ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁର୍କୀ ଗସ୍ତ ରଦ୍ଦ କରାଯାଇଛି। ପାକିସ୍ତାନକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟ୍ୟାକ୍ସ୍ ଫୋର୍ସ(ଏଫ୍ଏଟିଏଫ୍) ବୈଠକରେ ତୁର୍କୀ ସମର୍ଥନ କରିଥିଲା। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜର ତୁର୍କୀ ଗସ୍ତ ରଦ୍ଦ କରିଥିବା କୁହାଯାଉଛି। ମୋଦି ଅକ୍ଟୋବର ୨୭-୨୮ରେ ଏକ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ସୌଦି ଗସ୍ତ କରିବେ। ଏହି ଅବସରରେ ସେ ତୁର୍କୀ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତୁର୍କୀ ଗସ୍ତରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ସମେତ ଅନ୍ୟ ସହଯୋଗ ଉପରେ ଆଲୋଚନା ହେବାର ଯୋଜନା ଥିଲା।