Posted inଜାତୀୟ

ମୋ ସ୍ବାମୀଙ୍କୁ ସିବିଆଇ ମାରିଦେଇଛି

କୋଲକାତା,୧୫ା୧୨: ଗତ ମାର୍ଚ୍ଚ ୨୧ରେ ପଶ୍ଚିମବଙ୍ଗସ୍ଥିତ ବୀରଭୂମ ଜିଲା ରାମପୁରହାଟରେ ଅଭାବନୀୟ ଘଟଣା ଘଟିଥିଲା। ବୋରତୁଲ ଗ୍ରାମରେ ଭୋରରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁ ଓ ଅନ୍ୟ ୭ ଜଣଙ୍କ ମୃତଦେହ ଜବତ ହୋଇଥିବାବେଳେ ଆଉ ଜଣେ ଆହତ ହସ୍ପିଟାଲରେ ଆଖି ବୁଜିଦେଇଥିଲେ। ପୂର୍ବ ରାତି ୮ଟା ୩୦ରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତା ତଥା ବର୍ଶାଲ ଗ୍ରାମର ପଞ୍ଚାୟତ ଉପମୁଖ୍ୟ ଭାଦୁ ଶେଖ୍‌ଙ୍କୁ ହତ୍ୟା କରାଯିବା ପରେ ଏହି ଘଟଣା ଘଟିଥିବାରୁ ରାଜନୀତି ସରଗରମ ହୋଇଥିଲା। ପରେ ମାମଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତକୁ ଯାଇଥିଲା। ସିବିଆଇ ତଦନ୍ତ କରି କେତେଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ଗଣହତ୍ୟାର ଅଭିଯୁକ୍ତ ଲଲନ ଶେଖ୍‌ ଅନ୍ୟତମ। ସୋମବାର ଲଲନଙ୍କ ମୃତଦେହ ସିବିଆଇ କ୍ୟାମ୍ପ ଅଫିସର ଓ୍ବାଶ୍‌ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ରାମପୁରହାଟ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। କିନ୍ତୁ ଲଲନଙ୍କ ସମ୍ପର୍କୀୟମାନେ ସିବିଆଇ ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ।

ସେମାନେ ତାଙ୍କ ମୃତଦେହକୁ ତଦନ୍ତକାରୀ ସଂସ୍ଥାର କ୍ୟାମ୍ପ୍‌ ଅଫିସକୁ ନେଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ବେଳେ ଅଫିସରେ ମୁତୟନ ସୁରକ୍ଷା କର୍ମୀଙ୍କ ସହ ବିବାଦ ହୋଇଥିଲା। ଲଲନଙ୍କ ସ୍ତ୍ରୀ ରେଶମା ବିବି କହିଥିଲେ, ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ସିବିଆଇ ଅଫିସରମାନେ ଦାୟୀ। ସେମାନଙ୍କୁ ଦଣ୍ଡ ଦିଆଯାଉ। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସ୍ବାମୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିବୁ ନାହିଁ। ଏପରି କି ଲଲନଙ୍କ ମୃତ୍ୟୁ ପରେ ତାଙ୍କୁ କାହିଁକି ଦେଖିବାକୁ ଦିଆଗଲା ନାହିଁ? ଏଥିରେ ନିଶ୍ଚିତ ଭାବେ କିଛି ରହସ୍ୟ ରହିଛି ବୋଲି ରେଶମା ଅଭିଯୋଗ ଆଣିଥିଲେ। କେବଳ ଏତିକି ନୁହେଁ, ସ୍ବାମୀଙ୍କ ବିରାଧରେ ଥିବା ମାମଲା ଚପାଇଦେବା ପାଇଁ ସିବିଆଇ ଅଧିକାରୀମାନେ ତାଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ରେଶମା କହିଛନ୍ତି।

ଅନ୍ୟପକ୍ଷେ ୧୦ ଜଣଙ୍କୁ ହତ୍ୟା କରିଥିବା ଲଲନ ନିଜେ ଆମତ୍ହତ୍ୟା କରିଥିବା ପୋଲିସ କହିଛି। ଇତିମଧ୍ୟରେ ସିବିଆଇ ହାଜତରେ ଲଲନଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ରାଜ୍ୟର କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ ଡିପାର୍ଟମେଣ୍ଟ (ସିଆଇଡି) ନେଇଛି। ଅନ୍ୟପକ୍ଷେ ହାଜତ ମୃତ୍ୟୁ ଘଟଣାରେ ପଶ୍ଚିମବଙ୍ଗ ପୋଲିସ ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଜଣେ ଡିଆଇଜି ଏବଂ ଜଣେ ଏସ୍‌ପି ଅଛନ୍ତି। ଉକ୍ତ ଏଫ୍‌ଆଇଆର୍‌କୁ ଚ୍ୟାଲେଞ୍ଜ କରି ସିବିଆଇ କାଲ୍‌କାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

ଓଡ଼ିଆ ପକ୍ଷ ପାଳନରେ ବରପୁତ୍ରଙ୍କ ଜୀବନୀକୁ ଅନୁସରଣ କରିବାକୁ ଆହ୍ବାନ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା କିମ୍ବା ସତନ୍ତ୍ର ଓଡ଼ିଶା ଗଠନର ନେତୃତ୍ୱ ନେଇଥିବା ବ୍ୟକ୍ତିବିଶେଷ ତଥା...

ଟ୍ରମ୍ପଙ୍କ ବଡ଼ ଘୋଷଣା: ଟାରିଫ ଓ୍ବାରରୁ ବାଦ ପଡ଼ିଲା ସ୍ମାର୍ଟଫୋନ, କମ୍ପ୍ୟୁଟର, ଇଲେକ୍ଟ୍ରୋନିକ ଆଇଟମ

ଓ୍ବାଶିଂଟନ,୧୨।୪: ଟାରିଫ ଓ୍ବାର ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀକୁ...

ଅକାଳୀ ଦଳର ଅଧ୍ୟକ୍ଷ ଭାବେ ପୁଣି ସୁଖବୀର ନିର୍ବାଚିତ

ଚଣ୍ଡିଗଡ଼,୧୨।୪: ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି)ର ଅଧ୍ୟକ୍ଷ ଭାବେ ଶନିବାର ନିର୍ଦ୍ୱନ୍ଦ୍ୱରେ ପୁନଃ ନିର୍ବାଚିତ ହୋଇଛନ୍ତି। ଧର୍ମୀୟ ଅସଦାଚରଣ ପାଇଁ ସେ...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image