ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ : ୩ ରଥରେ ରହିବେ ୨୧୦ ସେବକ, କର୍ମଚାରୀ

ପୁରୀ ଅଫିସ, ୨୮।୬ : ଘୋଷଯାତ୍ରାର ଆଦ୍ୟପର୍ବ ସ୍ନାନଯାତ୍ରା ଶେଷ ହୋଇଛି। ମହାପ୍ରଭୁ ଏବେ ଅଣସରରେ। ଆଗକୁ ରଥଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏହି ମହାନ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପ୍ରସ୍ତୁତ କରିଛି ବ୍ୟବସ୍ଥାବଳୀ। ଏଥିରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଦିଷ୍ଟ ନିୟମ କାନୁନ ଉଲ୍ଲେଖ ରହିଛି। ଯେପରି କି ତିନିରଥରେ ମୋଟ ୨୧୦ ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ, ଏହାଠୁ ଅଧିକ ରହିପାରିବେ ନାହିଁ। ସେହିପରି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ହିସାବରେ ଘଣ୍ଟୁଆ ସେବାୟତ ରଥ ଉପରେ ରହିପାରିବେ। ରଥବାଡ଼ରେ କେହି ବସିପାରିବେ ନାହିଁ। ଏହାକୁ ଯଦି କେହି ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟବସ୍ଥାବଳୀରେ ଦର୍ଶାଯାଇଛି।
ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବ୍ୟବସ୍ଥାବଳୀ କରୁଛି। ହେଲେ ଅନେକ ସମୟରେ ଏହାର ଉଲ୍ଲଂଘନ ହେଉଛି। ଚଳିତ ବର୍ଷ ସ୍ନାନଯାତ୍ରା ବ୍ୟବସ୍ଥାବଳୀକୁ ମାନି ନ ଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ପ୍ରଶାସନ ୨ଜଣ ସେବକଙ୍କୁ ସେବାରୁ ନିଲମ୍ବିତ କରିଛି। ଆଗକୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ରଥଯାତ୍ରା ପାଇଁ ପ୍ରସ୍ତୁତ ବ୍ୟବସ୍ଥାବଳୀରେ କେତେକ ନୀତିନିୟମ ରଖିଛି ମନ୍ଦିର ପ୍ରଶାସନ। ରଥ ଉପରେ ଚଳିତବର୍ଷ ମୋଟ ୨୧୦ଜଣ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ରହିବେ ବୋଲି କୁହାଯାଇଛି। ଛେରାପହଁରା ପରେ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ମିଶି ଶ୍ରୀବଳଭଦ୍ରଙ୍କ ରଥରେ ୭୦ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୬୦ଜଣ ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ୮୦ଜଣ ରହିବେ। ଏହାଠାରୁ ଯେପରି ଅଧିକ ନ ରୁହନ୍ତି ସେଥିପ୍ରତି ଶ୍ରୀମନ୍ଦିର ଶୋଧ ଦଳ ଦୃଷ୍ଟି ଦେବେ। ସେହିପରି ଏଣିକି ମନଇଚ୍ଛା ରଥ ଉପରକୁ ଚଢିପାରିବେନି ଘଣ୍ଟୁଆ ସେବାୟତ। ଏଥିରେ କଟକଣା ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଟଣାକୁ ସୁବ୍ୟବସ୍ଥିତ କରିବା ଲାଗି ଗୋଟିଏ ଚକକୁ ଦୁଇ ଘଣ୍ଟୁଆ ସେବାୟତ ରହିବେ ବୋଲି ନିଷ୍ପତ୍ତି ହୋଇଛି। ଅର୍ଥାତ୍‌ ଯେଉଁ ରଥରେ ଯେତୋଟି ଚକ ସେହି ରଥରେ ତା’ର ଡବଲ ସଂଖ୍ୟକ ଘଣ୍ଟୁଆ ସେବାୟତ ରହିବେ। ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ। ଛେରାପହଁରା ସେବା ସମାପନ ହେବା ପରେ ଘଣ୍ଟୁଆମାନେ ରଥ ଉପରକୁ ଚଢିବେ। ପ୍ରତି ରଥରେ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ସମ ସଂଖ୍ୟାରେ ରହିବେ। ତିନିରଥର ମୋଟ ଚକ ସଂଖ୍ୟା ୪୨ (ନନ୍ଦିଘୋଷ ୧୬, ତାଳଧ୍ୱଜ ୧୪ ଓ ଦର୍ପଦଳନ ୧୨)। ତେଣୁ ନନ୍ଦିଘୋଷ ରଥରେ ୩୨, ତାଳଧ୍ୱଜ ରଥରେ ୨୮ ଏବଂ ଦର୍ପଦଳନ ରଥରେ ୨୪ ଏହିପରି ମୋଟ ୮୪ଜଣ ଘଣ୍ଟୁଆ ସେବାୟତ ରହିବେ। ଅଧିକ ସଂଖ୍ୟକ ଘଣ୍ଟୁଆଙ୍କୁ ରଥ ଉପରେ ଥିବା ଶ୍ରୀମନ୍ଦିର କର୍ମଚାରୀ, ଦଇତାପତି ସେବକ ଓ ବାଡ଼ଗ୍ରାହୀମାନେ ତଳକୁ ଓହ୍ଲାଇ ଦେବେ। ଘଣ୍ଟୁଆମାନେ ଠାକୁରଙ୍କୁ ଅବରୋଧ ନ କରି ରଥ ଉପରେ ଦୁଇକଡ଼ରେ ରହି ଘଣ୍ଟ ବଜାଇବେ। ଉଭୟ ଘଣ୍ଟୁଆ ଗୋଷ୍ଠୀ ସେମାନଙ୍କ ରଥୱାରି ତାଲିକା ଦେବେ ଏବଂ ପ୍ରଶାସନର ଚୟନ ପରେ ସେମାନଙ୍କୁ ପାସ୍‌ ଦିଆଯିବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ବାପାଙ୍କ ଠାରୁ ପୁଅ ଭିନ୍ନେ ଥିଲେ…

ଭୁବନେଶ୍ୱର,୨୬।୧୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ ଖବର । ବାପାଙ୍କ ଠାରୁ ପୁଅ ଅଲଗା ରହିଲେ ଆଉ କେତେ ରୋଜଗାର ଥିଲେ ପିଏମ...

ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ: ଓଡ଼ିଶାରୁ କିଏ ଯିବେ…

ଭୁବନେଶ୍ୱର,୨୬।୧୧: ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ହେବ। ୪ଟି ରାଜ୍ୟର ୬ଟି ଆସନ ପାଇଁ ଏହି ଉପନିର୍ବାଚନ ହେବ ବୋଲି ଇସିଆଇ ପକ୍ଷରୁ ସୂଚନା...

ଆଜୀବନ ସଜା ଭୋଗୁଥିବା ୧୪ କଏଦୀଙ୍କ ପାଇଁ ଆସିଲା ଖୁସିଖବର: ନିର୍ଦ୍ଦେଶାଳୟଙ୍କ ଚିଠିରେ ….

ଭୁବନେଶ୍ୱର,୨୬।୧୧: ଆଜୀବନ ସଜା ଭୋଗୁଥିବା ୧୪ କଏଦୀଙ୍କ ପାଇଁ ଆସିଲା ଖୁସିଖବର। ସଜା ଭୋଗୁଥିବା ୧୪ କଏଦୀଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଜାରି...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ସୁଭଦ୍ରା ଆବେଦନ, ଆସିଲା ଶେଷ …

ଭୁବନେଶ୍ୱର,୨୬।୧୧: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୭ହି...

ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ: ପୁଣି ୪ଟା  ପର୍ଯ୍ୟନ୍ତ ଗୃହମୁଲତବୀ 

ଭୁବନେଶ୍ୱର,୨୬।୧୧: ଶୀତକାଳୀନ ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ମଧ୍ୟ  ହଙ୍ଗାମା ଦେଖିବାକୁ ମିଳିଛି। ସମ୍ବିଧାନ ପ୍ରସଙ୍ଗ ନେଇ ବିଜେଡି-ଭାଜପା ବିଧାୟକ ମୁହାଁମୁହିଁ...

ମଧ୍ୟାହ୍ନଭୋଜନରେ ଦିଆଯାଉଛି ନିମ୍ନମାନର ଚାଉଳ

ନବରଙ୍ଗପୁର,୨୬।୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପରିଷଦ କମିଟିର ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ୨୫ଟି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଚାଉଳ ନିମ୍ନମାନର ଓ ଛାତ୍ରୀଛାତ୍ରଙ୍କ ଉପସ୍ଥାନ...

ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି

ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍‌ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି...

ନାବାଳକ ଆତ୍ମହତ୍ୟାକୁ ନେଇ ଖୋଲୁଛି ଗୁମର

ରାଜକନିକା,୨୬ା୧୧(ସଞ୍ଜୟ କୁମାର ଦାଶ): ନାବାଳକ ମୃତ୍ୟୁର ୧୩ ଦିନ ପରେ ଗଳିତ ମୃତଦେହକୁ କଢ଼ାଯାଇ ବ୍ୟବଚ୍ଛେଦ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri