‘ମୋ ସରକାର’ରେ ସାମିଲ ହେଲା କୃଷି ବିଭାଗ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଗୁରୁବାର ଲୋକସେବା ଭବନରେ ଏହାର ଶୁଭାରମ୍ଭ କରିଛନ୍ତି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରକୃତ ମାଲିକ ଚାଷୀ। ତେଣୁ ସେମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ଯୋଜନା ଠିକ୍‌ ଭାବେ ତାଙ୍କ କାର୍ଯ୍ୟରେ ଆସୁଛି ନା ନାହିଁ, ତାହାକୁ ପରଖିବା ‘ମୋ ସରକାର’ କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱ ହେବ। ସେମାନଙ୍କ ସମସ୍ୟା ତଥା ଅଭିଯୋଗକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ବିଭାଗର ପ୍ରାଥମିକତା ହେବ।
କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୯୯ ମହାବାତ୍ୟାରେ ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ଯୋଗାଣ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ହେଲେ ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ଆସିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶସ୍ୟ ଯୋଗାଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ତୃତୀୟ ସ୍ଥାନ ହାସଲ କରିଛି। ରାଜ୍ୟକୁ ୫ ଥର କୃଷି କର୍ମଣ ପୁରସ୍କାର ମିଳିଛି। ଏହି ସମସ୍ତ ସଫଳତାର ଶ୍ରେୟ ଚାଷୀ ଭାଇଙ୍କର। ଚାଷୀମାନଙ୍କ କାର୍ଯ୍ୟ ସବୁ ସମୟରେ ରାଜ୍ୟକୁ ଗର୍ବିତ କରି ଆସିଛି। ତେଣୁ ଓଡ଼ିଶା ସରକାର ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଇଥାଆନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋ ସରକାର କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦନ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ। ସେହିପରି ଚାଷୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହିତାଧିକାରୀଙ୍କ ସହ କଥା ହେବେ। ଯଦି ସରକାରୀ ସେବା ସମ୍ପର୍କରେ ଚାଷୀଙ୍କ ପ୍ରତିକ୍ରିୟା ଭଲ ରୁହେ, ତେବେ କର୍ମଚାରୀମାନଙ୍କୁ ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ଦିଆଯିବ। ଅପରପକ୍ଷରେ ନକାରାତ୍ମକ ପ୍ରତିକ୍ରିୟା ଆସିଲେ, ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଣିକି ବିଭାଗ ପକ୍ଷରୁ ଇଣ୍ଟରଆକ୍ଟିଭ ଭଏସ୍‌ ରେସପନ୍ସ(ଆଇଭିଆର) ସହ ସିଧାସଳଖ କଲ୍‌ ସେଣ୍ଟରରୁ ହିତାଧିକାରୀଙ୍କଠାରୁ ପ୍ରତିକ୍ରିୟା ନିଆଯିବ। ଏଥିପାଇଁ ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନଂ- ୧୮୦୦-୧୦୨୫୧୬୬ ଜାରି କରାଯାଇଛି। ଏହି ନମ୍ବରରେ ଆସୁଥିବା ଅଭିଯୋଗ ତଥା ଗଠନଧର୍ମୀ ପ୍ରସ୍ତାବ ନେଇ ତୁରନ୍ତ ଗ୍ରହଣ କରାଯିବ। ଯଦି ଏହା ନ ହୁଏ, ତେବେ ୨୪ ଘଣ୍ଟା ମଧ୍ୟରେ ଭଏସ୍‌ ବାର୍ତ୍ତା ପ୍ରେରଣ କରାଯିବ।
ସେହିଭଳି କାଳିଆ ଯୋଜନାରେ ଅଭିଯୋଗ ଶୁଣାଣି ପଦକ୍ଷେପକୁ ପୂର୍ବାପେକ୍ଷା ଅଧିକ ତ୍ୱରାନ୍ବିତ କରାଯିବ। ଯୋଗ୍ୟ ହୋଇଥିବା କୌଣସି ହିତାଧିକାରୀ ଯଦି କାଳିଆ ସହାୟତାରୁ ବଞ୍ଚିତ ହୁଅନ୍ତି, ତେବେ ‘ଗ୍ରିଭାନ୍ସ ରିଡ୍ରେସାଲ ପୋର୍ଟାଲ’ ଦ୍ୱାରା ଅଭିଯୋଗ ଗ୍ରହଣ କରାଯାଇ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ। ଏହା କାଳିଆ ଯୋଜନା ପାଇଁ ରହିଥିବା ସରକାରୀ ୱେବ୍‌ସାଇଟ୍‌ http://kalia.odisha.gov.in ରେ ଉପଲବ୍ଧ। ତେଣୁ କୌଣସି ହିତାଧିକାରୀଙ୍କୁ ଅଯଥାରେ ସରକାରୀ ଅଫିସ ଗସ୍ତ କରିବାର ଆବଶ୍ୟକତା ରହିବ ନାହିଁ ବୋଲି କୁହାଯାଇଛି। ଏହି ଅବସରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଚାଷୀଙ୍କ ଆୟ ଦ୍ୱିଗୁଣା କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ବିଭାଗର ଅନେକ ଯୋଜନା ରହିଛି। ପ୍ରତିଟି ଯୋଜନା ଯେପରି ତାହାର ମୂଳ ଲକ୍ଷ୍ୟ ହାସଲ କରିବ ସେଥିପାଇଁ ସମସ୍ତେ ସଂକଳ୍ପବଦ୍ଧ। ମୋ ସରକାର ଲାଗୁ ହେବା ଦ୍ୱାରା ହିତାଧିକାରୀଙ୍କ ସହ ରାଜ୍ୟ ଶୀର୍ଷ ପ୍ରଶାସନ ଆହୁରି ସିଧାସଳଖ ଯୋଡି ହେବ। ତେଣୁ ଚାଷୀଙ୍କଠାରୁ ଅଭିଯୋଗ କିମ୍ବା ଉପଯୁକ୍ତ ଗଠନଧର୍ମୀ ପ୍ରସ୍ତାବ ଆସିଲେ, ତାହାର ତୁରନ୍ତ ସମାଧାନ/କାର୍ଯ୍ୟକାରୀ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଚିବ ସୌରଭ ଗର୍ଗ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ଶୁଭାରମ୍ଭ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗର୍ଗ କହିଥିଲେ ଯେ ବିଭାଗ ପକ୍ଷରୁ ୨୦ ଟାସ୍କ ଦିଆଯାଇଛି। ଏହି ଟାସ୍କଗୁଡିକର ଶୁଭାରମ୍ଭ ହୋଇଛି। ଚାଷୀଙ୍କ ଆୟ ଦ୍ୱିଗୁଣା କରିବା, ପୋଖରୀ ଖନନ କାର୍ଯ୍ୟ ଆଦି କରାଯିବ। ଅନ୍ୟ ବିଭାଗ ଭଳି ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ୫-ଟିର ଉପଯୋଗିତା ଏବଂ ଫିଡ୍‌ବ୍ୟାକ୍‌ ବ୍ୟବସ୍ଥାକୁ ସୁଦୃଢ କରାଯିବ ବୋଲି ସୌରଭ କହିଛନ୍ତି। ଉଲ୍ଲେଖଯୋଗ୍ୟ, କାର୍ଯ୍ୟକ୍ରମ ଶୁଭାରମ୍ଭ ସମୟରେ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାସ୍ତରୀୟ କୃଷି ଅଧିକାରୀଙ୍କୁ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri