ଯନ୍ତ୍ରଣା ଦେଉଛି ଭୂତଳ ବିଦ୍ୟୁତ୍‌ କେବୁଲ କାମ

ଭୁବନେଶ୍ବର,୨୯।୭(ବ୍ୟୁରୋ) : ସ୍ମାର୍ଟସିଟି ଭୁବନେଶ୍ୱରରେ ଚାଲିଛି ଭୂତଳ ବିଦ୍ୟୁତ୍‌ କେବୁଲ ବିଛାଇବା କାମ। ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ସରିବାର ନାଁ ଧରୁନି। ୧୮ ମାସ ବଦଳରେ ବିତିଗଲାଣି ୩ବର୍ଷ। ହେଲେ କାର୍ଯ୍ୟ ସରୁ ନ ଥିବାରୁ ନାନା ସମସ୍ୟା ଭୋଗୁଛନ୍ତି ରାଜଧାନୀବାସୀ। କାମ ପାଇଁ ଚାରିଆଡ଼େ ରାସ୍ତା ଖୋଳି ଦିଆଯାଇଛି। ବିପଦର ଆଁ ଭଳି ରହିଛି ବଡ଼ ବଡ଼ ଗାତ। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବାବେଳେ ପ୍ରତିଦିନ ଯାତ୍ରୀମାନେ ହଟହଟା ହେଉଛନ୍ତି। ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। କାମ ଅତି ମନ୍ଥର ତଥା ମନଇଚ୍ଛା ହେଉଥିବା ଅଭିଯୋଗ ହେଉଛି। ଏବେକାର ସ୍ଥିତି ଯାହା, କାମ କେବେ ସରିବ ସେନେଇ ଏବେବି ଅନିଶ୍ଚିତତା ଦେଖାଦେଇଛି। ଫଳରେ ସହରବାସୀଙ୍କୁ ଆହୁରି ବହୁ ଦିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ମିଳିଥିବା ସୂଚନାନୁସାରେ, ୨୦୧୬ ମାର୍ଚ୍ଚରୁ ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌ (ଓପିଟିସିଏଲ୍‌) ପକ୍ଷରୁ ଭୂତଳ କେବୁଲ ବିଛା କାମ ଆରମ୍ଭ ହୋଇଥିଲା। ୧୮ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟ କାହିଁକି ସରୁନାହିଁ ତାହାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଏସ୍‌ସିଆର୍‌ଆଇପିଏସ୍‌, ଆଇପିଡିଏସ୍‌ ଓ ଆର୍‌-ଏପିଡିଆର୍‌ପି ଯୋଜନାରେ ଭୂତଳ କେବୁଲ ମାଧ୍ୟମରେ ପର୍ଯ୍ୟାୟକ୍ରମେ ରାଜଧାନୀର ପ୍ରମୁଖ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ ଲାଗି ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଭୁବନେଶ୍ୱରରେ ଏହି କାର୍ଯ୍ୟ ସରି ନ ଥିବାରୁ ପ୍ରତି ଅଞ୍ଚଳକୁ ଭୂତଳ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଯୋଜନା ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓପିଟିସିଏଲ୍‌ ଶକ୍ତି ବିଭାଗକୁ ଦେଇଥିବା ତଥ୍ୟରୁ ଜଣାପଡିଛି ଯେ, ଭୁବନେଶ୍ବରର ପାଖାପାଖି ୧୦୦ କିମି ରାସ୍ତାରେ ଭୂତଳ କେବୁଲ ବିଛାଯାଉଛି। ଜନପଥ, ୟୁନିଟ-୫, କଟକ ରୋଡ୍‌, ବିଦ୍ୟୁତ୍‌ ମାର୍ଗ, ସଚିବାଳୟ ମାର୍ଗରେ ଏବେ ଏହି କାମ ଜାରି ରହିଛି। କାମ ନ ସରିବାର ବିଭିନ୍ନ କାରଣ ରହିଛି। ଅନ୍ୟ ବିଭାଗମାନଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟକୁ ଆଗକୁ ବଢାଯାଉଥିବାରୁ ବିଳମ୍ବ ହେଉଛି। ୨୦୨୦ ମଧ୍ୟରେ କାମ ସାରିବାକୁ ଉଦ୍ୟମ ଚାଲିଥିବା ଓପିଟିସିଏଲ ପକ୍ଷରୁ କୁହାଯାଇଛି। ସେହିପରି ପୁରୁଣା ଭୁବନେଶ୍ବର ଓ ଚନ୍ଦ୍ରଶେଖରପୁରର କିଛି ଅଞ୍ଚଳରେ ଭୂତଳ କେବୁଲ୍‌ ବିଛା ବହୁ ପୂର୍ବରୁ ସରିଛି। ଏହାର ପରୀକ୍ଷାମୂଳକ ଭାବେ ଚାର୍ଜ କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ସରି ନ ଥିବାରୁ ଚାର୍ଜ କରାଯାଉ ନାହିଁ ବୋଲି ଓପିଟିସିଏଲ ରିପୋର୍ଟ ଦେଇଛି।

କାହିଁକି ଭୂତଳ ବିଦ୍ୟୁତ୍‌ କେବୁଲ ଯୋଜନା :
ବାତ୍ୟା, କାଳବୈଶାଖୀ ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ବି ରାଜଧାନୀବାସୀଙ୍କୁ ୨୪ଘଣ୍ଟା ବିଦ୍ୟୁତ୍‌ ଯୋଗାଇବା ଲକ୍ଷ୍ୟ ରଖି ଭୂତଳ କେବୁଲ ଯୋଜନା କରାଯାଇଛି। ସେହିଭଳି ବିଦ୍ୟୁତ୍‌ ନଷ୍ଟ ଓ ଚୋରି ରୋକିବା ହେଉଛି ଅନ୍ୟ ଏକ ଉଦ୍ଦେଶ୍ୟ। ପୂରା ସହରରେ ୩୫୦ କିମି କେବୁଲ ବିଛା ଯିବାକୁ ଲକ୍ଷ୍ୟ ରଖାଯାଇ ୧୫ଶହ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ପ୍ରଥମେ ୪ଟି ରୁଟ୍‌ ଯଥା ଏୟାରପୋର୍ଟ ଛକରୁ ଆଚାର୍ଯ୍ୟ ବିହାର, ଏୟାରପୋର୍ଟ ଛକରୁ ନନ୍ଦନକାନନ, ଏକାମ୍ର ଛକରୁ ବାଣୀବିହାର ଓ ରବି ଟକିଜରୁ ରସୁଲଗଡ଼ ପର୍ଯ୍ୟନ୍ତ ଏହି କାମ ହେବା ପାଇଁ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଦ୍ୱାରା ଓପିଟିସିଏଲ୍‌କୁ ଏହି କାର୍ଯ୍ୟ ହସ୍ତାନ୍ତର କରାଯାଇଥିଲା। ୩୩ କେଭି ଓ ୧୧ କେଭି ତାର ଉପରେ ନ ଯାଇ ମାଟିତଳେ ନେବା ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ବିଭାଗଗୁଡ଼ିକ ମଧ୍ୟରେ ତାଳମେଳ ଅଭାବ ଯୋଗୁ କାର୍ଯ୍ୟରେ ସେପରି ଅଗ୍ରଗତି ହୋଇପାରୁ ନ ଥିବା ଜଣାପଡ଼ିଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

ମହାପ୍ରଭୁଙ୍କ ଅବଢ଼ାର ହେବ ମାନ ଯାଞ୍ଚ: ରୋଷ ଘରକୁ ଯାଉଥିବା….

ଭୁବନେଶ୍ୱର,୨୭।୯: ଏଣିକି ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ହେବ । ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି...

ବିଜେଡି ହାରିବାର ଏହି ବଡ଼ କାରଣ କହିଲେ ପୂର୍ବତନ ବିଧାୟକ, ଭାଜପା ତୁଳନାରେ ବିଜେଡିର…

ଭୁବନେଶ୍ୱର,୨୭ା୯: ନିର୍ବାଚନ ଫଳାଫଳ ଆସିବାର ଇତିମଧ୍ୟରେ ୩ ମାସ ବିତିଗଲାଣି। ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି।...

‘ମୋତେ ଗେଟ୍‌ ଆଉଟ୍‌ କହିଥିଲେ ଆଇଆଇସି’

ଭୁବନେଶ୍ୱର,୨୭ା୯: ଲୋକସେବା ଭବନରେ ଶୁକ୍ରବାର ଦୁଇ ଦିନିଆ ଜିଲାପାଳମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଜିର ଏହି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର ହେଉଛନ୍ତି…

ଭୁବନେଶ୍ୱର,୨୭ା୯:  ଲୋକସେବା ଭବନରେ ଶୁକ୍ରବାର ୨ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଶାସନକୁ ଲୋକାଭିମୁଖୀ...

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏଣିକି ଚାଉଳ ସହ ମିଳିବ…

ଭୁବନେଶ୍ୱର,୨୭।୯: ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ...

ଜିଦ୍‌ରେ ଅଟଳ ନର୍ସିଂ କର୍ମଚାରୀ: ଆଜିଠୁ ସିରିଞ୍ଜ୍‌ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର, ୨୭ା୯(ବନ୍ଦନା ସେଠୀ):୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ...

ପ୍ରବଳ ବର୍ଷା ସମ୍ଭାବନା: ଏହି ତାରିଖରୁ ବଦଳିବ ପାଗ

ଭୁବନେଶ୍ୱର,୨୭ା୯(ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗୁରୁବାର ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟ କେତେକ ଜିଲାରେ ପ୍ରଳବ ବର୍ଷା ହେବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri