ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୩୫୦ ଯାଆଁଳା ସନ୍ତାନ ରହିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୬୫ ବର୍ଷୀୟ ବୃଦ୍ଧ ପର୍ଯ୍ୟନ୍ତ। ଏକ ଗବେଷଣାରୁ ଜଣାଯାଏ ଯେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ ଯାଆଁଳା ସନ୍ତାନ ଜନ୍ମ ନିଅନ୍ତି। ହେଲେ କେରଳର କୋଡିନ୍ନା ଗାଁ ଏହାର ଏକ ବ୍ୟତିକ୍ରମ। ଏଠାରେ ପ୍ରତି ୧ ହଜାରରେ ୪୫ ଯାଆଁଳା ସନ୍ତାନ ଜନ୍ମ ନେଉଛନ୍ତି। ତେବେ ଯାଆଁଳା ସନ୍ତାନ ଜନ୍ମ କରିବାରେ ଏହି ଗାଁ ବିଶ୍ୱରେ ଦ୍ୱିତୀୟ। ଏହା ଏକ ମୁସଲମାନ ବହୁଳ ଗାଁ ହୋଇଥିବା ବେଳେ ଏହାର ଜନସଂଖ୍ୟା ପାଖାପାଖି ୨ହଜାର। ତେଣୁ ସ୍କୁଲ, କଲେଜ, ବ୍ୟବସାୟ ସ୍ଥଳ ସବୁଠି ଦେଖିବାକୁ ମିଳେ ଏମିତି କେତେଜଣ ଯାଆଁଳା ବ୍ୟକ୍ତିଙ୍କୁ। ଏକ ରିପୋର୍ଟ ଅନୁଯାୟୀ, ୨୦୦୮ରେ ଏଠାରେ ଜନ୍ମ ନେଇଥିବା ୩ଶହ ପିଲାଙ୍କ ମଧ୍ୟରେ ୧୫ ଯୋଡା ଥିଲେ ଯାଆଁଳା। ଯାହା ଏକ ବର୍ଷରେ ଜନ୍ମ ନେଇଥିବା ଯାଆଁଳା ଶିଶୁଙ୍କ ମଧ୍ୟରେ ସର୍ବାଧିକ ବୋଲି କୁହାଯାଏ। ତେବେ ଗତ କିଛି ବର୍ଷ ହେବ ଏହି ଗାଁରେ ୨ ଯାଆଁଳା ସନ୍ତାନଙ୍କ ବଦଳରେ ଅନେକ ସ୍ଥଳେ ଏକକାଳୀନ ୩ ସନ୍ତାନ ଜନ୍ମ ନେଉଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଫି ୮୦୦ ଟଙ୍କା ପାଇଁ କିଶୋରୀଙ୍କୁ ପରୀକ୍ଷାରୁ କଲେ ବଞ୍ଚିତ, ଦୁଃଖରେ କରିଦେଲେ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦ା୩: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ଜଣେ ୧୭ ବର୍ଷୀୟା ନାବାଳିକା ସ୍କୁଲ ଫି ୮୦୦ ଟଙ୍କା ପୈଠ କରି ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ...

ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷରୁ ଅଛି କମ୍‌ ଟଙ୍କା, ଚେତାବନୀ ଦେଇ ଅର୍ଥ ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୩୦ା୩: ଭାରତର ଅଧା ଲୋକଙ୍କ ପାଖରେ ୩.୫ ଲକ୍ଷ ଟଙ୍କାରୁ କମ୍‌ ରହିଛି। ଏନେଇ ଅର୍ଥ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଭାରତର ପରବର୍ତ୍ତୀ ସଙ୍କଟ...

Shocking News: ବିନା ବେକରେ ଦେଢ଼ ବର୍ଷ ଯାଏ ବଞ୍ଚିଲା କୁକୁଡ଼ା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଯଦି କାହାର ବେକ କଟିଯାଏ, ତେବେ ସେ କ’ଣ ବଞ୍ଚିପାରିବ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ହେବ – ନା। ହେଲେ ଆମେ ଆପଣଙ୍କୁ ଏପରି...

ପ୍ରେମାନନ୍ଦ ମହାରାଜ କଲେ ଭୟଙ୍କର ଭବିଷ୍ୟବାଣୀ, କଳିଯୁଗରେ ହେବ ଏମିତି, ଜାଣିଲେ ଥରି ଉଠିବେ

ନୂଆଦିଲ୍ଲୀ,୩୦।୩: ପ୍ରେମାନନ୍ଦ ମହାରାଜଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ସେହି ସମୟରେ,...

ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ...

କ’ଣ ପାଓ୍ବାର ବ୍ୟାଙ୍କ୍‌ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇଯାଏ? ଜାଣନ୍ତୁ…

ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କର...

Baba Vanga Prediction: ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏହି ୩ରାଶିର ଲୋକ ହେବେ କୋଟିପତି!

ବାବା ଭେଙ୍ଗା ୩ଟି ରାଶି ବିଷୟରେ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଦୁନିଆରେ ଏକରୁ ଅଧିକ ପ୍ରସିଦ୍ଧ ଭବିଷ୍ୟବକ୍ତା ଥିଲେ, ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।...

RSS ପ୍ରତିଷ୍ଠାତା ହେଡ୍‌ଗଓ୍ବୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ମୋହନ ଭାଗବତଙ୍କୁ ଭେଟିଲେ

ନାଗପୁର,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗପୁର ଗସ୍ତରେ ଅଛନ୍ତି। ସେ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିବା ପରେ ସ୍ମୃତି ମନ୍ଦିରରେ ସଂଘର ପ୍ରତିଷ୍ଠାତା ଡକ୍ଟର କେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image