ବଅଁରପାଳ,୧୧।୩(ଡିଏନ୍ଏ): ଅନୁଗୋଳ ଜିଲା ନାଲ୍କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଅଞ୍ଚଳ ଜଣେ ବିବାହିତ ଯୁବକ ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହା ନିଜେ ଯୁବକଙ୍କ ସ୍ତ୍ରୀ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି।
୩ ବର୍ଷ ତଳେ କୈଳାସ ସାହୁଙ୍କ ସହ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି। ମାତ୍ର କୈଳାସ କିଛିଦିନ ତଳେ ପୁରୀ ଯାଉଛି କହି ଘରୁ ଯାଇଥିଲେ। ସେବେଠାରୁ ସେ ଘରକୁ ଆସି ନ ଥିବା ବେଳେ ସ୍ତ୍ରୀ ଥାନାରେ ଏପରି ଏକ ଅଭିଯୋଗ କରିଛନ୍ତି।