Posted inଜାତୀୟ

ମୋଦି ସରକାରଙ୍କ ଦ୍ୱିତୀୟ ପାଳି: ୫୦ ଦିନର ରିପୋର୍ଟ କାର୍ଡ

ନୂଆଦିଲ୍ଲୀ,୨୩ା୭(ପି.ଟି.): କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ ପାଳିରେ ୫୦ ଦିନ ପୂରଣ ହୋଇଛି। ଏହି ସମୟ ମଧ୍ୟରେ ବିକାଶ ଧାରାକୁ ଆଗେଇ ନେବା ଲାଗି ଆଲୋଚନା ଜାରି ରହିଛି। ଗତ ଥର ଅପେକ୍ଷା ଏଥର ସଂସ୍କାର କାର୍ଯ୍ୟ ଅଧିକ ମାତ୍ରାରେ ଆଗେଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭ୍‌ଡ଼େକର ସରକାରର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ଜନମଙ୍ଗଳ କାର୍ଯ୍ୟ, ଲୋକଙ୍କୁ ନ୍ୟାୟ ଓ ସଂସ୍କାର କାର୍ଯ୍ୟ ଲାଗି ସରକାର ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି।
ଭାଜପା କ୍ଷମତାକୁ ଆସିବା ପରେ ମେ ୩୦ରେ ମୋଦି ଦ୍ୱିତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ କରିଥିଲେ। ଦେଶକୁ ୫ ଟ୍ରିଲିୟନ୍‌ ଅର୍ଥନୀତିରେ ପରିଣତ କରିବା ଲାଗି ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ଦ୍ରୁତ ଭିତ୍ତିଭୂମି ବିକାଶ, ସାମାଜିକ ନ୍ୟାୟ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଚନ୍ଦ୍ରୟାନ-୨ ସଫଳତା ପରେ ଗଗନୟାନ ୨୦୨୨ରେ ପ୍ରେରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଜାଭ୍‌ଡେକର ପ୍ରକାଶ କରିଛନ୍ତି। ଜଳଶକ୍ତି ମିଶନ ସହ ଅନେକ ଐତିହାସିକ ନିଷ୍ପତ୍ତି ସରକାର ନେଇଛନ୍ତିି। ଆଗାମୀ ୫ ବର୍ଷ ମଧ୍ୟରେ ନୂଆ ପୁଞ୍ଜିନିବେଶ ସୁବିଧା ଯୋଗାଇ ଦିଆଯିବ। କୃଷକ, ଯବାନ, ଶ୍ରମିକ, ମଧ୍ୟମ ବର୍ଗ, ବ୍ୟବସାୟୀ ଓ ଯୁବବର୍ଗ ଦେଶ ବିକାଶରେ ଅଗ୍ରଣି ଭୂମିକା ତୁଲାଇବେ।
ଗତ ୫୦ ଦିନର ସରକାରରେ ପ୍ରତି କୃଷକଙ୍କୁ ୬ ହଜାର ଟଙ୍କା ସହାୟତା, କେତେକ ଫସଲର ଏମ୍‌ଏସ୍‌ପି ବୃଦ୍ଧି, ୧୦ ହଜାର କୃଷକ ସଙ୍ଗଠନ ଗଠନ କରାଯାଇଥିବା ଜାଭ୍‌ଡ଼େକର କହିଛନ୍ତି। ଏଥିସହ ପୁଞ୍ଜିନିବେଶ ବୃଦ୍ଧି ଲାଗି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ୭୦ ହଜାର କୋଟି ଟଙ୍କା ପ୍ରଦାନ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ କମିବା, ଆର୍ଥିକ ପଳାତକଙ୍କୁ କାଠଗଡ଼ାକୁ ଆଣିବା ଆଦି ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ଭାରତ ବିମ୍‌ଷ୍ଟେକ୍‌, ଜି-୨୦ ସମ୍ମିଳନୀରେ ଯୋଗଦେଇ ନିଜର ପକ୍ଷ ରଖିବା ସହ ବୈଦେଶିକ ନୀତିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି। ଦୁର୍ନୀତି ବିରୋଧରେ ଲଢ଼େଇ କରିବା, ପୋକ୍ସୋ ଆଇନ କଡ଼ାକଡ଼ି କରିବା, ମେଡ଼ିକାଲ ଶିକ୍ଷାରେ ସଂସ୍କାର ଆଣିବା ଆଦି ମୋଦି ସରକାରର ୫୦ ଦିନର ରିପୋର୍ଟ କାର୍ଡ ବୋଲି ଜାଭ୍‌ଡ଼େକର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri