ରକ୍ତଚାଉଳ ଚୋବାଉଛି ପାକିସ୍ତାନ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସମ୍ବିଧାନର ଅନୁଚ୍ଛେଦକୁ ୩୭୦ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପରେ ଛାନିଆ ହୋଇଯାଇଥିବା ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟର ଦ୍ୱାରସ୍ଥ ହୋଇଥିଲା। ହେଲେ ଚାରିଆଡ଼ୁ ନିରାଶ ହେବା ପରେ ଏବେ ଭାରତ ବିରୋଧରେ ରକ୍ତଚାଉଳ ଚୋବାଇବାରେ ଲାଗିଛି ପଡ଼ୋଶୀ ଦେଶ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ପୂର୍ବରୁ ପୁଲଓ୍ବାମା ଭଳି ଆକ୍ରମଣର ଧମକ ଦେଇ ଓ ଯୁଦ୍ଧଭୟ ଦେଖାଇଥିବାବେଳେ ରବିବାର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ ହିଟ୍‌ଲରଙ୍କ ନାଜି ସହ ତୁଳନା କରିଛନ୍ତି। ଏହାସହ ଜମ୍ମୁ-କଶ୍ମୀରରେ ଗଣହତ୍ୟାର ଆଶଙ୍କା ବ୍ୟକ୍ତ କରି ନିଜ ନୈରାଶ୍ୟଭାବକୁ ପ୍ରକଟ କରିଛନ୍ତି।
ପାକିସ୍ତାନ ମୁଖିଆ ଇମ୍ରାନ୍‌ ଖାନ୍‌ ରବିବାର କହିଛନ୍ତି, ଭାରତ କଶ୍ମୀରରେ ସମ୍ପ୍ରଦାୟ ଅଧାରରେ ଜନସଂଖ୍ୟାରେ ପରିବର୍ତ୍ତନ ପାଇଁ ଉଦ୍ୟମ କରୁଛି। ନାଜି ଆର୍ଯ୍ୟ ସହ ତୁଳନୀୟ ହିନ୍ଦୁତ୍ୱ ବିଚାରଧାରାର ଆର୍‌ଏସ୍‌ଏସ୍‌ କଶ୍ମୀରରେ ଆଧିପତ୍ୟ ବିସ୍ତାର କରୁଛି। ଏହାର ଚିନ୍ତାଧାରା ନାଜି ବିଚାରଧାରା ଦ୍ୱାରା ଅନୁପ୍ରାଣିତ। ସଂଘର କାର୍ଯ୍ୟ ଭାରତରେ ମୁସଲମାନଙ୍କୁ ଦମନ କରିବା ପାଇଁ ଉଦ୍ଦିଷ୍ଟ। ଏହା ଆଗକୁ ପାକିସ୍ତାନକୁ ଟାର୍ଗେଟ କରିବ। ଏଥିସହ କଶ୍ମୀରରେ ଏବେ କର୍ଫ୍ୟୁ ଓ କଟକଣା ଜାରି ହୋଇଥିବବେଳେ ଆଗକୁ ଗଣହତ୍ୟା କରାଯାଇପାରେ ବୋଲି ଇମ୍ରାନ୍‌ ଟୁଇଟ୍‌ କରିଛନ୍ତି। ମ୍ୟୁନିକ୍‌ରେ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ହିଟ୍‌ଲରଙ୍କ ଦମନଲୀଳା ଭଳି ବିଶ୍ୱ ସମୁଦାୟ ମୋଦି ଏବଂ ଆର୍‌ଏସ୍‌ଏସ୍‌ର କାର୍ଯ୍ୟକୁ ଦେଖି ନୀରବ ରହିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କଶ୍ମୀର ପ୍ରସଙ୍ଗରେ କୌଣସି ଦେଶରୁ ସହଯୋଗ ନ ମିଳିବା ପରେ ସେ ଇରାନର ସମର୍ଥନ ଯୋଗାଡ଼ ପାଇଁ ଉଦ୍ୟମ କରିଛନ୍ତି। ଇମ୍ରାନ୍‌ ଇରାନ ରାଷ୍ଟ୍ରପତି ହାସନ୍‌ ରୌହାନିଙ୍କୁ ଫୋନ୍‌ କରି କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଉପତ୍ୟକାରେ ଭାରତର ପଦକ୍ଷେପ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମା ବିରୋଧୀ ବୋଲି ସେ ଅଭିହିତ କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଇମ୍ରାନ୍‌ ବ୍ରିଟେନ, ଆମେରିକା, ତୁର୍କୀ, ବାହାରିନ୍‌, ୟୁଏଇ, ଚାଇନା ଏବଂ ଜାତିସଂଘକୁ ଗୁହାରି କରିଥିଲେ ହେଁ କଶ୍ମୀର ବ୍ୟାପାରରେ ମୁଣ୍ଡ ଖେଳାଇବା ପାଇଁ ସମସ୍ତେ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶର ବଡ଼ ଅଭିଯୋଗ; ‘ଆମ ଲୋକଙ୍କୁ ଜବରଦସ୍ତ ନିଖୋଜ କରିବା ପଛରେ ଭାରତର ହାତ…

ଢାକା,୨୨।୧୨: ଭାରତ ଉପରେ ଆଉ ଏକ ବଡ଼ ଅଭିଯୋଗ ଲଗାଇଛି ବାଂଲାଦେଶ। ଏହାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦ୍ୱାରା ଗଠିତ ଏକ ଅନୁସନ୍ଧାନ କମିଶନ କହିଛନ୍ତି ଯେ...

କୁଏତରେ ଶ୍ରମିକଙ୍କ ସହ ଓଡ଼ିଆରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୨ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ସେଠାରେ ଭାରତୀୟ ତଥା ଓଡ଼ିଆ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି ।...

୨୪ ଘଣ୍ଟାରେ ଏହି ରାଜ୍ୟରେ ଗିରଫ ହେଲେଣି ୪୧୬ ଜଣ, ଆଶ୍ଚର୍ଯ୍ୟ କରିବ ଏହା ପଛର କାରଣ

ଗୁଆହାଟି,୨୨।୧୨: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (୨୨ ଡିସେମ୍ବର ୨୦୨୪)ରେ କହିଛନ୍ତି ଯେ...

କଂଗ୍ରେସ ପାଇଁ ଖରାପ ଖବର

ଚଣ୍ଡିଗଡ଼,୨୨।୧୨: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ ମୁଣ୍ଡ ଉପରେ ରହିଛି। ଏହି ସମୟରେ...

କେଜ୍‌ରିଓ୍ବାଲଙ୍କ ବିରୋଧରେ ଚାଲିବ ଆଇନଗତ ମକଦ୍ଦମା

ନୂଆଦିଲ୍ଲୀ, ୨୨।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟକା ଲାଗିଛି। ତଥାକଥିତ ଅବକାରୀ ଦୁର୍ନୀତି ମାମଲାରେ...

ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ...

ଓଡ଼ିଶାରେ ୫୫୯ ବର୍ଗ କି.ମି. ଜଙ୍ଗଲ ବଢ଼ିଛି

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ୨୦୨୧ରୁ ୨୦୨୩ ମଧ୍ୟରେ ସାରା ଭାରତର ୧,୪୪୫ ବର୍ଗ କି.ମି. ଅଞ୍ଚଳରେ ଜଙ୍ଗଲ ବଢ଼ିଛି, ଯାହାକି ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨୫.୧୭%। ଏଥିରୁ...

ଭୋଟରଙ୍କୁ ନିର୍ବାଚନର ଇଲେକ୍ଟ୍ରୋନିକ୍‌ ଯାଞ୍ଚ ମନା

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ନିର୍ବାଚନରେ ପ୍ରାର୍ଥୀମାନେ କରୁଥିବା ଦୁରୁପଯୋଗକୁ ରୋକିବା ନିମନ୍ତେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ଫୁଟେଜ୍‌ ସହ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡଗୁଡ଼ିକୁ ଜନସାଧାରଣ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri