ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ସମ୍ପର୍କିତ ରିପୋର୍ଟ ସୋମବାର ନିର୍ବାଚନ କମିଶନ(ଇସି) ସୁପ୍ରିମ୍କୋର୍ଟରେ ଦାଖଲ କରିଛନ୍ତି। ଏହାର ରିଲିଜ୍ ସମ୍ପର୍କରେ ଶୁକ୍ରବାର ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୂଚିନା ଦେଇଛନ୍ତି। ବାୟୋପିକ୍ର ସ୍କ୍ରିନିଂ ବୁଧବାର କରାଯାଇଥିଲା। ଏହାକୁ ନିର୍ବାଚନ କମିଶନଙ୍କ ୭ଜଣ ଅଧିକାରୀ ଦେଖିଥିଲେ। ପରେ ଏହାର ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।