ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ

ଲାଇଭ୍‌ ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏହି ଲାଇଭ୍‌ ମ୍ୟୁଜିକ ଶୋ’ରୁ କେବଳ ବ୍ରିଟେନରେ ପ୍ରତିବର୍ଷ ୪.୦୫ ଟନ୍‌ ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗତ ହେଉଛି। ଏହି ଗ୍ୟାସ୍‌ ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ ଓ୍ବାର୍ମିଂ ପାଇଁ ସବୁଠାରୁ ଅଧିକ ଦାୟୀ ବୋଲି କୁହାଯାଇଛି। ଏବେ ମଞ୍ଚେଷ୍ଟର ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହାକୁ ରୋକିବା ପାଇଁ ଗବେଷଣା ଆରମ୍ଭ କରିଛନ୍ତି। ଏହି ଗବେଷଣା ମାଧ୍ୟମରେ ସେ ପପ୍‌ ଶୋ’ ଓ ମ୍ୟୁଜିକ ବ୍ୟାଣ୍ଡର ଲାଇଭ୍‌ ଶୋ’ କିପରି ପରିବେଶ ଉପରେ କୁପ୍ରଭାବ ନ ପକାଇବ ସେ ନେଇ ଗବେଷଣା କରୁଛନ୍ତି। ବିଶେଷ କରି ଏହିସବୁ କାର୍ଯ୍ୟକ୍ରମରୁ ଯେଉଁ ପରିମାଣରେ କାର୍ବନଡାଇଅକ୍ସାଇଡ୍‌ ବାହାରୁଛି ତାହାକୁ କମ୍‌ କରିବାକୁ ଚେଷ୍ଟା କରାଯିବ। ଗବେଷକଙ୍କ କହିବା କଥା ହେଲା ଏଥିରେ ଲାଇଟ୍‌ ଓ ସାଉଣ୍ଡ ପାଇଁ ବ୍ୟବହୃତ ମେଶିନରୁ ବହୁ ପରିମାଣରେ କାର୍ବନଡାଇଅକ୍ସାଇଡ୍‌ ନିର୍ଗତ ହୋଇଥାଏ। ଏହାସହ ମ୍ୟୁଜିକ ଶୋ’ର ଉପକରଣକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବାକୁ ମଧ୍ୟ ଅଧିକ ଗାଡି ବ୍ୟବହାର କରାଯାଇଥାଏ। ଯାହା ଫଳରେ ପରିବେଶରେ କାର୍ବନଡାଇଅକ୍ସାଇଡ୍‌ ଆଉ କିଛି ପରିମାଣରେ ମିଶି ଯାଇଥାଏ। ଏହାସହ ଏଥିପାଇଁ ବ୍ୟବହୃତ ହେଉଥିବା ଆଲୋକ ବା ବିଜୁଳୀ ମଧ୍ୟ ପରିବେଶ ପାଇଁ କ୍ଷତିକାରକ ବୋଲି ଗବେଷକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବନ୍ଦ କରିପାରିଲେନି ୟୁନୁସ ସରକାର, ଏବେ ଭାରତକୁ ଦେଉଛନ୍ତି ଗାଳି

ଢାକା,୨୪।୯: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଆକ୍ରମଣ କରାଯାଉଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠିତ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଆକ୍ରମଣକୁ ରୋକିବାରେ ଅସଫଳ ହୋଇଛି। କିନ୍ତୁ...

ମିଳିବ ଖୁସି ଖବର, ବନ୍ଦ ହୋଇଯିବ ଯୁଦ୍ଧ! ପୁଟିନଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇଲେ ଡୋଭାଲ, ଏବେ ମୋଦିଙ୍କୁ ଭେଟିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ...

ଆଉ ନର୍ଥଇଷ୍ଟ-ଲଦ୍ଦାଖରେ ପଶିବାକୁ ଚେଷ୍ଟା କରିବନି ଡ୍ରାଗନ! ଭାରତର ମିତ୍ର ଦେଶ ଆମେରିକା ଦେଲା ବଡ ବୟାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ଆମେରିକୀୟ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ଫେରିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ...

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ

ମାର୍ଜାୟୁନ୍‌,୨୪ା୯: ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ...

ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ...

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri