‘ଯୁବଗୋଷ୍ଠୀ ହେଉଛନ୍ତି ଆଶାର କିରଣ’

ସାତମାଇଲ, ୧୫।୮(ଡି.ଏନ୍‌.ଏ.)-ଭାରତର ସ୍ବାଧୀନତା ସଂଗ୍ରାମ ଲୁହଲହୁର ସମ୍ମେଳନ। ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ପରେ ଦେଶ ସ୍ବାଧୀନ ହୋଇଛି। ଏହା ଏକ ବିରାଟ ଉପଲବ୍ଧି। ଅଖଣ୍ଡ ଭାରତର ପରିକଳ୍ପନାକୁ ସାକାର କରିବା ପାଇଁ ଯୁବଗୋଷ୍ଠୀ ଆଶାର କିରଣ। ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ ବୋଲି କହିଛନ୍ତି ଖଜୁରିଆକଟା ବଜାର କମିଟି ସଭାପତି ଉପେନ୍ଦ୍ର କୁମାର ମାହୁନ୍ତ। ସ୍ଥାନୀୟ ସାହାରା ଇଣ୍ଡିଆ  ଶାଖା କାର୍ଯ୍ୟାଳୟ ପରିସରରେ ଆୟୋଜିତ ୭୩ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଶାଖା ପରିଚାଳକ ସୁବ୍ରତ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
ଖଜୁରିଆକଟା ଦଶହରା ପଡ଼ିଆରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସେସୁ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ରଣା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଜନତା କଳେଜରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପଞ୍ଚଚିତ୍ତ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଦିବାକର ପାଳ, ଖଜୁରିଆକଟା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ବିଭୂତି ଭୂଷଣ ସାହୁ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡା. ସାଇସ୍ତା ପରବିନ୍‌ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଶିଶୁ ମନ୍ଦିରର ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଶାଳ ତ୍ରିରଙ୍ଗା ରାଲି ସହର ପରିକ୍ରମା କରିଥିଲା।
ସେହିପରି ହିନ୍ଦୋଳ ସାମ୍ବାଦିକ ଭବନରେ ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ଚିତ୍ତଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ନନ୍ଦିନୀ ଚାନ୍ଦ, ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକ ସଂଘ କାର୍ଯ୍ୟାଳୟରେ ସଭାପତି ତ୍ରିଲୋଚନ ସେନାପତି, ହିନ୍ଦୋଳ ଜୁନିୟର କଲେଜରେ ଅଧ୍ୟକ୍ଷ ରଣଜିତ ଅମାନ୍ତ, ପାରିକୁଳ ଆଞ୍ଚଳିକ ଜୁନିୟର କଲେଜରେ ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର...

ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର

ଭୁବନ,୧୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ନୂଆ କୁମର୍ଦ୍ଦାରୁ ୯ଟି ଶାଳଗଣ୍ଡି ଜବତ କରାଯାଇ ଥିବାବେଳେ ମାଫିଆ ଫେରାର ହୋଇଯାଇଛନ୍ତି।...

ବାବାଙ୍କୁ ଉଠାଇନେଲା ପୋଲିସ, ଆଶ୍ରମରେ କରୁଥିଲେ…

ଢେଙ୍କାନାଳ,୧୨।୧୦: ଢେଙ୍କାନାଳ ଜିଲା ତିଗିରିଆ ଥାନା ବାହାରବିଲା ଆଶ୍ରମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଆଶ୍ରମରୁ ବାବାଙ୍କୁ ଢେଙ୍କାନାଳ ପୋଲିସ ଉଠାଇ ନେଇ ଅଟକ...

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ

ଢେଙ୍କାନାଳ,୯ା୧୦: ଏନ୍‌ଏଚ୍‌-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ...

ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ...

କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ...

ପଦବୀ ହରାଇଲେ ସରପଞ୍ଚ

କାମାକ୍ଷାନଗର,୧ା୧୦(ସୁଧୀର କୁମାର ପରିଡ଼ା): ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ପ୍ରତିମା ସେଠୀ ସୋମବାର ଅନାସ୍ଥା ଭୋଟରେ ପରାଜିତ ହେବା ସହ ସରପଞ୍ଚ ପଦବୀ...

ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ

ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri