ଯାଜପୁରରୋଡ-ଧାମରା ରେଳପଥ ନିର୍ମାଣ ଦାବି

ଯାଜପୁର ଅଫିସ,୫ା୨: ସମ୍ପ୍ରତି ପାର୍ଲାମେଣ୍ଟରେ ୨୦୨୦-୨୧ ପାଇଁ ଆଗତ ବଜେଟରେ ଯାଜପୁରରୋଡ-ଧାମରା(ଭାୟା ଯାଜପୁର ଟାଉନ ଓ ଆରଡି) ରେଳପଥ ନିର୍ମାଣ ପାଇଁ ଘୋଷଣା କରାଯାଇ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ବଜେଟରେ ସଂଶୋଧନ ଆଣି ଏହି ରେଳପଥ ନିର୍ମାଣକୁ ସେଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ସମିତିର ଆବାହକ ସନ୍ତୋଷ ଦାସ, ବ୍ୟାସନଗର ପୌର ପରିଷଦର ପୂର୍ବତନ କାଉନସିଲର ପ୍ରଫୁଲ୍ଲ ନାୟକ, ଆଡ୍‌ଭୋକେଟ ସତ୍ୟପ୍ରକାଶ ବେଉରିଆ, ଦିଗାମ୍ବର ସାହୁ, ରଜତ ପତି, କାମାକ୍ଷା ପ୍ରସାଦ ନାୟକ, ଅରମାନ କୁମାର ଜେନା, କ୍ଷୀରସିନ୍ଧୁ ମେହେର, ଅଭିମନ୍ୟୁ ବେହେରା, ଅବିନାଶ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ। ୨୦୧୨-୧୩ ରେଳବଜେଟରେ ନିଷ୍ପତ୍ତିକ୍ରମେ ଯାଜପୁରରୋଡ-ଧାମରା ରେଳପଥର ନିର୍ମାଣ ପାଇଁ ପୂର୍ବତନ ରେଳପଥ ପକ୍ଷରୁ ଏହାର ସର୍ଭେ କରାଯାଇଥିଲା। ୨୦୧୫ ଏପ୍ରିଲରୁ ଏହା ରେଳବାଇ ବୋର୍ଡ ପାଖକୁ ପ୍ରେରଣ କରାଯାଇଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇନାହିଁ। କେନ୍ଦ୍ର ବଜେଟରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ତେଣୁ ବଜେଟରେ ବ୍ୟୟବରାଦ ସମେତ ନିତି ଆୟୋଗ ଓ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ ମନ୍ତ୍ରୀମଣ୍ଡଳ କମିଟୀ(ସିସିଇଏ)ର ଅନୁମୋଦନ ପାଇଁ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି। ଏହି ୯୨ କିମି ଦୀର୍ଘ ରେଳପଥ ନିର୍ମାଣ ହେଲେ କଳିଙ୍ଗନଗର ଶିଳ୍ପନଗରୀ ସହ ଅତ୍ୟାଧୁନିକ ଧାମରା ବନ୍ଦର ସଂଯୁକ୍ତ ହୋଇ ପାରିବ। ଏହାବାଦ ସ୍ମାରକପତ୍ରରେ ଯାଜପୁରରୋଡରେ ଏକ ରେଳଡିଭିଜନ ପ୍ରତିଷ୍ଠା ଓ ଫ୍ଲାଏଓଭର ନିର୍ମାଣ ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼: ଡମ୍ପିଂୟାର୍ଡର ନଥିବାରୁ କୁଢ଼କୁଢ଼ ଆବର୍ଜନା ଦୁର୍ଗନ୍ଧରେ ନାକ ଟେକୁଛନ୍ତି…

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ଓ ଜଙ୍ଗଲ ଏବେ ଦୂଷିତ ପରିବେଶ ଦିଗକୁ ଗତି କରୁଛି । ପ୍ରତିଦିନ ଦାରିଙ୍ଗବାଡିକୁ...

ବାଲୁକା କଳାରେ ବିରାଟଙ୍କୁ ଶୁଭେଚ୍ଛା

ପୁରୀ:୫।୧୧: ଆଜି ଲିଜେଣ୍ଡ କ୍ରିକେଟର୍‌ ବିରାଟ କୋହଲିଙ୍କ ଜନ୍ମଦିନ। ଏହି ଅବସରରେ ପୁରୀ ବେଳାଭୂମିରେ ବିଶାଳ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା...

ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ: ସରପଞ୍ଚଙ୍କ ସ୍ବାମୀଙ୍କ ନାମରେ ମାମଲା

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ନିର୍ମମ ହତ୍ୟା କରାଯାଇଛି।...

ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝୀଙ୍କ ପରଲୋକ: ରାଜନୈତିକ ମହଲରେ ଶୋକ

ରାୟଗଡ଼ା,୫।୧୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ଓରଫ ପପୁ ମାଝୀ (୪୫)ଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ...

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ...

ଗଛରେ ବାନ୍ଧି ନିର୍ଧୁମ ପିଟିଲେ: ମାଡ଼ଖାଇ ମାନିଲେ ସତ, କହିଲେ ମୁଁ…

ଉମରକୋଟ,୫।୧୧(ସନ୍ତୋଷ ଶତପଥୀ): ବାଇକ୍‌ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି। ଏହି ଘଟଣା ନବରଙ୍ଗପୁର ଜିଲା...

ଖବର ପ୍ରକାଶ ପରେ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ, ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ଆରମ୍ଭ 

ପୁରୀ,୫ା୧୧(ଅଜିତ୍‌ କୁମାର ମହାନ୍ତି): ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ...

ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ

ଭୁବନେଶ୍ୱର,୫ା୧୧: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri