ରଣପୁର ସରକାରୀ ଡାକ୍ତରଖାନା: ଫାର୍ମାସିଷ୍ଟ ବଦଳରେ ରୋଷେୟା ଦେଉଛନ୍ତି ଔଷଧ

ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଏନ୍‌ଏସିରେ ଥିବା ସରକାରୀ ଡାକ୍ତରଖାନା ଔଷଧ ବିତରଣ କେନ୍ଦ୍ରରେ ମଙ୍ଗଳବାର ଫାର୍ମାସିଷ୍ଟଙ୍କ ବଦଳରେ ରୋଗୀଙ୍କୁ ରୋଷେୟା ଔଷଧ ଦେବା ଘଟଣା ଆଲୋଚନାର ବିଷୟ ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ଚିକିତ୍ସା କରୁଥିବା ଡାକ୍ତର ରୋଷେୟାଙ୍କୁ ଔଷଧ ଦେବାକୁ ବାରଣ କରିଥିଲେ। ଫଳରେ ଡାକ୍ତରଖାନାକୁ ଆସିଥିବା ରୋଗୀମାନେ ଔଷଧ ନ ପାଇ ହଇରାଣ ହୋଇଥିଲେ। କେତେଜଣ ରୋଗୀ ପଇସା ଖର୍ଚ୍ଚ କରି ବାହାର ଦୋକାନରୁ ଔଷଧ କିଣିବାକୁ ବାଧ୍ୟ ହୋଇଥିଲେ।
ପ୍ରକାଶ ଯେ, ରଣପୁର ସରକାରୀ ଡାକ୍ତରଖାନାରେ ଦୁଇଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଔଷଧ ଷ୍ଟକ ରୁମ୍‌ ଦାୟିତ୍ୱରେ ରହିଛନ୍ତି। ଅନ୍ୟ ଜଣେ ବିତରଣ କେନ୍ଦ୍ରରେ ରହି ଡାକ୍ତର ଲେଖିଥିବା ଚିଠା ଦେଖି ରୋଗୀଙ୍କୁ ଔଷଧ ଦେବାର ନିୟମ ରହିଛି। ଅଧିକାଂଶ ସମୟ ଫାର୍ମାସିଷ୍ଟମାନେ ଡାକ୍ତରଖାନାରେ ଅନୁପସ୍ଥିତ ରହୁଥିବାରୁ ରୋଗୀମାନେ ଔଷଧ ନେବାରେ ବହୁତ ହଇରାଣ ହୁଅନ୍ତି। ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷ କିଛି ନ କହିବାରୁ ସେମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟହ ସକାଳ ୮ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ଉପସ୍ଥିତିରେ ଏହି ବିତରଣ କେନ୍ଦ୍ରରେ ଫାର୍ମାସିଷ୍ଟ ଉପସ୍ଥିତ ରହିବେ। ହେଲେ ଡାକ୍ତରଖାନାରେ ଏହି ନିୟମର ଖୋଲା ଉଲ୍ଲଂଘନ କରାଯାଉଛି। ଡାକ୍ତର ଚିକିତ୍ସା କରି ରୋଗୀଙ୍କୁ ଔଷଧ ଚିଠା ଦେଉଥିଲା ବେଳେ ଫାର୍ମାସିଷ୍ଟ ଅନୁପସ୍ଥିତ ଯୋଗୁ ଅଧିକାଂଶ ସମୟରେ ରୋଷେୟା ଥିବା ପ୍ରଫୁଲ୍ଲ କୁମାର ଶତପଥୀ ରୋଗୀମାନଙ୍କୁ ଔଷଧ ପ୍ରଦାନ କରୁଛନ୍ତି। ତାଙ୍କର ଔଷଧ ସମ୍ବନ୍ଧରେ ଧାରଣା ନ ଥିଲାବେଳେ କିଭଳି ସେ ଏହି ଦାୟିତ୍ୱ ତୁଲାଉଛନ୍ତି ତାହା ତଦନ୍ତସାପେକ୍ଷ। ଯଦି ଭୁଲ୍‌ବଶତଃ କୌଣସି ରୋଗୀଙ୍କୁ ଡାକ୍ତର ଲେଖିଥିବା ଔଷଧ ବଦଳରେ ସେ ଅନ୍ୟ ଔଷଧ ଦିଅନ୍ତି ତେବେ ରୋଗୀର କ୍ଷତି ଘଟିବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଡାକ୍ତରଖାନାର ଅଧିକାରୀମାନେ ଏହାକୁ ବାରଣ ନ କରିବା ସମସ୍ତଙ୍କୁ ଆଚମ୍ବିତ କରିଛ। ଏ ସମ୍ପର୍କରେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡାକ୍ତର ବୈଦ୍ୟନାଥ ନନ୍ଦଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ଏ ବିଷୟରେ ଜାଣିବା ପରେ ରୋଷେୟାଙ୍କୁ ଔଷଧ ଦେବା ପାଇଁ ମନା କରିଛି। କ’ଣ ପାଇଁ ଫାର୍ମାସିଷ୍ଟ ଅନୁପସ୍ଥିତ ଥିଲେ ତାଙ୍କୁ ପଚରାଯିବ। ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ୱେତ ମହାପାତ୍ର କହନ୍ତି, ରଣପୁର ଡାକ୍ତରଖାନାରେ ଦୁଇ ଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି। ସେମାନେ କ’ଣ ପାଇଁ ଅନୁପସ୍ଥିତ ଅଛନ୍ତି କୈଫିୟତ ତଲବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri