ଇସ୍ଲାମାବାଦ,୧୭।୯: ପାକିସ୍ତାନ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଫୟାଦ ଚୌଧୁରୀ ପୁଣିଥରେ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। କେବଳ ଚର୍ଚ୍ଚାକୁ ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନରେ ଏମିତି କିଛି ଟୁଇଟ୍ କରିଛନ୍ତି ଯାହାକୁ ନେଇ ତାଙ୍କ ନିଜ ଦେଶର ଲୋକେ ହିଁ ତାଙ୍କୁ ଟ୍ରୋଲ୍ କରିଛନ୍ତି। ଫୟାଦ୍ ତାଙ୍କ ଟୁଇଟରରେ ମୋଦିଙ୍କୁ ତଥା ଭାରତକୁ ଭର୍ତ୍ସନା କରି ଲେଖିଛନ୍ତି। ଫଳରେ ଟୁଇଟରରେ ତାଙ୍କୁ ଏହାର ଉତ୍ତର ମଧ୍ୟ ମିଳିଯାଇଛି। ଜଣେ ଟୁଇଟର ୟୁଜର ଲେଖିଛନ୍ତି ଲଢିବାର ଅଛି ଯଦି ଟେକ୍ନୋଲୋଜି ଓ ଗଣତନ୍ତ୍ରରେ ଲଢିବା ଶିଖ। ଖରାପ ଶବ୍ଦ ପ୍ରୟୋଗ କରି କେହି କେବେ ବିଜୟୀ ହୋଇନାହିଁ କି ସମ୍ମାନ ପାଇନାହିଁ। ଉକ୍ତ ଟୁଇଟରକୁ ଦେଖି ପାକିସ୍ତାନର ଜଣେ ପ୍ରଫେସର କେବଳ ଫୟାଦଙ୍କୁ ନୁହେଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଧ୍ୟ କିଛି ଉପଦେଶ ଦେଇଛନ୍ତି। ଆଉ କେତେଜଣ କହିଛନ୍ତି ଫୟାଦ ସାହେବଙ୍କର କିଛି କାମ ବୋଧହୁଏ ନାହିଁ । ସକାଳୁ ସକାଳୁ ଏପରି ଶବ୍ଦ ପ୍ରୟୋଗ କରିବାକୁ ତାଙ୍କୁ ଲାଜ ଲାଗିବା କଥା।