ମୋ’ବସ୍‌ରେ ମାଗଣା ଖବରକାଗଜ : ଆଗାମୀ ଦିନରେ ମିଳିବ ଦୂରଭାଷ ପାଠାଗାର ସୁବିଧା

ଭୁବନେଶ୍ୱର,୨ା୯(ବ୍ୟୁରୋ) : କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ‘ମୋ ବସ୍‌’ ସେବାରେ ନୂଆ ବ୍ୟବସ୍ଥା ଯୋଡିହୋଇଛି। ବ୍ୟସ୍ତ ଜୀବନଶୈଳୀ ଭିତରେ ଲୋକେ ଖବରକାଗଜ ପଢ଼ିପାରୁନାହାନ୍ତି। ତେବେ ମୋ ବସ୍‌ ଯାତ୍ରାବେଳେ ଦୈନିକ ଲୋକଙ୍କୁ ମାଗଣା ଖବରକାଗଜ ପଢ଼ିବାର ସୁବିଧା ମିଳିବ। ରବିବାର ପୂର୍ବହ୍ନରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ମାଷ୍ଟରକ୍ୟାଣ୍ଟିନସ୍ଥିତ ମୋ ବସ୍‌ ଟର୍ମିନାଲରେ ନିଜେ ଲୋକଙ୍କୁ ଖବରକାଗଜ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଦୈନିକ ଇଂଲିଶ ଖବରକାଗଜର ବ୍ୟବସ୍ଥା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଓଡ଼ିଆ ଦୈନିକ ଓ ସାପ୍ତାହିକଗୁଡ଼ିକୁ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ବୋଥ୍ରା କହିଛନ୍ତି, ଏହି ଅଭିଯାନ ଯାତ୍ରୀଙ୍କୁ ଅଯାଚିତ ସ୍ମାର୍ଟ ଫୋନ ବ୍ୟବହାରରୁ ଦୂରେଇ ରହିବା ପାଇଁ ପ୍ରୋତ୍ସାହିତ କରିବ। କର୍ମମୟ ଜୀବନ ମଧ୍ୟରେ ଜଣେ ବ୍ୟକ୍ତି ପ୍ରତ୍ୟହ ନିଜ ସହିତ ପୁସ୍ତକ ଧରି ବୁଲିବା କିମ୍ବା ଅବସରବେଳେ ଖବରକାଗଜ ପଢ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାଯୋଗ୍ୟ ବିଷୟ। ତେଣୁ ଯାତ୍ରା ସମୟରେ ଉପଲବ୍ଧ ଏହି ସେବା ପଢିବା ଅଭ୍ୟାସକୁ ବଳବତ୍ତର କରିବା ନିମନ୍ତେ ସହାୟକ ହେବ। ଆଗାମୀ ଦିନରେ ସମସ୍ତ ମୋ ବସଗୁଡିକରେ ଏହା ଉପଲବ୍ଧ ହେବ। ଏଥିସହ ମୋ ବସ୍‌ଗୁଡିକରେ ଦୂରଭାଷ ପାଠାଗାରର ସୁବିଧା ଯୋଗାଇ ଦେବା ପାଇଁ କ୍ରୁଟ ବିଚାର କରୁଛି ବୋଲି ନିର୍ଦ୍ଦେଶକ ବୋଥ୍ରା କହିଛନ୍ତି। ଯାତ୍ରା ସମୟରେ ପଢିବା ଅଭ୍ୟାସକୁ ପ୍ରୋତ୍ସାହିତ, ପ୍ରଚାରିତ ଏବଂ ବିକଶିତ କରିବା ପାଇଁ କ୍ରୁଟ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ସକାଳୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏହି ସେବା ବହୁତ ଫଳପ୍ରଦ ହେବ। ଅଧିକରୁ ଅଧିକ ଯାତ୍ରୀଙ୍କୁ ଏହି ସେବା ସହ ଯୋଡିବା ନିମନ୍ତେ ଆମେ ଲକ୍ଷ୍ୟ ରଖିଛୁ ବୋଲି କ୍ରୁଟ୍‌ ମୁଖପାତ୍ର ଦୀପ୍ତି ମହାପାତ୍ର କହିଛନ୍ତି।
ଉଲ୍ଲେଖଥାଉ କି, ବର୍ତ୍ତମାନ ଦୈତ୍ୟନଗରୀର ୨୦ ରୁଟରେ ଦୈନିକ ୨୦୦ଟି ବସ୍‌ ଚଳାଚଳ କରୁଛି। ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଉଥିବା ମୋ ବସ୍‌ରେ ଯାତ୍ରା ସମୟରେ ୭୦ ହଜାର ଯାତ୍ରୀ ଉକୃଷ୍ଟ ଜ୍ଞାନକୌଶଳ ସହ ମାଗଣା ୱାଇ ଫାଇ ସୁବିଧା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri