ଇସ୍ଲାମାବାଦ,୧୬।୯: ବିଶ୍ୱର ପ୍ରଭାବଶାଳୀ ମୁସଲମାନ ଦେଶ ପାକିସ୍ତାନକୁ ଭାରତ ବିରୋଧରେ ସ୍ବର ଉଠାଇବାକୁ ବାରଣ କରିଛନ୍ତି। ସେମାନେ କହିଛନ୍ତି ଭାରତ ବିରୋଧରେ କହିବା ଅପେକ୍ଷା ଭାରତ ସହ ବ୍ୟାକଡୋର ଡିପ୍ଲୋମାସି ଆରମ୍ଭ କରିବା ଦରକାର। ଏହାସହ ମୋଦିଙ୍କ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଉଚ୍ଚ ସ୍ବରରେ କଥା ନ ହେବା ଉଚିତ୍। ଏମିତି ହେଲେ କଶ୍ମୀର ମାମଲାକୁ ନେଇ ଦୁଇ ଦେଶ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ହୋଇ ପାରିବ ବୋଲି ଉକ୍ତ ଦେଶ କହିଛନ୍ତି। ପାକିସ୍ତାନୀ ଖବରକାଗଜ ‘ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ’ରେ ଏହାର ଉଲ୍ଲେଖ କରାଯାଇଛି। ଏଥିରେ ଆସିଥିବା ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ଯେତେବେଳେ ସୌଦି ଆରବର ବୈଦେଶିକ ମନ୍ତ୍ରୀ ଅଦେଲ-ଅଲ-ଜୁବେର ଓ ୟୁଏଇର ବୈଦେଶିକ ମନ୍ତ୍ରୀ ଅବଦୁଲ ବିନ ଅଲ ନାହୟନ ଇସଲାମାବାଦ ଗସ୍ତ ସମୟରେ ନିଜ ଦେଶ ସହ ଅନ୍ୟ ଶକ୍ତିଶାଳୀ ମୁସଲମାନ ଦେଶର ବାର୍ତ୍ତା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଦେଇଥିଲେ। ସେତେବେଳେ ସେମାନେ କହିଥିଲେ ଭାରତ ବିରୋଧରେ ସ୍ବର ଉଠାଇ ନୁହେଁ ବରଂ ପାକିସ୍ତାନ ବ୍ୟାକଡୋର ଡିପ୍ଲୋମାସି ଆରମ୍ଭ କରିବା ଭଲ ହେବ।