ଜୟପୁର,୩୧।୮: ରାଜସ୍ଥାନ ଡୁଙ୍ଗରପୁରରେ ଜଣେ ୨୪ ବର୍ଷ ବୟସ୍କା ଯୁବତୀଙ୍କ ପେଟରୁ ଦେଢ଼କିଲୋ ଓଜନର କେଶ ବାହାରିଛି। ଯୁବତୀ ଜଣକ ୪ ବର୍ଷ ଧରି କେଶ ଖାଉଥିବା ଜଣାପଡ଼ିଛି। ଯୁବତୀଙ୍କ ଖାଇବା ପିଇବା କମିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପେଟରେ କିଛି ଜମି ରହିଥିବା ଡାକ୍ତର କହିଥିଲେ। ଏହାପରେ ତାଙ୍କର ଅପରେଶନ କରାଯାଇଥିଲା। ପେଟରେ କେଶ ଜମା ହୋଇ ରହିଥିବା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁବତୀଙ୍କ ଦେହରେ ହିମୋଗ୍ଲୋବିନ୍ ମାତ୍ରା କମିଥିବାରୁ ତାଙ୍କୁ ରକ୍ତ ଦିଆଯାଇଥିଲା। ଅପରେଶନ୍ ପରେ ଯୁବତୀ ଜଣକ ସୁସ୍ଥ ଥିବା ଡୁଙ୍ଗରପୁର ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।