ଭୁବନେଶ୍ୱର,୮।୫(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଗଞ୍ଜାମ। ଗୋଟିଏ ଦିନରେ ଗଞ୍ଜାମରେ ୪୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ଏହାକୁ ନେଇ ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ଫଳରେ ସର୍ବାଧିକ ଆକ୍ରାନ୍ତ ଜିଲା ଭାବେ ଗଞ୍ଜାମ ଶୀର୍ଷରେ ପହଞ୍ଚିଛି। ପୂର୍ବରୁ ଯାଜପୁର ୫୫ଜଣ ସଂକ୍ରମିତଙ୍କୁ ନେଇ ପ୍ରଥମ ସ୍ଥାନରେ ରହିଥିଲା।
ପ୍ରକାଶ ଯେ, ବର୍ତ୍ତମାନ ରାଜ୍ୟରେ ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି। ତେବେ ଚତୁର୍ଥ ପର୍ଯ୍ୟାୟରେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ପଜିଟିଭ୍ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।