ୩୦,୭୪୯ ୟୁନିଟ ଯାତ୍ରୀବାହୀ ଯାନ ମେ ମାସରେ ବିକ୍ରି ହୋଇଛି, ଯାହା ୨୦୧୯ ମେ ମାସରେ ୨.୩୫ ଲକ୍ଷ ୟୁନିଟ ରହିଥିଲା। ଗତ ବର୍ଷ ମେ ମାସରେ ୧୩.୧୯ ଲକ୍ଷ ୟୁନିଟ ୨ ଚକିଆ ଯାନ ବିକ୍ରି ହୋଇଥିଲା ଯାହା ଚଳିତ ବର୍ଷ ସମାନ ମାସରେ ୧.୫୯ ଲକ୍ଷ ୟୁନିଟକୁ ଖସି ଆସିଛି।
ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୯୬.୬୩% ଖସି ୨,୭୧୧ ୟୁନିଟ ରହିଛି। ଯାହା ଗତ ବର୍ଷ ମେ ମାସରେ ୮୦,୩୯୨ ୟୁନିଟ ରହିଥିଲା। ଏହାବାଦ ୩ ଚକିଆ ଯାନ ବିକ୍ରି ୯୬.୩୪% ଖସି ୧୮୮୧ ୟୁନିଟକୁ ଖସି ଆସିଛି। ଗତ ବର୍ଷ ମେ ମାସରେ ୫୧,୪୩୦ ୟୁନିଟ ରହିଥିଲା। ଲକଡାଉନ ଧୀରେ ଧୀରେ କୋହଳ ହେଉଛି। ପ୍ରଥମ ଥର ଲାଗି ୪୦ ଦିନରୁ ଊର୍ଦ୍ଧ୍ୱ ସମୟ ବନ୍ଦ ରହିବା ପରେ ଅଟୋମୋବାଇଲ ଡିଲରଶିପଗୁଡିକ ଖୋଲୁଛି। ସାରା ଦେଶରେ ରହିଥିବା ମୋଟ ୨୬,୫୦୦ ଆଉଟଲେଟ ମଧ୍ୟରୁ ୬୦% ଶୋ’ରୁମ୍‌ ଏବଂ ୮୦% ଓ୍ବାର୍କଶପ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି। ମେ ମାସର ଯାନ ପଞ୍ଜୀକରଣକୁ ଦେଖିଲେ ଏହା ଆଖିଦୃଶିଆ ନୁହେଁ। ବଜାରରେ ଚାହିଦା ଖସିଥିବା ବେଳେ ଆଗାମୀ ଦିନରେ ଏହି ଧାରା ଲାଗି ରହିବ ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପକ୍ଷରୁ ସୂଚନା ରହିଛି।
ସଂଘର ସଭାପତି ଆଶିଷ ହର୍ସରାଜ କାଲେ କହିଛନ୍ତି, ଯାନ ବିକ୍ରି ହ୍ରାସ ଧାରା ଜାରି ରହିବା ନେଇ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୬।୧୧: ଓଡ଼ିଶାର ୧୭୭ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବଠକ ସୋମବାର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ହୋଟେଲ ମେ’ଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ବ୍ରିଟେନ୍‌-ଜର୍ମାନୀ ଗସ୍ତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧(ଅନୁରାଧା ମହାରଣା): ରାଜ୍ୟକୁ ଅର୍ଥନୈତିକ ଶକ୍ତି ଯୋଗାଇବା ଲକ୍ଷ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ବ୍ରିଟେନ-ଜର୍ମାନୀ ଗସ୍ତରେ ଅଛନ୍ତି। ରବିବାର ସେ ଲଣ୍ଡନରେ ପହଞ୍ଚିଥିବାବେଳେ ସ୍ଥାନୀୟ...

ଗୁଣାତ୍ମକ ଉତ୍ପାଦକୁ ଓଡ଼ିଶା ପ୍ଲାଷ୍ଟୋର ଗୁରୁତ୍ୱ

ଭୁବନେଶ୍ୱର,୨୬।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ପ୍ଲାଷ୍ଟୋ ପ୍ରୋ ପ୍ୟାକ ଓଡ଼ିଶା ଏବଂ ଓଡ଼ିଶା ପ୍ଲାଷ୍ଟୋର ୪ ଦିନିଆ ପ୍ରଦର୍ଶନୀରେ...

ମଣିପାଲ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏକ ବିରଳ କ୍ୟାନସର ରୋଗର ପୀଡିତ ୬୫ବର୍ଷିୟା ମହିଳାଙ୍କର ସଫଳ ଅସ୍ତ୍ରୋପଚାର...

ଏସ୍‌-ଆଇଏଲ୍‌ଏଫ୍‌ ସହ ସିଆଇଆଇର ବୁଝାମଣା

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ସାସାକାୱା-ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେଶନ ବା ଏସ୍‌-ଆଇଏଲ୍‌ଏଫ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି...

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri