Posted inଫୁରସତ

ରଙ୍ଗ ବଦଳାଉଥିବା ଝରଣା

ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ ଦେଇଥା’ନ୍ତି। ଆସନ୍ତୁ ଜାଣିବା ଏପରି କିଛି ଅଦ୍ଭୁତ ଝରଣା ସମ୍ପର୍କରେ …


କାର୍ଲିଫର୍ଣ୍ଣିଆର ହର୍ସଟେଲ୍‌ ଫଲ୍‌ ବା ଝରଣା। ଏହା ପ୍ରାୟ ୧୫୬୦ ଫୁଟ ଉଚ୍ଚରୁ ପଡୁଛି। ଏହି ଝରଣାର ଖାସ୍‌ କଥା ହେଲା ଶୀତଋତୁରେ ଏହା ପ୍ରଖର ବେଗରେ ବହିଥାଏ। ଫେବୃୟାରୀ ଶେଷ ଦୁଇ ସପ୍ତାହରେ ଏହାର ରଙ୍ଗ ମଧ୍ୟ ବଦଳି ଯାଇଥାଏ। ରାତି ହେଲେ ଏହି ଝରଣାର ରଙ୍ଗ ଲାଲ୍‌ ହୋଇଯାଏ। ଯେମିତି ପାଣିରେ ନିଆଁ ଲାଗିବା ପରି ଦେଖାଯାଇଥାଏ।


ସେହିପରି କାନାଡାର ଆଲ୍‌ବର୍ଟାରେ ଥିବା ଏକ ଝରଣା ହେଉଛି କ୍ୟାମରନ୍‌ ଫଲ୍‌। ଏହି ଝରଣା ଜୁନ୍‌ ମାସରେ ନିଜର ରଙ୍ଗ ବଦଳାଇ ଦେଇଥାଏ। ଅଧିକ ବର୍ଷା ହେଲେ ଝରଣା ପାଣିରେ ଏଗ୍ରିଲାଇଟ୍‌ ନାମକ ଏକ ପଦାର୍ଥ ମିଶିଥାଏ। ଯାହା ପରେ ଗରମରେ ଏହାର ପାଣି ଗୋଲାପୀ ହୋଇଯାଇଥାଏ।


ଆଉ ଏକ ଝରଣା ରହିଛି ତୁର୍କୀରେ। ଏଠାକାର ପାମୁକକ୍‌ଲେ ଓ୍ବାଟରଫଲ୍‌ ଦେଖିବାକୁ ଖୁବ୍‌ ମନଲୋଭା। ଏହି କାରଣରୁ ଏହା ବିଶ୍ୱ ହେରିଟେଜ୍‌ ସାଇଟ୍‌ରେ ବି ସାମିଲ ହୋଇଛି। ଏହି ଝରଣା ପ୍ରାୟ ୮୮୦୭ ଫୁଟ ଲମ୍ବା ଏବଂ ୧୯୭୦ ଫୁଟ ଚଉଡ଼ା। ଏହାର ଉଚ୍ଚତା ୫୨୫ ଫୁଟ। ଏହା ଏକ ଭିନ୍ନ ଧରଣର ଝରଣା। କାରଣ ଏହା ଉପରେ ପଥର ଛାତ ପରି ରହିଛି। ଖାସ୍‌ କରି ଏହା ବାଥିଙ୍ଗ୍‌ ସ୍ପଟ୍‌ ପାଇଁ ବେଶ୍‌ ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri