ବାରିପଦା ଅଫିସ,୧୪।୨: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଦୀନକୃଷ୍ଣ ସାହୁ। ପୋଲିସ ସୂଚନା ଅନୁଯାୟୀ, କିଛି ମାସ ତଳେ ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏନେଇ ଯୁବତୀ ଜଣକ ଯୁବକଙ୍କ ଘରେ ପହଞ୍ଚି ଥିଲେ। ହେଲେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଶନିବାର ଥାନାରେ ଏକ ଅଭିଯୋଗ କରିଥିଲେ ା ପୋଲିସ ଏକ ମାମଲା (ନଂ. ୪୧/୨୧) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।