ପୁରୀ ଅଫିସ,୨୨।୬: ରଥଯାତ୍ରା ନେଇ ପୁରୀ ଜିଲାକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରାଯାଇଥିବା ସୂଚନା ମିଳିଛି। କଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ସାଶନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଏ ନେଇ ସହରର ସବୁ ପ୍ରବେଶ ପଥକୁ ସିଲ୍ କରାଯିବ। ଅତି ଆବଶ୍ୟକ ନଥିଲେ କାହାକୁ ସହର ଭିତରକୁ ଛଡାଯିବ ନାହିଁ ବୋଲି କୁହାଯାଇଛି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ